PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ଵର : ବହୁ ଚର୍ଚ୍ଚିତ ବୁଲିବାଇ ଆପ୍ ମାମଲା, ଭୁବନେଶ୍ଵରରୁ ମୁଖ୍ୟ ଅଭିଯୁକ୍ତ ଗିରଫ
  • ||
  • ମାଲକାନଗିରି : ଦାନ୍ତେୱାଡାରେ ଏନକାଉଣ୍ଟର, ହାର୍ଡକୋର୍ ମାଓନେତା ମୁଇଆ ମାଡକାମ ନିହତ
  • ||
  • ବାଲିପାଟଣା : କଟନି ଛଟନୀକୁ ବିରୋଧ କରି ଚାଷୀଙ୍କ ରାସ୍ତାରୋକ
  • ||
  • ରାୟଗଡ଼ା : ବିଷାକ୍ତ ମଦ୍ୟପାନ କରି ଦୁଇ ଭାଇଙ୍କ ମୃତ୍ୟୁ ଅଭିଯୋଗ
  • ||
  • କାମାକ୍ଷାନଗର : ସାହି ଭିତରେ ପଶି ଆକ୍ରମଣ କଲା ଜଙ୍ଗଲୀ ବାରହା, ୬ ଆହତ ଜଣେ ଗୁରୁତର
  • ||
  • ଭୁବନେଶ୍ଵର: ଆଇସିୟୁରେ ରୋଗୀ ନାହାଁନ୍ତି, ଅକ୍ସିଜେନ୍‌ର ଆବଶ୍ୟକତା ନାହିଁ, ସ୍ଥିତି ନିୟନ୍ତ୍ରଣାଧୀନ : ଜନସ୍ଵାସ୍ଥ୍ୟ ନିର୍ଦ୍ଦେଶକ
  • ||
  • ଭୁବନେଶ୍ୱର: ରାଜ୍ୟରେ ଆଉ ୭ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୫୦୧କୁ ବୃଦ୍ଧି
  • ||
  • କଟକ : ଲିଙ୍ଗ ନିରୂପଣ ମାମଲାରେ ଦୁଇ ଦଲାଲ୍‌ ଗିରଫ, ଦେଢ଼ ହଜାର କମିସନ୍‌ ରଖି ମହିଳାଙ୍କୁ ପଠାଉଥିଲେ
  • ||
  • ଚୌଦ୍ଵାର : ସୁନା ବ୍ୟବସାୟୀଙ୍କ ଉପରକୁ ଗୁଳିମାଡ଼, ଲକ୍ଷାଧିକ ଟଙ୍କାର ସୁନାଗହଣା ଲୁଟିନେଲେ ୩ ଦୁର୍ବୃତ୍ତ
  • ||
  • ଭୁବନେଶ୍ୱର : ରାଜ୍ୟରେ ୨୪ ଘଣ୍ଟା ମଧ୍ୟରେ ଚିହ୍ନଟ ହେଲେ ୧୦,୩୬୮ ଜଣ କରୋନା ପଜିଟିଭ
  • ||
  • ଭୁବନେଶ୍ୱର : ବଦଳିଲା ପାଗ, ଆସନ୍ତାକାଲିଠୁ ପୁଣି ବର୍ଷିବ
  • ||

ଜରୁରି ଖବର ! ୩୧ ଡିସେମ୍ବର ପୂର୍ବରୁ ସାରିଦିଅନ୍ତୁ ଏହି କାମ ନଚେତ୍ ଦେବାକୁ ପଡିବ ୫ ହଜାର ଟଙ୍କା ଜରିମାନା

ନୂଆଦିଲ୍ଲୀ ୫/୧୨: ଇନକମ୍ ଟ୍ୟାକ୍ସ ରିଟର୍ଣ୍ଣ ଫାଇଲ୍ କରିବାର ଶେଷ ତାରିଖ ୩୧ ଡିସେମ୍ବର ୨୦୨୧ । ଯଦି ଆପଣ ଏହି ଡେଡଲାଇନ ପୂର୍ବରୁ ଏହାକୁ ସମାପ୍ତ କରୁନାହାଁନ୍ତି ତେବେ ଆପଣଙ୍କୁ ୫ ହଜାର ଟଙ୍କା ଜୋରିମାନା ଦେବାକୁ ପଡିବ । ତେବେ ଏମିତି କିଛି ଟ୍ୟାକ୍ସପେୟର ମଧ୍ୟ ଅଛନ୍ତି ଯେଉଁମାନେ ସମୟ ସୀମା ସମାପ୍ତ ହେବା ପରେ ମଧ୍ୟ ବିନା କୌଣସି ପେନାଲ୍ଟିରେ ନିଜ ଆଇଟିଆର୍ ଦାଖଲ କରିପାରିବେ । ଆସନ୍ତୁ ଜାଣିବା କେମିତି ଟ୍ୟାକ୍ସପେୟରଙ୍କୁ ଆଶ୍ୱସ୍ତି ମିଳିବ ।

ଆପଣଙ୍କୁ କହିରଖୁଛୁ ସେଣ୍ଟ୍ରାଲ୍ ବୋର଼୍ଡ ଅଫ୍ ଡାଇରେକ୍ଟ ଟ୍ୟାକ୍ସେସ୍ ଆର୍ଥିକ ବର୍ଷ ୨୦୨୦-୨୧ ପାଇଁ ଆଇଟିଆର୍ ଭରିବାର ଡେଡଲାଇନକୁ ପୁଣି ବୃଦ୍ଧି କରି ୩୧ ଡିସେମ୍ବର ୨୦୨୧ କରିଦେଇଛି । ୩୧ ଡିସେମ୍ବର ପରେ ଆଇଟିଆର୍ ଭରିଲେ ୫ ହଜାର ଟଙ୍କା ଜୋରିମାନା ଦେବାକୁ ପଡିବ ।

