PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବଲାଙ୍ଗୀର:ହାତୀଦାନ୍ତ ରାକେଟକୁ ମାଡିବସିଲା ଏସ୍ ଟି ଏଫ୍ ଟିମ୍, ଦୁଇ ଜଣଙ୍କୁ ଅଟକ ରଖି ପଚରାଉଚୁରା ଜାରି, ବଲାଙ୍ଗୀର ରେଞ୍ଜ ଦେଓଗାଁ ଅଞ୍ଚଳରୁ ରାକେଟ ଧରାପଡ଼ିଥିବା ସୂଚନା
  • ||
  • ଭୁବନେଶ୍ୱର ନୟାପଲ୍ଲୀରୁ କଣ୍ଟ୍ରାକ୍ଟ କିଲର ଗିରଫ ମାମଲା , ଦ୍ୱିତୀୟ ପର୍ଯ୍ୟାୟରେ ୪ଦିନିଆ ରିମାଣ୍ଡରେ ଯିବେ ୨ କିଲର( ସମ୍ପଦ ସାହୁ , ପ୍ରଶାନତ ଦାସ), ରିମାଣ୍ଡ ଅନୁମତି ଦେଲେ ଭୁବନେଶ୍ୱର ଏସ୍‌ଡିଜେଏମ୍‌ କୋର୍ଟ
  • ||
  • ସମ୍ବଲପୁର ସହରର ଟାଂଗରପାଲିରେ ଟ୍ରକ ଧକ୍କାରେ ଗୋଟିଏ ପରିବାରର ୪ ଗୁରୁତର
  • ||
  • ଆସନ୍ତାକାଲି ସକାଳ ୧୦.୩୦ ଯାଏ ବିଧାନସଭା ମୁଲତବୀ , ସର୍ବଦଳୀୟ ବୈଠକରେ ବାହାରିଲାନି କୌଣସି ନିଷ୍କର୍ଷ ବୋଲି କହିଲେ ବାଚସ୍ପତି
  • ||
  • ଗୃହ ସୁପରିଚାଳନା ପାଇଁ ସର୍ବଦଳୀୟ ବୈଠକ ଡାକିଲେ ବାଚସ୍ପତି
  • ||
  • ୧୦ ରେ ବିଧାନସଭା ଘେରାଉ କରିବ ଛାତ୍ର କଂଗ୍ରେସ
  • ||
  • ନାକଟିଦେଉଳ: ବାରହା ମାଂସ ଜବତ, ଜନ୍ତୁ ଶିକାର ଅଭିଯୋଗରେ ଶିକାରୀ କୋର୍ଟ ଚାଲାଣ ।
  • ||
  • ଭବାନୀପାଟଣା: ବସ୍‌କୁ ସଜାଡୁଥିଲେ ଡ୍ରାଇଭର, ଅଚାନକ ଗାଡ଼ି ଜେକ ଖସି ଯିବାରୁ ଚକା ତଳେ ଚାପି ହୋଇ ଚାଲିଗଲା ଚାଳକଙ୍କ ଜୀବନ
  • ||
  • ପୁରୀ: ପୁରୀ ଅଜମେର ଟ୍ରେନରେ ଧୂଆଁ, ଗୋଟିଏ ଘଣ୍ଟା ବିଳମ୍ବ
  • ||
  • ଖୋର୍ଦ୍ଧା: ଭିଜିଲାନ୍ସ ଜାଲରେ ଧରାପଡିଲେ ଖୋର୍ଦ୍ଧା ସହକାରୀ ଯନ୍ତ୍ରୀ, ଜଣେ ଠିକାଦରଙ୍କଠୁ ୧୦ ହଜାର ଲାଞ୍ଚ ନେବା ବେଳେ ଧରାପଡିଲେ
  • ||
  • ଭୁବନେଶ୍ଵର : ଷଷ୍ଠ ଦିନରେ ବିଧାନସଭା ଅଚଳ, ବିରୋଧୀଙ୍କ ଘଣ୍ଟ ମାଡ଼ରେ କମ୍ପିଲା ଗୃହ, ଗଙ୍ଗା ଜଳ ଛିଞ୍ଚିଲା ବିଜେଡି
  • ||
  • ତେଲକୋଇ : ତେଲକୋଇ ଫରେଷ୍ଟ ବିଟ୍‌ରେ ହାତୀ ଉପଦ୍ରବ, ନଷ୍ଟକଲେ ଏକର ଏକର ଧାନ ଫସଲ
  • ||
  • ବାଲିକୁଦା : ବିଦ୍ୟୁତ୍ ଟ୍ରାନ୍ସଫର୍ମର ଲୁଟ୍ କରିବା ବେଳେ ଧରାପଡ଼ିଲେ ୩ ଚୋର, ଖୋର୍ଦ୍ଧାରେ ବିକ୍ରି କରୁଥିଲେ ଚୋରି ଯନ୍ତ୍ରାଂଶ
  • ||
  • କଟକ : ଭିଜିଲାନ୍ସ ଜାଲରେ OSAP ସିପାହୀ, ନଗଦ ୨ ଲକ୍ଷ ୯୪ ହଜାର ଟଙ୍କା ଜବତ
  • ||
  • କଳାହାଣ୍ଡି : ରୋଗୀ ଆଣିବାକୁ ଯିବାବେଳେ ଦୁର୍ଘଟଣା, ଭାରସାମ୍ୟ ହରାଇ ରାସ୍ତା ତଳକୁ ଖସିଲା ଆମ୍ବୁଲାନ୍ସ
  • ||
  • ଭୁବନେଶ୍ଵର: ରାଜ୍ୟରେ ୨୪ ଘଣ୍ଟା ମଧ୍ୟରେ ଆଉ ୧୫୧ ଜଣ କରୋନା ପଜିଟିଭ ଚିହ୍ନଟ, ଆଉ ଜଣଙ୍କ ଜୀବନ ନେଲା କୋଭିଡ୍
  • ||
  • ଗଜପତି: ଏଟିଏମ୍ ଲୁଟ୍ ଉଦ୍ୟମ ପଣ୍ଡ, ୩ ଲୁଟେରାଙ୍କୁ ଗୋଡାଇ ଗୋଡାଇ କାବୁ କଲା ପୋଲିସ
  • ||
  • ଚାନ୍ଦବାଲି: ସ୍ଥାୟୀ ଘରଡିହ ପଟା ପାଇଁ ଦାବି କରିବାରୁ ବାସହରା ହେଲେ ୧୧ ପରିବାର, ରାଜରାସ୍ତାରେ ଶୀତ କାକରରେ କଟୁଛି ଜୀବନ
  • ||
  • ବୁର୍ଲା: ଭିମସାରରେ ୨ ଛାତ୍ରଛାତ୍ରୀଙ୍କ ଠାରେ ଡେଲ୍ଟା ଭାରିଆଣ୍ଟ ଚିହ୍ନଟ
  • ||
  • ପାରଳାଖେମୁଣ୍ଡି: ଭିଜିଲାନ୍ସ ପଞ୍ଝାରେ ଫରେଷ୍ଟର, ଏକକାଳୀନ ୪ଟି ସ୍ଥାନରେ ରେଡ୍
  • ||

