PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଇରଙ୍ଗପୁର : ବିଶୋଇ ଅସନାରେ ଓଲଟାଲ ବସ୍‌ , ପଛରୁ ଟ୍ରକ୍‌ ଧକ୍କା ଦେବାରୁ ଭାରସାମ୍ୟ ହରାଇ ଓଟଲିଲା ବସ୍‌ , ୨ଗୁରୁତର , ୫ ଆହତ
  • ||
  • ଖୋର୍ଦ୍ଧା : ଜଟଣୀ ବେଣାପଞ୍ଜରୀ ଗାଁରେ କମେଣ୍ଟ ମରାକୁ କେନ୍ଦ୍ର କରି ବୋମା ମାଡ଼ , ୩ ଆହତ , ଘଟଣା ସ୍ଥଳରେ ପୁଲିସ୍‌ ମୁତୟନ
  • ||
  • ବାଲେଶ୍ବର: ବସିଲା କଙ୍ଗାରୁ କୋର୍ଟ, ବିଧବା ମହିଳାଙ୍କ ମଥାରେ ଦିଆଗଲା ସିନ୍ଦୁର
  • ||
  • ରୁଷ‌୍‌ର ମସ୍କୋରେ ଭାରତ ଖୋଲିଲା ଊର୍ଜା ଅଫିସ୍‌ , କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ପ୍ରଚେଷ୍ଟାରେ ଉଦ୍‌ଘାଟିତ
  • ||
  • ବ୍ରହ୍ମପୁର ବାଲିପଦାରେ ବିଧବା ମହିଳାଙ୍କୁ ବିଭତ୍ସ ହତ୍ୟା , ଜମି ବିବାଦରୁ ସଂପର୍କୀୟ ହତ୍ୟା କରିଥିବା ସନ୍ଦେହ
  • ||
  • ପ୍ରଧାନମନ୍ତ୍ରୀ ମୋଦି ଓ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ମଧ୍ୟରେ ଭିଡ଼ିଓ କନଫରେନ୍ସିଂ ମାଧ୍ୟମରେ ଆଲୋଚନା , ସ୍ୱାଧିନତାର ୭୫ ବର୍ଷ ପୂର୍ତ୍ତି ପାଳନ ପ୍ରସ୍ତୁତି ନେଇ ଏହି ଆଲୋଚନା ଚାଲିଛି
  • ||
  • ବାସୁଦେବପୁର: ଛାତ୍ରଛାତ୍ରୀଙ୍କ ମଧ୍ୟାନ୍ନ ଭୋଜନ ଅର୍ଥ ହଡପ ଘଟଣାରେ କାନ୍ଥିସାହି ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଅରୁଣ କୁମାର ନାୟକଙ୍କୁ କାର୍ଯ୍ୟରୁ ନିଲମ୍ବିତ କଲେ ବିଇଓ
  • ||
  • ଭୁବନେଶ୍ବର: ରାଜଧାନୀରେ ଲୁଟ୍ ରୋକିବେ ସ୍ପେଶାଲ-୨୬, ନୂଆ ଟିମ୍ ଗଠନ ନେଇ ସୂଚନା ଦେଲେ ଭୁବନେଶ୍ବର ଡିସିପି ଉମାଶଙ୍କର ଦାସ
  • ||
  • ଗୁଣୁପୁର:ସନ୍ଦେହ ଜନକ ଅବସ୍ଥାରେ ବିବାହିତା ମହିଳାଙ୍କ ଅର୍ଦ୍ଧଦଗ୍ଧ ମୃତଦେହ ଉଦ୍ଧାର, ହତ୍ଯା ଅଭିଯୋଗ ଆଣିଲେ ବାପଘର ଲୋକ
  • ||
  • ସମ୍ବଲପୁର:ବୁର୍ଲା ସାଇଫୋନ ଅଞ୍ଚଳରେ ଥିବା ଜଙ୍ଗଲରେ ଲାଗିଲା ଅଗ୍ନିକାଣ୍ଡ, ନିଆଁ ଆଁରେ ଜଳିଗଲା ଅନେକ ଗଛ
