ମହିଳା ରୋଗୀଙ୍କୁ ଚିକିତ୍ସା ସମୟରେ ନିଶା ଦେଇ ଡାକ୍ତର କରିଥିଲେ ଦୁଷ୍କର୍ମ, ୩ ବର୍ଷ ପରେ ପୀଡିତାଙ୍କ ସ୍ବାମୀଙ୍କୁ ଏହାର ଭିଡିଓ ପଠାଇବା ପରେ ଏବେ…

ନୂଆଦିଲ୍ଳୀ,୧୪।୧୦: ଡାକ୍ତରଙ୍କୁ ଚଳନ୍ତି ଭଗବାନ ବୋଲି କୁହାଯାଏ। ତେବେ​‌ ସେହି ଭଗବାନ ରୂପୀ ଡାକ୍ତର ଯେତେବେଳେ ରାକ୍ଷାସ ପାଲଟେ ତେବେ ସ୍ଥିତି ଖୁବ୍ ଭୟଙ୍କର ହୋଇପଡେ। ଏଭଳି ଏକ ଘଟଣା ମୁମ୍ବାଇର ମେଘଓ୍ବାଡ ଥାନା ଅନ୍ତର୍ଗିତ ଅଞ୍ଚଳରେ ଘଟିଛି । ୨୭ ବର୍ଷୀୟ ପୀଡିତା ଡାକ୍ତରଙ୍କ ସମ୍ପର୍କରେ ପୋଲିସ ଅଭିଯୋଗ କରିଛି ଯେ, ତାକୁ ଗିରଫ କରିଛି। ମହିଳା ଜଣକ କହିଛନ୍ତି, ତାଙ୍କର ଯୌନ ଶୋଷଣ କରାଯାଇଛି ଓ ଏହାର ଭିଡିଓ ତିଆରି କରି ସୋସିଆଲ ମିଡିଆ ମେସେଜିଂ ଆପ୍ ଜରିଆରେ ଭାଇରାଲ କରାଯାଇଥିଲା।

ମହିଳା ପୋଲିସ ଦେଇଥିବା  ଅଭିଯୋଗରେ କହିଥିଲେ ଯେ, ପ୍ରଥମ ଥର ୨୦୧୫ରେ ସେ ଡାକ୍ତରଙ୍କ ଯୋଗାଯୋଗରେ ଆସିଥିଲେ। ସେ ପାଇଲସ ପୀଡିତ ଥିଲେ, ତେଣୁ ଅଭିଯୁକ୍ତ ଡାକ୍ତର ନିଜର କ୍ଲିନିକରେ ତା’ର ଚିକିତ୍ସା ଆରମ୍ଭ କରିବା ଆରମ୍ଭ କରିଥିଲେ। ୨୮ମଇ ୨୦୧୫ରେ ସେ ଏହି ରୋଗରେ ପୀଡିତ ଥିଲେ, ଏହା ଉପରେ ଅଭିଯୁକ୍ତ ଡାକ୍ତର ତାକୁ ଏକ ଇଞ୍ଜେକସନ୍  ଲଗାଇଥିଲେ ସେ କ୍ଲିନିକରେ ପ୍ରାୟ ୧ ଘଣ୍ଟା  ପର୍ଯ୍ୟନ୍ତ ଶୋଇ ପଡିଥିଲେ। ଯେତେବେଳେ ଘରକୁ ଫେରିଥିଲେ, ଅଭିଯୁକ୍ତ ଡାକ୍ତର ତାଙ୍କ ସହ ଅନ୍ତରଙ୍ଗ ହେବାର ଅଶ୍ଲୀଳ ଭିଡିଓ ପଠାଇଥିଲେ। ଅଭିଯୁକ୍ତ ଡାକ୍ତର ମହିଳା ଜଣକୁ ଧମକ ଦେଇଥିଲେ ଏ ବିଷୟରେ କାହାକୁ କହିଲେ ତାଙ୍କ ଜୀବନ ନଷ୍ଟ କରିଦେବେ।

ଏହାପରେ ଡାକ୍ତର ଜଣକ ବ୍ଲାକମେଲ କରି କହିଥିଲେ, ତାଙ୍କ ସହିତ ଶାରିରୀକ ସମ୍ପର୍କ ନରଖିଲେ ଏହି ଭିଡିଓ ସମସ୍ତଙ୍କ ନିକଟକୁ ପଠାଇ ଦେବେ। ଏହି କ୍ରମରେ ପୀଡିତାଙ୍କ ଭିଡିଓ ଲୋକାମାନଙ୍କୁ ଅଭିଯୁକ୍ତ ଡାକ୍ତର ଜଣକ ପଠାଇଥିଲେ। ୨୦୧୮ରେ ତାଙ୍କର ବିବାହ ହେବାପରେ  ମହିଳା ଜଣକ ଡାକ୍ତରଙ୍କୁ ଦେଖା କରିବା ବନ୍ଦ କରିଦେଇଥିଲେ ଓ ନିଜର ସ୍ବାମୀଙ୍କ ସହିତ ମଲାଡ ଚାଲିଯାଇଥିