କରୋନା ଭୟ: ମାସ୍କ ନଥିବାରୁ ଅପରେସନ କରିବାକୁ ମନା କଲେ ଡାକ୍ତର

ନୁଆଦିଲ୍ଲୀ ୧୩/୩: କରୋନା ଭାଇରସ ଯୋଗୁଁ ସାରା ବିଶ୍ୱରେ ଆତଙ୍କ ଖେଳିଯାଇଛି । କେଉଁଠି ଲୋକେ କୁକୁଡାକୁ ଜୀଅନ୍ତା ପୋତି ଦେଉଛନ୍ତି ତ କେଉଁଠି ଲୋକମାନେ ନିଜ ଲୋକଙ୍କୁ ଦେଖି ମଧ୍ୟ କଥା ନହୋଇ ଦୂରେଇ ପଳଉଛନ୍ତି । ତେବେ ଗୁରୁବାର ମାସ୍କ ନଥିବାରୁ ଜଣେ ଡାକ୍ତର ଜଣେ ମହିଳା ରୋଗୀଙ୍କ ଅପରେସନ କରିବାକୁ ମନା କରିଦେଇଛନ୍ତି । ଅତି ତରବରିଆ ଭାବେ ହସ୍ପିଟାଲ୍ କର୍ତ୍ତୃପକ୍ଷ ଦରଜୀ ପାଖରୁ ଏକ ମାସ୍କ ପ୍ରସ୍ତୁତ କରି ଆଣିବା ପରେ ଅପରେସନ ହେଲା ।

ହସ୍ପିଟାଲରେ ୩ ଜଣ ମହିଳାଙ୍କ ଅପରେସନ ହେବାର ଥିଲା ।  କିନ୍ତୁ ମାସ୍କ ନଥିବାରୁ ଅପରେସନ କରିବାକୁ ରାଜି ହେଲେନି ଡାକ୍ତର । ପ୍ରଥମେ ଡାକ୍ତରଙ୍କୁ ଟୋପିର ମାସ୍କ କରି ପିନ୍ଧିବାକୁ ପରାମର୍ଶ ଦିଆଗଲା । ଏଥିରେ ଡାକ୍ତର ରାଗି ଯାଇ ଅପରେସନ କରିବାକୁ ମନା କରିଦେଲେ । ପରେ ହସ୍ପିଟାଲ କର୍ତ୍ତୃପକ୍ଷ ଦରଜୀ ପାଖରୁ ୪ ଟା ମାସ୍କ ତିଆରି କରି ଆଣିବା ପରେ ଅପରେସନ ହେଲା । ହସ୍ପିଟାଲର ବରିଷ୍ଠ ଚିକିତ୍ସା ଅଧିକ୍ଷକ ଡା. ଅମ୍ବିକା ଚୌହାନ କୁହନ୍ତି କି ହସ୍ପିଟାଲରେ ଉପଲବ୍ଧ ଷ୍ଟକ୍ ଆବଶ୍ୟକତା ଅନୁସାରେ ବଣ୍ଟାଯାଏ । ମାର୍କେଟର ସପ୍ଲାଇ ନହେବାରୁ କପଡାରେ ମାସ୍କ ପ୍ରସ୍ତୁତ କରାଯାଉଛି ।

   ସମ୍ବନ୍ଧିତ ଖବର


ମରୁଭୂମିରେ ରହସ୍ୟମୟ ବସ୍ତୁର ସନ୍ଧାନ, ହେଲିକପ୍ଟର ଉଡାଣ ଆରମ୍ଭ କରିବା ବେଳେ ଦେଖିଲେ ପାଇଲଟ୍

Google Pay ବ୍ୟବହାରକାରୀଙ୍କୁ ଝଟକା, ନୂଆବର୍ଷରୁ ଲାଗିବ ଚାର୍ଜ

ରେଲଓ୍ବେ କର୍ମଚାରୀଙ୍କୁ ଲାଗିପାରେ ବଡ଼ ଝଟକା! ଟ୍ରାଭେଲ ଏବଂ ଓଭର ଟାଇମ୍ ଆଲାଉନ୍ସ କାଟ୍ ପାଇଁ ପ୍ରସ୍ତୁତି

ପଞ୍ଜାବର ସମସ୍ତ ସହରରେ ପୁଣିଥରେ ଲାଗୁହେଲା ନାଇଟକର୍ଫ୍ୟୁ, ମାସ୍କ ନପିନ୍ଧିଲେ ଲାଗିବ ୧ହଜାର ଟଙ୍କାର ଜରିମାନା…

ରେଡ୍ ଲାଇଟରୁ ଉଦ୍ଧାର ହୋଇଥିବା ଓଡିଆ କିଶୋରୀଙ୍କୁ ମିଳିଲା ୯ ଲକ୍ଷ

ପାକିସ୍ତାନରେ ଏବେ ଦୁଷ୍କର୍ମକାରୀଙ୍କୁ କରାଯିବ ନପୁଂସକ,ଏହି ସବୁ ଦେଶରେ ଦିଆଯାଏ ଅତି ଭୟଙ୍କର ଦଣ୍ଡ