  • ||
  • କଟକ: ଚୌଦ୍ବାର ଓଟିଏମ୍ କାରଖାନା ପରିସରରେ ଅଗ୍ନିକାଣ୍ଡ, ନିଆଁକୁ ଆୟତ୍ତ ପାଇଁ ଅଗ୍ନିଶମ ଟିମ୍ ନିୟୋଜିତ
  • ||
  • ରାଉରକେଲା: ପୂର୍ବତନ କେନ୍ଦ୍ର ମନ୍ତ୍ରୀ ଦିଲ୍ଲୀପ ରାୟ କରୋନା ପଜିଟିଭ, ଟ୍ବିଟ୍ କରି ସୂଚନା ଦେଲେ
  • ||
  • ଭୁବନେଶ୍ଵର : ପୂର୍ବତନ କେନ୍ଦ୍ର ମନ୍ତ୍ରୀ ଦିଲ୍ଲୀପ ରାୟ କରୋନା ପଜିଟିଭ
  • ||
  • ଫୁଲବାଣୀ: ମନରେଗା କାମ କରି ବର୍ଷେ ହେଲା ପାରିଶ୍ରମିକ ପାଇନାହାନ୍ତି ୫୦ରୁ ଉର୍ଦ୍ଧ୍ବ ମହିଳା, ଜିଲ୍ଲାପାଳଙ୍କୁ ଜଣାଇଲେ ଅଭିଯୋଗ କଲେ ମହିଳା
  • ||
  • ଯାଜପୁର ରୋଡରେ କର୍ମଜୀବୀ ମହିଳା ନିବାସକୁ ଭର୍ଚୁଆଲ ମାଧ୍ୟମରେ ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ, ନିବାସରେ ୧୦୦ଶଯ୍ୟା ବ୍ୟବସ୍ଥା ରହିଛି
  • ||
  • ମାଲକାନଗିରି: ମହିଳା ଦିବସରେ ଘରବାଡି ପଟ୍ଟା ପାଇଁ ମାଲକାନଗିରି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ବିକ୍ଷୋଭ କଲେ ଶତାଧିକ ମହିଳା
  • ||
  • ମାଲକାନଗିରି: ଜିଲ୍ଲାରେ ପ୍ରଥମ ଥର ପାଇଁ ମହିଳା ପୁଲିସଙ୍କ ‘ନିର୍ଭୟା ପେଟ୍ରୋଲିଂ’ ଟିମ୍କୁ ସବୁଜ ପତକା ଦେଖାଇ ଏସପି ଋଷିକେଶ ଡି ଖିଲାରୀ,
  • ||
  • ନୀଳଗିରି କଲେଜର ପର୍ଯ୍ୟଟନ ଓ ଆତିଥ୍ୟତା ବିଭାଗର ଶିକ୍ଷାର ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ଅନ୍ଧାର, ଦୁଇବର୍ଷ ଧରି ବାହରୁନି ପରୀକ୍ଷା ଫଳ,କଲେଜ ଆଗରେ ବସିଲେ ଧାରଣା, ଦୁଇ ଛାତ୍ର ଛାତ୍ରୀ ଅସୁସ୍ଥ
  • ||
  • ବଲାଙ୍ଗୀର: ଭୀମଭୋଇ ମେଡିକାଲ କଲେଜ ହସ୍ପିଟାଲରେ ଚିକିତ୍ସା ଅବହେଳା ଯୋଗୁଁ ରୋଗୀଙ୍କ ମୃତ୍ୟ ଅଭିଯୋଗ ଆଣି ସମ୍ପର୍କୀୟଙ୍କ ହୋହାଲ୍ଲା, ପୁଲିସ ମୁତୟନ
  • ||
  • ଭୁବନେଶ୍ବର: ୨ଦିନିଆ ଓଡିଶା ଗସ୍ତରେ ଆସୁଛନ୍ତି ମହାମହିମ ରାଷ୍ଟ୍ରପତି ରାମନାଥ କୋବିନ୍ଦ, ରାଜଭବନରେ କରିବେ ରାତ୍ରିଯାପନ
  • ||

