ଭାବୀ ସ୍ତ୍ରୀଙ୍କୁ ଭେଟିବାକୁ ଯାଇଥିଲେ ଡାକ୍ତର, ଲକ୍‌ ଡାଉନ୍‌ ଯୋଗୁଁ ଶାଶୁଘରେ କରିବାକୁ ପଡ଼ିଲା ବିବାହ

ରାଜସ୍ଥାନ ୨୪।୪: ଦେଶରେ ମାର୍ଚ୍ଚ ୨୫ ତାରିଖରୁ ଲକ୍ ଡାଉନ୍‌ ଚାଲିଥିବାରୁ ଯୋଧପୁରର ଜଣେ ଡାକ୍ତର ନିଜ ପ୍ରେମିକା ତଥା ଭାବୀ ସ୍ତ୍ରୀଙ୍କୁ ଭେଟିବା ପାଇଁ ବିକାନେର ଜିଲ୍ଲାରେ ଅଟକି ଯାଇଛନ୍ତି। ଲକ୍‌ ଡାଉନ୍‌ ହେବା ମାତ୍ରେ ପରିବାର ଲୋକଙ୍କ ମନରେ ଚିନ୍ତା ବଢ଼ିବାକୁ ଲାଗିଲା କି ବିନା ବାହାଘରରେ କେତେ ଦିନ ତାଙ୍କ ଘରେ ରହିବେ। ୩୦ ଦିନ ବିନା ବିବାହ କରି ତାଙ୍କ ଘରେ ରହିବା ପରେ ଶେଷର ଦୁହେଁ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି।

ଏହାକୁ ନେଇ ଏବେ ଚର୍ଚ୍ଚାକୁ ହେବାକୁ ଲାଗିଛି। ଲକ୍ ଡାଉନ୍‌ ସତ୍ବେ ଯୋଧପୁରର ବାସିନ୍ଦା ତଥା ଅହମ୍ମଦାବାଦରେ କାର୍ଯ୍ୟ କରୁଥିବା ଡାକ୍ତର ବିବେକ ମେହେଟ୍ଟା ବିକାନେରର ଫ୍ୟାସନ ଡିଜାଇନର ପୂଜା ଚୋପ୍ରାଙ୍କୁ ବିବାହ କରିଛନ୍ତି।

ସୂଚନାଯୋଗ୍ୟ ଯେ, ବିବେକ ତାଙ୍କ ପ୍ରେମିକା ପୂଜାଙ୍କୁ ଭେଟିବା ପାଇଁ ମାର୍ଚ୍ଚ ୨୧ ରେ ବିକାନେରର ଗଙ୍ଗାହାରରେ ପହଞ୍ଚିଥିଲେ। ପରଦିନ ଟ୍ରେନର ଚଳାଚଳ ବନ୍ଦ ହୋଇଯାଇଥିଲା। ମାର୍ଚ୍ଚ ୨୨ତାରିଖରୁ ରାଜସ୍ଥାନରେ ଲକ୍ ଡାଉନ୍ ଆରମ୍ଭ ହୋଇଥିବାରୁ ସେ ଅହମ୍ମଦାବାଦକୁ ଫେରିପାରିଲେ ନାହିଁ, ତେଣୁ ତାଙ୍କୁ ତାଙ୍କ ଶାଶୁ ଘରେ ରହିବାକୁ ବାଧ୍ୟ କରାଯାଇଥିଲା । ପୁଣି ଏପ୍ରିଲ ୧୫ ରୁ ମେ ୩ ପର୍ଯ୍ୟନ୍ତ ଦ୍ୱିତୀୟ ଥର ପାଇଁ ଲକ୍ ଡାଉନ୍ ବୃଦ୍ଧି କରାଯାଇଥିଲା। ପୂଜାଙ୍କ ପିତା ବିକାନେରର ଗଙ୍ଗାହାରର ଜୈନ ସମାଜ ସଭାପତିଙ୍କୁ ତାଙ୍କ ସମସ୍ୟା ସମ୍ପର୍କରେ ବୁଝାଇଥିଲେ। କିନ୍ତୁ ଡାକ୍ଟର ବିବେକଙ୍କ ପରିବାର ଲକ ଡାଉନ୍ କାରଣରୁ ଅହମ୍ମଦାବାଦରୁ ଏଠାକୁ ଆସିପାରିନଥିଲେ। ଏହି ଲକଡାଉନ୍ ସମୟରେ କୋର୍ଟ ବିବାହ କରିବା ମଧ୍ୟ ସମ୍ଭବ ନଥିଲା।

ଅନ୍ୟପକ୍ଷରେ ବିବେକ ମଧ୍ୟ ଭାବିଥିଲେ ଯେ ସେ କେତେ ସମୟ ପର୍ଯ୍ୟନ୍ତ ଶାଶୁଘରରେ ରହିବେ। ଶେଷରେ ସୋମବାର ଦିନ ବିବେକ ଏବଂ ପୂଜା ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ। ତେବେ ଡାକ୍ଟର ବିବେକଙ୍କ ପରିବାର ଏବଂ ବନ୍ଧୁମାନେ ଭିଡିଓ କଲରେ ଏହି ବିବାହ ଦେଖିଥିଲେ। ଫ୍ୟାଶନ ଡିଜାଇନର୍ ପୂଜା ମଧ୍ୟ ଏକ ଭିଡିଓ କଲ୍ ରେ ତାଙ୍କ ଶାଶୁ ଏବଂ ଶ୍ୱଶୁରଙ୍କଠାରୁ ଆଶୀର୍ବାଦ ନେଇଥିଲେ । ବର୍ତ୍ତମାନ ଉଭୟ ଡାକ୍ଟର ବିବେକ ଏବଂ ପୂଜା ବିକାନେରର ଗଙ୍ଗେଶାହରରେ ଅଛନ୍ତି।

   ସମ୍ବନ୍ଧିତ ଖବର


ଏସିଆରେ ‘ସୁପରପାୱାର’: ଭାରତ ଚତୁର୍ଥ ଶକ୍ତିଶାଳୀ

କୋଭିଡ୍‌ ଚିକିତ୍ସାର ନୂଆ ଆବିଷ୍କାର ନିମନ୍ତେ ୧୪ ବର୍ଷୀୟା ଭାରତୀୟ-ଆମେରିକୀୟ ବୈଜ୍ଞାନିକ ସମ୍ମାନିତ

ବିଧାନସଭାରେ ରାତି ବିତେଇଲେ ଆମ୍ ଆଦମୀ ବିଧାୟକ !

କରୋନା ଦ୍ୱାରା ବେଶୀ ବିପଦ ନୁହେଁ ଟିବି ! ଟ୍ୟୁବରକୁଲୋସିସ୍ ୱାର୍ଡରେ କୋଭିଡର ବହୁତ କମ୍ ରୋଗୀ

ଆସାମର ଡାକ୍ତରଙ୍କ ପିପିଇ କିଟ୍‌ ପିନ୍ଧି ନୃତ୍ୟ – ସୋସିଆଲ ମିଡ଼ିଆରେ ମିଳିଲା ଖୁବ୍‌ ପ୍ରଶଂସା

ଡାକ୍ତରଙ୍କ ଘୁଙ୍ଗୁର ଡ୍ୟାନ୍ସ ଭିଡିଓ ଭାଇରାଲ, ହ୍ରିତିକ ରୋଶନ କଲେ ପ୍ରଶଂସା