PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ୨୪ ଘଣ୍ଟା ପ୍ରଚାର ବ୍ୟାନ୍ କଲେ ନିର୍ବାଚନ କମିଶନର , ନିର୍ବାଚନ ପ୍ରଚାରରେ ବିବାଦୀୟ ଭାଷଣ ପାଇଁ ଲାଗିଲା କଟକଣା
  • ||
  • ସୁଶିଲ ଚନ୍ଦ୍ରା ନୂଆ ମୁଖ୍ୟ ନିର୍ବାଚନ କମିଶନର ନିଯୁକ୍ତ
  • ||
  • ଆଜି ଭୁବନେଶ୍ୱରରୁ ୧୯୦ କରୋନା ପଜିଟିଭ ଟିହ୍ନଟ, କ୍ୱାରେଣ୍ଟାଇନ୍‌ରୁ ୩୮ ଓ ଲୋକାଲ କଣ୍ଟାକ୍ଟରୁ ୧୫୨ସଂକ୍ରମିତ
  • ||
  • ପିପିଲି ଉପନିର୍ବାଚନ ପାଇଁ ଭର୍ଚୁଆଲ ରାଲିରେ ନବୀନ ପଟ୍ଟନାୟକ କରୁଛନ୍ତି ପ୍ରଚାର , ୬ଟି ଜିଲ୍ଲା ପରିଷଦ ଜୋନ୍‌ ପାଇଁ ସିଧା ପ୍ରସାରଣ ବ୍ୟବସ୍ଥା
  • ||
  • କଟକ ଏସ୍‌ସିବିରୁ ହାଇଦର ଫେରାର ଘଟଣା – ହାଇଦର ଫେରାର ପଛରେ ତାର ପରିବାର ଲୋକଙ୍କ ହାତ ଅଛି, ମଙ୍ଗଳାବାଗ ଥାନାରେ ଏତଲା ଦେଲେ ଗ୍ୟାଙ୍ଗଷ୍ଟରକୁ ଜଗୁଥିବା ନିଲମ୍ୱିତ କନଷ୍ଟେବଲ ମହମ୍ମଦ ମୌସିମ୍,‌
  • ||
  • ଭାରତରେ ରୁଷ୍ ଟିକା ସ୍ପୁଟ୍‌ନିକ୍ –V କୁ ମଞ୍ଜୁରୀ , ବିଶେଷଜ୍ଞ କମିଟି ବୈଠକରେ ନିଆଗଲା ନିଷ୍ପତ୍ତି, ମାନବ ଦେହରେ ବ୍ୟବହାର ପାଇଁ ଅନୁମତି
  • ||
  • ବଲାଙ୍ଗୀର ଓ କଳାହାଣ୍ଡି ବିଶ୍ବବିଦ୍ୟାଳୟ ପାଇଁ ୨ ଜଣ ନୂଆ କୁଳପତିଙ୍କୁ ମିଳିଲା ନିଯୁକ୍ତି
  • ||
  • ଭୁବନେଶ୍ୱର: କ୍ୟାବିନେଟ୍ ବୈଠକରେ ୯ଟି ପ୍ରସ୍ତାବ ଉପରେ ବାଜିଲା ମୋହର
  • ||
  • ଭଞ୍ଜନଗର: ଭାଲୁ ଆକ୍ରମଣରେ ବାଘୁଆପଲ୍ଲୀ ଗ୍ରାମର ୪ ଜଣ ଗୁରୁତର ଆହତ
  • ||
  • ଢେଙ୍କାନାଳ: ମାଛ ଧରିବାକୁ ଯାଇ ନଦୀରେ ବୁଡିଗଲେ ମାଛ ଧରାଳି, ଖୋଜାଖୋଜି ପରେ ଉଦ୍ଧାର ହେଲା ମୃତହେଦ
  • ||
  • କଟକ: ନିଆଳିର ଏକ ବିଲରୁ ଏକ ମୃତଦେହ ଉଦ୍ଧାର
  • ||
  • ଗଜପତି ଜିଲ୍ଲାର ସମସ୍ତ ସୀମା ସିଲ, ବାହାରୁ ଆସୁଥିବା ଲୋକଙ୍କ ଉପରେ କଡା ନଜର
  • ||
  • ଭୁବନେଶ୍ୱର: ଆଜି ପହଞ୍ଚିବ ୨ ଲକ୍ଷ ୭୧ ହଜାର ଟିକା
  • ||
  • ଜଗନ୍ନାଥପୁର ଛକ ପୁକୁଡ଼ିବନ୍ଧ ଜଙ୍ଗସନ୍ରୁ ୯୨୦ କିଲୋ ଗଞ୍ଜେଇ ଧରିଲା ଅବକାରୀ ବିଭାଗର ସ୍ଵତନ୍ତ୍ର ୱିଙ୍ଗ, ୮ ଗିରଫ, ଟ୍ରକ୍ ଓ ମ୍ୟାକ୍ସପିକ୍ପ ଜବତ
  • ||
  • ବୀରମହାରାଜପୁର: ଚନ୍ଦଲି ରାସ୍ତା କଡ଼ରୁ ନବଜାତ ଶିଶୁ ପୁତ୍ର ଉଦ୍ଧାର, ଡାକ୍ତରଖାନାରେ ଭର୍ତ୍ତି
  • ||
  • ନୀଳଗିରି: ଅଭୟାରଣ୍ୟ ଭିତରୁ ଜଣେ ଶିକାରୀ ଗିରଫ,ମାରଣାସ୍ତ୍ର ଜବତ, ଖସିଗଲେ ୩ଜଣ ଶିକାରୀ…
  • ||
  • କଟକ: ଚାଉଳିଆଗଞ୍ଜ ଥାନାରେଆତ୍ମସମର୍ପଣ କଲା ହାଇଦର ସହଯୋଗୀ ୟାକୁବର
  • ||
  • ନୀଳଗିରି: କୂଳଡିହା ଅଭୟାରଣ୍ୟ ସୀମାନ୍ତରୁ ବିରାଟକାୟ ହରିଣ କ୍ଷତବିକ୍ଷତ ଉଦ୍ଧାର କଲେ ଗ୍ରାମବାସୀ
  • ||
  • କଟକ: ହଷ୍ଟେଲ ଭିତରେ ପଶି ନର୍ସିଂ ଛାତ୍ରୀଙ୍କୁ ତଡୁଛି ପୁଲିସ, ଏସସିବି ବିଏସି ନର୍ସିଂ କଲେଜରେ ଉତ୍ତେଜନା
  • ||
  • ନୀଳଗିରି: ଅସନବଣି ଅଞ୍ଚଳରୁ ଉଦ୍ଧାର ହେଲା ୧୫ ଫୁଟ୍ ଲମ୍ବର ଅହିରାଜ ସାପ
  • ||

