ଭୁଲରେ ବି ଇନଷ୍ଟଲ କରନ୍ତୁ ନାହିଁ Windows 10 ର ନୂଆ ଅପଟେଡ୍, ହୋଇପାରେ ଏଭଳି ଅସୁବିଧା…

ନୂଆଦିଲ୍ଲୀ ୧୯।୨ : ମାଇକ୍ରୋସଫ୍ଟ ଗତ ସପ୍ତାହ Windows 10 ପାଇଁ ନୂଆ ଅପଡେଟ୍ ପ୍ରେଜେଣ୍ଟ କରିଥିଲା। ଫେବୃଆରୀ ୧୧ ରେ ମାଇକ୍ରୋସଫ୍ଟ ପ୍ୟାଚ୍ ଟ୍ୟୁସଡେ ପ୍ରୋଗାମ (microsoft patch tuesday program)ଆଧାରରେ ଲକ୍ଷେ Windows 10 ୟୁଜର୍ସଙ୍କୁ KB4532693 ଅପଡେଟ୍ ପାଇଁ ନୋଟିଫିକେସନ୍ ପଠାଯାଇଥିଲା। କିନ୍ତୁ ଏହି ଅପଟେଡକୁ ଇନଷ୍ଟଲ କରିବା ପରେ ୟୁଜର୍ସଙ୍କୁ ବଡ଼ ଅସୁବିଧାର ସାମ୍ନା କରିବାକୁ ପଡ଼ିଲା।

ଏହି ଅପଡେଟ୍ ଦ୍ବାରା ଅନେକ ୟୁଜର୍ସଙ୍କୁ ଓ୍ବିନଣ୍ଡୋ ଆକାଉଣ୍ଟ ଆପେ ଆପେ ଡିଲିଟ୍ ହୋଇଗଲା। କେବଳ ଏତିକି ନୁହେଁ, ଓରିଜିନାଲ୍ ଆକାଉଣ୍ଟ ସ୍ଥାନରେ ଟେମ୍ପରରୀ ଆକାଉଣ୍ଟ ଆକ୍ଟିଭେଟ୍ ହୋଇଯାଇଛି। ଅର୍ଥାତ୍ ବିନା ଓ୍ବାର୍ଣ୍ଣିରେ ଜଣେ ୟୁଜରର ଡାଟା, ଆପ୍ସ ଡିଲିଟ୍ ହୋଇଯାଉଛି। ଯଦିଓ ଏହି ଅପଡେଟକୁ ଇନଷ୍ଟଲ କରିବା ପରେ କମ୍ପ୍ୟୁଟର ବା ଲାପଟପ ଅନେକ ଥର ରିଷ୍ଟାର୍ଟ କରିବା ଦ୍ବାରା କିଛି ୟୁଜର୍ସଙ୍କ ଅସଲି ଆକାଉଣ୍ଟ ରିଷ୍ଟୋର ହେଉଛି। କିନ୍ତୁ ଏହି ପ୍ରକ୍ରିୟା ପ୍ରତିଟି ୟୁଜରଙ୍କ କ୍ଷେତ୍ରରେ କାମ କରୁନାହିଁ।

Windows 10 ଅପଡେଟରେ ଆସୁଥିବା ଏମିତି ଅସୁବିଧାକୁ ନେଇ ଅନେକ ୟୁଜର୍ସ ଅଭିଯୋଗ ମଧ୍ୟ କରିଛନ୍ତି। ତେବେ ମାଇକ୍ରୋସଫ୍ଟ ଏହିଭଳି ଅସୁବିଧା ଉପରେ କହିବା ସହିତ ମାନିଛି କି, ଏହା ତାଙ୍କ ତରଫରୁ ଏକ ଭୁଲ୍ ହୋଇଛି।  ଇଞ୍ଜିନିୟରମାନେ ଏହାର ସମାଧାନ କରୁଛନ୍ତି।

   ସମ୍ବନ୍ଧିତ ଖବର


ଅଷ୍ଟ୍ରେଲିଆରେ ଆଦାନୀଙ୍କୁ ବିରୋଧ, ସିଡନୀ ଓ୍ବାନଣ୍ଡେରେ ଧଷେଇ ପଶି ଆସିଲେ ପଡ଼ିଆକୁ ଆନ୍ଦୋଳନକାରୀ , କ୍ୟାମେରାକୁ ଦେଖାଇଲେ ପ୍ଲାକାର୍ଡ

ଏହି ୨୫ଟି ଫିଲ୍ମ ଦେଖିଲେ ମିଳିବ ୨ ଲକ୍ଷ ଟଙ୍କା, ଆପଣ ରାଜି ତ ?

ବାଣିଜ୍ୟିକ ବେପାରକୁ ନେଇ ଚୀନ୍‌ର ରାଜନୀତି – ଅଷ୍ଟ୍ରେଲିଆ ବିରୋଧରେ ନେଲା ଦୃଢ଼଼ ପଦକ୍ଷେପ !

ଦେଶରେ ପୁଣି ବଢ଼ିଲା ବେକାରି ହାର, କମୁଛି ଶ୍ରମ ଯୋଗଦାନ ରେଟ୍

ଭାରତରେ ମିନି ଜନ୍‌ କୁପର୍‌ ୱର୍କସ୍‌ ଜିପି ଇନ୍ସପାୟାର୍ଡ ଏଡିସନ, ୧୫ଟି ରଙ୍ଗରେ‌ ଉପଲବ୍ଧ

ବଜାରରେ ଟୟୋଟାର ନୂଆ ଇନୋଭା କ୍ରାଏଷ୍ଟା