କେଉଁମାନଙ୍କୁ ଦେବାକୁ ହେବ ପେନାଲ୍ଟି

ଯେଉଁମାନଙ୍କ ଗ୍ରସ୍ ଟୋଟାଲ୍ ଇନକମ୍ ବେସିକ୍ ରିହାତିର ଲିମିଟରୁ ଅଧିକ ନାହିଁ, ସେମାନଙ୍କୁ ଆଇଟିଆର୍ ଫାଇଲ୍ ବିଳମ୍ବରେ କୌଣସି ପେନାଲ୍ଟି ଲାଗିବନି । ଯଦି ଗ୍ରସ୍ ଟୋଟାଲ୍ ଇନକମର ବେସିକ ଲିମିଟ୍ କମ୍ ରହିବ ତେବେ ବିଳମ୍ବ ହେଲେ ସେକ୍ସନ ୨୩୪ଏଫ୍ ଅନୁସାରେ କୌଣସି ଫାଇନ୍ ଲାଗିବନି ।

କେମିତି ଫାଇଲ୍ କରିବେ ITR (e-filing portal):  ଯଦି ଆପଣ ଇ-ଫାଇଲିଂ ପୋର୍ଟାଲକୁ ଯାଇ ନିଜ ଟ୍ୟାକ୍ସ ରିଟର୍ଣ୍ଣ ଫାଇଲ୍ କରିବାକୁ ଚାହୁଁଛନ୍ତି ତେବେ ଆପଣ ଏହି ଷ୍ଟେପ୍ସର ସାହାଯ୍ୟ ନେଇପାରିବେ ।

ସର୍ବପ୍ରଥମେ ଇ-ଫାଇଲିଂ ପୋର୍ଟାଲ incometax.gov.inକୁ ଯାଇ Login ବଟନ ଉପରେ କ୍ଲିକ୍ କରନ୍ତୁ ।

ଏବେ ଆପଣଙ୍କୁ ନିଜ ୟୁଜରନେମ୍ ରେଜିଷ୍ଟର କରି continue ବଟନ ଉପରେ କ୍ଲିକ୍ କରିବାକୁ ହେବ

ଏବେ ଆପଣଙ୍କୁ ନିଜ ପାସୱର୍ଡ ଦେବାକୁ ହେବ

ଏବେ ଇ-ଫାଇଲ୍ ଟ୍ୟାବ୍ ଉପରେ କ୍ଲିକ୍ କରି File Income Tax Return ବିକଳ୍ପ ଉପରେ କ୍ଲିକ୍ କରନ୍ତୁ

ଆସେସମେଣ୍ଟ ଇୟର ୨୦୨୧-୨୨ର ଚୟନ କରନ୍ତୁ ଏବଂ ପରେ continue ବିକଳ୍ପ ଉପରେ କ୍ଲିକ୍ କରନ୍ତୁ

ପରେ ଆପଣଙ୍କୁ ‘ଅନଲାଇନ୍’ ବା ‘ଅଫଲାଇନ୍’ ଅପ୍ସନ ଚୟନ କରିବା ପାଇଁ କୁହାଯିବ

ଅନଲାଇନ୍ ଅପ୍ସନ ଚୟନ କରନ୍ତୁ ଏବଂ continue ଟ୍ୟାବ୍ ଉପରେ କ୍ଲିକ୍ କରନ୍ତୁ

ଏବେ ‘ପର୍ସନାଲ୍’ ଅପ୍ସନ ଚୟନ କରନ୍ତୁ

ବ୍ୟକ୍ତିଗତ, ହିନ୍ଦୁ ଅବିଭାଜିତ ପରିବାର(ଏଚୟୁଏଫ୍) ବା ଅନ୍ୟ

Continue ଟ୍ୟାବ୍ ଉପରେ କ୍ଲିକ୍ କରନ୍ତୁ
ଆଇଟିଆର୍ ୧ ବା ଆଇଟିଆର୍ ୪ ମଧ୍ୟରୁ କୌଣସି ଗୋଟିଏକୁ ଚୟନ କରନ୍ତୁ ଏବଂ continue ଟ୍ୟାବ୍ ଉପରେ କ୍ଲିକ୍ କରନ୍ତୁ

ରିହାତି ସୀମାରୁ ଉପର ବା ଧାରା ୧୩୯ (୧) ଅନୁସାରେ ୭ମ ପ୍ରାବଧାନ ଅନୁସାରେ ରିଟର୍ଣ୍ଣର କାରଣ ପଚରାଯିବ

ଆଇଟିଆର୍ ଅନଲାଇନ୍ ଦାଖଲ କରିବା ସମୟରେ ସଠିକ୍ ବିକଳ୍ପ ଚୟନ କରନ୍ତୁ

ନିଜ ବ୍ୟାଙ୍କ ଖାତାର ଡିଟେଲ୍ ରେଜିଷ୍ଟର କରନ୍ତୁ

ଏବେ ଆଇଟିଆର୍ ଫାଇଲ୍ କରିବା ପାଇଁ ଏକ ନୂଆ ପେଜକୁ ପଠାଯିବ

ନିଜ ଆଇଟିଆର୍ ଭେରିଫାଏ କରନ୍ତୁ ଏବଂ ରିଟର୍ଣ୍ଣର ଏକ ହାର୍ଡ କପି ଆୟକର ବିଭାଗକୁ ପଠାନ୍ତୁ

ସମ୍ବନ୍ଧିତ ଖବର