ଲାଞ୍ଚ ନେଇ ଧରା ପଡିଲେ ଡାକ୍ତର, ଶବ ବ୍ୟବଚ୍ଛେଦ କରିବାକୁ ମାଗିଥିଲେ ଟଙ୍କା

ଜୟପୁର, ୧୪|୦୨:  ଲାଞ୍ଚ ନେବା ଜଣେ ଡାକ୍ତରଙ୍କୁ ମହଙ୍ଗା ପଡିଛି। ଜୟପୁର ଏସଏଲଏନନ ମେଡିକାଲ କଲେଜର ଡାକ୍ତର ମନୋଜ ଜେନା ଲାଞ୍ଚ ନେଇ ଗିରଫ ହୋଇଛନ୍ତି।

ସୂଚନାନୁସାରେ, ଗତ ଜାନୁଆରୀ ୨୪ ତାରିଖରେ ଏକ ବାଇକ ଦୁର୍ଘଟଣାରେ ଦେବେନ୍ଦ୍ର ତନ୍ତିନାମକ ଜଣେ ଯୁବକଙ୍କ ମୃତ୍ୟୁ ହୋଇଥିଲା। ଏହି ଘଟଣାର ତଦନ୍ତ କରୁଥିବା ଆମ୍ବାଗଡା ଫାଣ୍ଡି ଅଧିକାରୀ ନାରାୟଣ ପଟ୍ଟନାୟକ ଦୁର୍ଘଟଣାଗ୍ରସ୍ତ ଗାଡିକୁ ଜବତ କରିଥିଲେ। ଏପରିକି ଗାଡି ମୁକୁଳାଇବା ପାଇଁ  ସେ ମୃତକଙ୍କ ସମ୍ପର୍କୀୟଙ୍କଠାରୁ ଲାଞ୍ଚ ନେଇଥିଲେ। ତେବେ ଖବର ସାମ୍ନାକୁ ଆସିବା ପରେ ନାରାୟଣଙ୍କୁ ସସପେଣ୍ଡ କରାଯାଇଥିଲା।

ଏହି ଘଟଣାରେ ମୃତକଙ୍କ ପୋଷ୍ଟମଟର୍ମ କରିଥିବା ଏସଏଲଏନ ମେଡିକାଲ କଲେଜର ଡାକ୍ତର ମନୋଜ ଜେନାଙ୍କ ନାମରେ ମଧ୍ୟ ମାମଲା ରୁଜୁ ହୋଇଥିଲା। ସେ ମଧ୍ୟ ଶବ ବ୍ୟବଚ୍ଛେଦ ପାଇଁ ଲାଞ୍ଚ ମାଗିଥିବା ଅଭିଯୋଗ ହୋଇଥିଲା। ସେ ୩୦୦୦ ଟଙ୍କା ମାଗିଥିବା ବେଳେ ମୃତକଙ୍କ ପରିବାର ଲୋକେ ୨୫୦୦ ଟଙ୍କା ଦେଇଥିଲେ। ଏହାପରେ ଅଭିଯୋଗ ସତ ହୋଇଥିବା ତଦନ୍ତରୁ ଜଣାପଡିଥିଲା। ଆଜି ୫ଟି ପ୍ରଭାବରେ ମନୋଜଙ୍କୁ ଗିରଫ କରାଯାଇଛି।  

   ସମ୍ବନ୍ଧିତ ଖବର


ଅନ୍ଧବିଶ୍ୱାସ ଜାଲରେ ଫସାଇ ପରିବାରର ୫ ଭଉଣୀଙ୍କୁ କଲା ଦୁଷ୍କର୍ମ, ଗିରଫ ହେଲା ଭଣ୍ଡ ବାବା

ରେଲୱେ ଷ୍ଟେସନ୍ ପ୍ଲାଟଫର୍ମରୁ ଗଞ୍ଜେଇ ଜବତ : ଦୁଇ ଗିରଫ

ଅଢ଼େଇ ଲକ୍ଷ ଟଙ୍କାର ଧଳାଜହର ଜବତ: ନିଶାରାଣୀ ସାରା ଓ ସହଯୋଗୀ ଗିରଫ

୨୨ ବର୍ଷ ହେଲା ଚମଡ଼ା ନିଗମରେ ତାଲା: ଦୀର୍ଘ ବର୍ଷ ହେବ ପାଉଣା ଅପେକ୍ଷାରେ କର୍ମଚାରୀ