ଏପରି ଆଦୌ କରନ୍ତୁ ନାହିଁ -ଯାହାର କୁପ୍ରଭାବ ସ୍ୱାସ୍ଥ୍ୟ ଓ ଶରୀର ଉପରେ ପଡ଼ିଥାଏ

ଆଜିକାଲି ମହିଳାମାନେ ପ୍ରାୟ ସମୟ ବ୍ୟସ୍ତ ରହୁଛନ୍ତି । କାରଣ ସେମାନଙ୍କୁ କର୍ମମୟ ଜୀବନ ସହ ପରିବାରକୁ ମଧ୍ୟ ସମ୍ଭାଳିବାକୁ ପଡୁଛି । ବ୍ୟସ୍ତତା ଯୋଗୁ ସେମାନେ ନିଜ ସ୍ୱାସ୍ଥ୍ୟ ପ୍ରତି ବିଶେଷ ଧ୍ୟାନ ଦେଇପାରି ନଥାନ୍ତି । ଫଳରେ ସମୟକ୍ରମେ ଅନେକ ଅଜଣା ସମସ୍ୟା ମୁଣ୍ଡ ଟେକିଥାଏ । ଏହାବ୍ୟତୀତ ବ୍ୟସ୍ତତା ଯୋଗୁ ସେମାନେ କେତେକ
ଭୁଲ୍‌ ମଧ୍ୟ କରିଥାନ୍ତି, ଯାହାର କୁପ୍ରଭାବ ସମୟକ୍ରମେ କ୍ଷତିକାରକ ସାବ୍ୟସ୍ତ ହୁଏ । ଜୀବନଶୈଳୀରେ କିଛିଟା ପରିବର୍ତ୍ତନ ଆଣିପାରିଲେ ଏଭଳି ସମସ୍ୟା ଆପେ ଆପେ ଦୂର ହୋଇଯିବ ।

ଠ ମେକଅପ୍‌ ସହ ଶୋଇବା

ମେକଅପ୍‌ ସହ ଶୋଇବା ଦ୍ୱାରା ଲୋମଛିଦ୍ରରେ ତେଲ ଓ ଧୂଳି ଜମା ହୋଇଯାଇଥାଏ । ଫଳରେ ତ୍ୱଚାରେ ବ୍ରଣ, ବ୍ଲାକ୍‌ହେଡ୍ସ ଓ ଦାନାଦାନ ପରି କିଛି ବାହାରି ଯାଇଥାଏ । ଏହାବ୍ୟତୀତ କାଜଲ ଓ ଆଇସ୍ୟାଡୋ ଲଗାଇ ଶୋଇବା ଦ୍ୱାରା ଆଖିରେ ଜ୍ୱଳନ ସୃଷ୍ଟି ହୋଇଥାଏ ।