କୋଲକାତା ବିମାନବନ୍ଦରରେ ଖତ ଖାଉଛି ଡାକୋଟା ବିମାନ: କମିଟି କରି ଭୁଲିଯାଇଛି ପରିବହନ ବିଭାଗ, କେବେ ଆସିବ.. ତା’ର ଉତ୍ତର ବି ଅନିଶ୍ଚିତତାରେ

ଭୁବନେଶ୍ୱର,୨୮/୦୧: ପ୍ରବାଦ ପୁରୁଷ ବିଜୁ ବାବୁଙ୍କ ବୀରତ୍ୱର ସ୍ମୃତି ଜାବୁଡ଼ି ଧରିଥିବା ଡାକୋଟା ବିମାନ ଖତ ଖାଉଛି କୋଲକାତା ବିମାନବନ୍ଦରରେ । ଏହାକୁ ଓଡ଼ିଶା ଫେରାଇ ଆଣିବାକୁ ଦୀର୍ଘବର୍ଷରୁ ଯୋଜନା ଚାଲିଛି । ହେଲେ ଏଯାଏଁ ଡାକୋଟା ଆସିପାରୁନି । କେବେ ଆସିବ, ତା’ର ଉତ୍ତର ବି ଅନିଶ୍ଚିତତାରେ । ଏକଥା ନୁହେଁ ଯେ, ଏ ଦିଗରେ କିଛି ପଦକ୍ଷେପ ନିଆଯାଇନି । ଏଥିପାଇଁ ପରିବହନ ବିଭାଗକୁ ଦାୟିତ୍ୱ ଦିଆଯାଇଛି । ହେଲେ ମଝିରେ ମଝିରେ ପ୍ରକ୍ରିୟା ଆରମ୍ଭ କରି ଭୁଲିଯାଉଛି ପରିବହନ ବିଭାଗ । ବର୍ଷ ବର୍ଷର ପ୍ରତୀକ୍ଷା ସରୁନି ।

ଯୁବପିଢ଼ିକୁ ବିଜୁବାବୁଙ୍କ ବୀରତ୍ୱ କାହାଣୀ ବଖାଣିବା ପାଇଁ ଡାକୋଟାକୁ ଓଡ଼ିଶା ଫେରାଇ ଆଣିବାକୁ ରାଜ୍ୟ ସରକାର ଯୋଜନା କରିଛନ୍ତି । ଡାକୋଟା ଥିଲା ବିଜୁ ବାବୁଙ୍କ ପ୍ରିୟ ବିମାନ । ବିଜୁ ବାବୁ କରିଥିବା କଳିଙ୍ଗ ଏୟାରଲାଇନ୍ସରେ ୧୪ଟି ବିମାନ ଥିଲା । ଏଥିମଧ୍ୟରେ ଥିଲା ଡାକୋଟା । ଏହି ଡାକୋଟାକୁ ନିଜେ ବିଜୁବାବୁ ବ୍ୟବହାର କରୁଥିଲେ । ଦ୍ୱିତୀୟ ବିଶ୍ୱଯୁଦ୍ଧରେ ଶତ୍ରୁପକ୍ଷର ଛାତିଚିରି ନିଜର ପରାକାଷ୍ଠା ଦେଖାଇଥିଲା ଡାକୋଟା । ପରବର୍ତ୍ତୀ ସମୟରେ ଡାକୋଟା ବିମାନର କିଛି ଖବର ନଥିଲା । କିଛି ବର୍ଷ ତଳେ ହଠାତ୍‌ ଏହି ଡାକୋଟା ବିମାନକୁ କୋଲକତା ବିମାନବନ୍ଦରରେ ଦେଖିବାକୁ ମିଳିଥିଲା ।

ଐତିହାସିକ ଅନୀଲ ଧୀର୍‌ ଏ ନେଇ ରାଜ୍ୟ ସରକାରଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ । ଡାକୋଟ।।କୁ ଓଡ଼ିଶାକୁ ଆଣିବାକୁ ଦାବି ହୋଇଥିଲା । ପରେ ରାଜ୍ୟ ସରକାର ଡାକୋଟା ବିମାନକୁ କୋଲକାତାରୁ ଆଣି କଟକସ୍ଥିତ ବିଜୁ ବାବୁଙ୍କ ବାସଭବନ ‘ଆନନ୍ଦଭବନ’ ସଂଗ୍ରହାଳୟରେ ରଖିବାକୁ ଯୋଜନା କରିଥିଲେ । ହେଲେ ଆନନ୍ଦ ଭବନରେ ଜାଗା ଅଭାବ କାରଣରୁ ଏହି ଯୋଜନା ବାତିଲ ହୋଇଥିଲା । ପରେ ଯୋଜନା ହେଲା, ଡାକୋଟା ବିମାନକୁ ବିଜୁ ପଟ୍ଟନାୟକ ବିମାନବନ୍ଦରରେ ରଖି ସାରା ବିଶ୍ୱବାସୀଙ୍କ ସମ୍ମୁଖରେ ବିଜୁ ବାବୁଙ୍କ ବୀରତ୍ୱ ଗାଥାର ଜ୍ୱଳନ୍ତ ପ୍ରମାଣ ପ୍ରଦର୍ଶନ କରାଯିବ । ଏଥିପାଇଁ ୧୦ କୋଟି ଟଙ୍କା ସଂସ୍କୃତି ବିଭାଗର ବଜେଟରେ ରଖାଯାଇଥିଲା । କିନ୍ତୁ, ଏ ଦିଗରେ କିଛି ଅଗ୍ରଗତି ନ ହେବାରୁ ଏହି ଟଙ୍କା ପୁଣି ସରକାରୀ ତହବିଲକୁ ଫେରି ଯାଇଥିଲା ।