ଚତୁର ଚୋର ! ଡାକ୍ତରଙ୍କ ଘର ପଛରେ କିଣିଲେ ୯୦ ଲକ୍ଷ ଟଙ୍କାର ପ୍ଲଟ୍ , ୩ମାସରେ ତିଆରି କଲେ ସୁଡ଼ଙ୍ଗ…ଆଉ ତାପରେ

www.aajtak.in

ଜୟପୁର : ରାଜସ୍ଥାନର ରାଜଧାନୀ ଜୟପୁରରେ  ଏକ ସ୍ୱତନ୍ତ୍ର ଧରଣର  ଚୋରୀ ହୋଇଛି । ଆଉ ଏହି ଚୋରମାନଙ୍କର ଚତୁରତାକୁ ଦେଖି ସମସ୍ତେ ଆଶ୍ଚର୍ଯ୍ୟ ହୋଇଛନ୍ତି । ଜଣେ ନାମୀ ଡାକ୍ତରଙ୍କ ଘରେ ପଶିବା ପାଇଁ ଚୋରମାନେ ନୂଆ ତରିକା ଆପଣେଇଥିଲେ। ଡାକ୍ତରଙ୍କ ଘର ପାଖରେ ଥିବା ଏକ ଫ୍ଲାଟ୍‌କୁ ୯୦ ଲକ୍ଷ ଟଙ୍କାରେ କିଣିଥିଲେ। ଏହାପରେ ୩ ମାସରେ ଏହି ଫ୍ଲାଟ୍‌ରୁ ଡାକ୍ତରଙ୍କ ଘରର ବେସ୍‌ମେଣ୍ଟ ଯାଏ ଏକ ସୁଡ଼ଙ୍ଗ କରିଥିଲେ । ପରେ ଚତୁର ଚୋରମାନେ ଘରେ ରଖାଯାଇଥିବା ମୂଲ୍ୟବାନ ରୂପାର ବାକ୍ସକୁ ଚୋରୀ କରି ନେଇଥିଲେ । ଏବେ ପୁଲିସ୍‌ ଏହି ମାମଲାରେ ଛାନ୍‌ଭିନ୍‌ କରୁଛି ।   