ଠ କମ୍‌ ଶୋଇବା

ସୁସ୍ଥ ଜୀବନ ପାଇଁ ଭଲ ନିଦ ବହୁତ ଜରୁରି । ଅପର୍ଯ୍ୟାପ୍ତ ନିଦ ଥକାପଣର କାରଣ ସାଜିଥାଏ । ତା’ ସହ ନକାରାତ୍ମକ ଭାବନାକୁ ବଢାଇଥାଏ । ସେହିପରି ନିଦର ଅଭାବ ଯୋଗୁ ରକ୍ତଚାପ ଓ ହୃଦୟରୋଗର ଆଶଙ୍କା ବଢିଥାଏ । ତେଣୁ ନିୟମିତ ୬-୭ ଘଣ୍ଟା ଶୋଇବାକୁ ଚେଷ୍ଟା କରନ୍ତୁ ।

ଠ ହିଲ୍‌ ପିନ୍ଧିବା

ହିଲ୍ସ ପିନ୍ଧିବା ପାଦ ପାଇଁ କ୍ଷତିକାରକ । କାରଣ ଏହା ଗଣ୍ଠି ଉପରେ ଚାପ ପକାଇଥାଏ । ଏହା ଜାଣିବା ସତ୍ତେ୍ୱ ବି ଆମେ ହିଲ୍‌ ପିନ୍ଧିଥାଉ । ଫଳରେ ପିଠି ଯନ୍ତ୍ରଣା ଓ ଗଣ୍ଠିରେ ସମସ୍ୟା ଆରମ୍ଭ ହୋଇଥାଏ । ଏହାବ୍ୟତୀତ ହିଲ୍‌ ହାଡ଼ ଉପରେ ମଧ୍ୟ କୁପ୍ରଭାବ ପକାଇଥାଏ । ତେଣୁ ଯେତେଦୂର ସମ୍ଭବ ହିଲ୍‌ଠାରୁ ଦୂରେଇ ରୁହନ୍ତୁ ।

ଠ ଚିନ୍ତାକୁ ନଜରଅନ୍ଦାଜ କରିବା

କେତେକ ମହିଳାଙ୍କର ପ୍ରାୟ ସମୟ ମୁଣ୍ଡବିନ୍ଧା, ଅନିଦ୍ରା ଓ ଚିନ୍ତାଜନିତ ସମସ୍ୟା ଦେଖାଦେଇଥାଏ । କିନ୍ତୁ ସେମାନେ ଏହାକୁ ନଜରଅନ୍ଦାଜ କରିଥାନ୍ତି । ଚିନ୍ତାକୁ କେବେ ବି ଅଣଦେଖା କରନ୍ତୁନାହିଁ । ଏହା ସମୟକ୍ରମେ ସ୍ୱାସ୍ଥ୍ୟ ଉପରେ ନକରାତ୍ମକ ପ୍ରଭାବ ପକାଇଥାଏ । ତେଣୁ ଯଥାସମ୍ଭବ ଚିନ୍ତାଠାରୁ ନିଜକୁ ଦୂରେଇ ରଖନ୍ତୁ ।

ଠ ବ୍ୟାୟାମ ନ କରିବା

ବ୍ୟସ୍ତ ରହିବା କାରଣରୁ ପ୍ରାୟ ମହିଳା ବ୍ୟାୟାମକୁ ଗୁରୁତ୍ୱ ଦେଇ ନଥାନ୍ତି । ଫଳରେ ଶାରିରୀକ ଗତିବିଧିର ଅଭାବରୁ ପିଠି ଦରଜ, ଷ୍ଟ୍ରୋକ୍‌, ମଧୁମେହ ଓ ହୃଦୟରୋଗ ପରି ସମସ୍ୟା ଦେଖାଦେଇଥାଏ । ତେଣୁ ସୁସ୍ଥ ରହିବା ପାଇଁ ସାଇକେଲିଂ, ଡ୍ୟାନ୍ସ ଓ ଯୋଗ ଅଭ୍ୟାସ କରିବା ଉଚିତ୍‌ । ଅନେକ ସମୟରେ ମହିଳାମାନେ ନିଜର ସ୍ୱାସ୍ଥ୍ୟକୁ ନେଇ ସେତେଟା ସଚେତନ ନଥାନ୍ତି । ଫଳରେ ବିଭିନ୍ନ ଛୋଟମୋଟ ସ୍ୱାସ୍ଥ୍ୟ ସମସ୍ୟା ହୋଇଥାଏ ।

ମହିଳାମାନେ ପ୍ରାୟ ସମୟରେ ଏମିତି କିଛି ଭୁଲ୍‌ କରିଥାନ୍ତି, ଯାହାର କୁପ୍ରଭାବ ସ୍ୱାସ୍ଥ୍ୟ ଓ ଶରୀର ଉପରେ ପଡ଼ିଥାଏ । ଯଦି ଆପଣ ଏମିତି କିଛି ଭୁଲ୍‌ କରୁଥାନ୍ତି, ତେବେ ନିଜକୁ ସୁଧାରି ନିଅନ୍ତୁ ।

ସମ୍ବନ୍ଧିତ ଖବର