୨୦୧୯-୨୦ରେ ପୁଣି ଥରେ ଏ ଦିଗରେ ଆଗେଇଲେ ସରକାର । ଗତବର୍ଷ ଜାନୁଆରୀରେ ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ଏ ନେଇ ବୈଠକ ବସିଥିଲା । ସ୍ଥିର ହେଲା, ଖୁବଶୀଘ୍ର ଡାକୋଟାକୁ କୋଲକାତାରୁ ଭୁବନେଶ୍ୱର ଅଣାଯିବ । ଏ ନେଇ କେନ୍ଦ୍ର ବେସାମରିକ ବିମାନ ଚଳାଚଳ ମନ୍ତ୍ରାଳୟକୁ ମଧ୍ୟ ଅବଗତ କରାଗଲା । ପରିବହନ ବିଭାଗକୁ ଏହାର ଦାୟିତ୍ୱ ଦିଆଗଲା । ଗତ ଡିସେମ୍ବରରେ ଏଥିପାଇଁ ବାଣିଜ୍ୟ ଓ ପରିବହନ ବିଭାଗ ସଚିବଙ୍କ ନେତୃତ୍ୱରେ ୧୧ ଜଣିଆ ଟେକ୍ନୋ-କମର୍ସିଆଲ ପରଚେଜ୍‌ କମିଟି ଗଠନ କରାଯାଇଥିଲା । କମିଟିରେ ବେସାମରିକ ବିମାନ ଚଳାଚଳ ବିଭାଗ ନିର୍ଦ୍ଦେଶକଙ୍କ ସହ ପୂର୍ତ୍ତ, ପରିବହନ, ସଂସ୍କୃତି, ପର୍ଯ୍ୟଟନ, ଭୁବନେଶ୍ୱର ମହାନଗର ନିଗମ ଏବଂ ଭୁବନେଶ୍ୱର ବିମାନବନ୍ଦର କର୍ତ୍ତୃପକ୍ଷଙ୍କୁ ରଖାଯାଇଥିଲା । କୁହାଯାଇଥିଲା, ଡାକୋଟା ବିମାନକୁ କେମିତି ଭୁବନେଶ୍ୱର ଅଣାଯିବ, ସେଥିପାଇଁ କମିଟି ତର୍ଜମା କରି ରିପୋର୍ଟ ଦେବ । ତା’ ପରେ ଚୂଡ଼ାନ୍ତ ପଦକ୍ଷେପ ନିଆଯିବ । ହେଲେ କମିଟି ଗଠନ କରି ପରିବହନ ବିଭାଗ ଭୁଲିଯାଇଛି । ଏଯାଏଁ ଏହି କମିଟି ନା କୋଲକାତା ଗସ୍ତ କଲାଣି ନା ଥରୁଟିଏ ବୈଠକ ଡାକିଲାଣି ।

ପରିବହନ ବିଭାଗ ଅଧିକାରୀ କହୁଛନ୍ତି, ଡାକୋଟା ଫେରାଇ ଆଣିବାକୁ ପ୍ରକ୍ରିୟା ଚାଲିଛି । ସାଧାରଣ ପ୍ରଶାସନ ବିଭାଗ ଜମି ଦେଲେ ପରବର୍ତ୍ତୀ ପଦକ୍ଷେପ ନିଆଯିବ । ବିଜୁ ପଟ୍ଟନାୟକ ବିମାନବନ୍ଦର ପାଖରେ ଜମି ଦେବା ପାଇଁ ଅନୁରୋଧ କରାଯାଇଛି । କୋଲକାତାରେ ଡାକୋଟା ଜରାଜୀର୍ଣ୍ଣ ଅବସ୍ଥାରେ ପଡ଼ିଛି । ବିଜୁ ବାବୁଙ୍କ ବୀରତ୍ୱ ବଖାଣୁଥିବା ଏହି ବିମାନ କେବେ ଓଡ଼ିଶା ମାଟିକୁ ଫେରି ଆସିବ, ତାହା କହିବା ମୁସ୍କିଲ । ପରିବହନ ବିଭାଗ ଅଧିକାରୀଙ୍କ ଆନ୍ତରିକତା ଦେଖିଲେ ଡାକୋଟା ଫେରିବା ନେଇ ମନରେ ସନ୍ଦେହ ଉପୁଜିଲାଣି । ଏମିତିରେ ବେଶି ବିଳମ୍ବ କଲେ ଏହି ବିମାନ ଅବସ୍ଥା ଆହୁରି ଶୋଚନୀୟ ହୋଇଯିବା ଆଶଙ୍କା ରହିଛି ।

ସମ୍ବନ୍ଧିତ ଖବର