ଘଟଣାଟି ଏମିତି –

ଆଶ୍ଚର୍ଯ୍ୟ କଲା ଭଳି ଚୋରୀର ଏହି ମାମଲା ଜୟପୁରର ବୈଶାଲୀ ନଗର ଥାନା ଅଞ୍ଚଳରେ ଘଟିଛି। ଏଠାରେ ଆମ୍ରପାଲୀ ସର୍କଲ ପାଖ ଜୟପୁରର ନାମୀ ହେୟାର ଟ୍ରାନ୍ସପ୍ଲାଣ୍ଟ ଡାକ୍ତର ସୁନୀତ୍‌ ସୋନୀଙ୍କର ଘର  ଅଛି । ଡା. ସୋନୀ ନିଜର ଘର ବେସ୍‌ମେଣ୍ଟରେ ରୂପାର ଏକ ବାକ୍ସ ରଖିଥିଲେ । କେମିତି ଏ ଖବର ଚୋର ଦଳଙ୍କୁ ଜଣାପଡ଼ି ଯାଇଥିଲା । ଏହାକୁ ନେଇ ଚୋର ଗ୍ୟାଙ୍ଗ୍‌ ଏକ ଯୋଜନା ତିଆରି କଲେ । ଚୋରୀର ଏହି ପୂରା ଯୋଜନାକୁ ସଫଳ ରୂପ ଦେବାକୁ ଏହି ଚୋର ଗ୍ୟାଙ୍ଗ୍‌ ପ୍ରଥମେ ଡାକ୍ତରଙ୍କ ଘରର ଠିକ୍‌ ପଛରେ ଏକ ଖାଲି ଫ୍ଲାଟ୍ କିଣିଥିଲେ । ଯାହାର ଦାମ୍‌ ଥିଲା ୯୦ ଲକ୍ଷ ଟଙ୍କା । ଫ୍ଲାଟ୍‌ କିଣିବା ପରେ  ଚୋର ଦଳ ସେଠାରୁ ଡାକ୍ତରଙ୍କ ବେସମେଣ୍ଟ ଯାଏ ଯିବାକୁ ୩ ମାସ ଯାଏ ଲାଗିପଡ଼ି ଏକ ସୁଡ଼ଙ୍ଗ କରିଥିଲେ । ଆଶ୍ଚର୍ଯ୍ୟର କଥା ଯେ,  ୩ମାସପୂର୍ବରୁ ହିଁ ଡାକ୍ତର ବେସ୍‌ମେଣ୍ଟରେ ସେହି ରୂପା ବାକ୍ସକୁ ରଖିଥିଲେ ।

ଏବେ ଡାକ୍ତର ସୋନୀ  କିଛି ଦିନ ପୂର୍ବେ ବେସ୍‌ମେଣ୍ଟକୁ ଯାଇ ଚେକ୍‌ କରିଥିଲେ ତ ରୂପା ବାକ୍ସ ସେଠାରୁ ପାଇନଥିଲେ । ଏହା ଦେଖି ଡାକ୍ତର ସୋନୀଙ୍କର ହୋସ୍‌ ଉଡ଼ି ଯାଇଥିଲା । ଏହାପରେ ଚୋରୀ ହେବାର ସୂଚନା ପୁଲିସ୍‌କୁ ଦିଆଯାଇଥିଲା । ଏହି ରୂପା ବାକ୍ସରେ କେତେ ପରିମାଣର ରୂପା ଥିଲା ବା ଗହଣା ଥିଲା , ଏହା ବିଷୟରେ ଡାକ୍ତର ସୁନୀତ ସୋନୀ ଏବେ ପୁଲିସ୍‌କୁ କିଛି ସ୍ପଷ୍ଟ ରୂପେ କହି ନାହାନ୍ତି ।

ସେପଟେ  ପୁଲିସ୍‌ ମଧ୍ୟ ସ୍ପଷ୍ଟ ରୂପେ କିଛି କହିବାକୁ ପ୍ରସ୍ତୁତ ନାହିଁ । ଏସିପି ରାୟ ସିଂହ ବେନିୱାଲଙ୍କର କହିବା ହେଲା ଏହି ଚୋର ଗ୍ୟାଙ୍ଗରେ ତିନିରୁ ଅଧିକ ଲୋକ ଥିବାର ଅନୁମାନ କରାଯାଉଛି । ଡାକ୍ତରଙ୍କର ନିକଟତର ଲୋକ ମଧ୍ୟ ଏଥିରେ ସଂପୃକ୍ତ ଥିବାର ସନ୍ଦେହ କରାଯାଉଛି । କାରଣ ତାଙ୍କୁ ଭଲ ଭାବରେ ଜଣାଥିଲା କି ଘରର ବେସମେଣ୍ଟରେ ରୂପାର ବାକ୍ସ କେଉଁଠି ରଖାଯାଇଥିଲା ।  ପୁଲିସ୍‌ ଦାବି କରିଛି ଖୁବ୍‌ ଶୀଘ୍ର ଏହି ଚୋରୀ ମାମଲାର ପର୍ଦ୍ଦାଫାସ୍‌ କରିବ ।

ସମ୍ବନ୍ଧିତ ଖବର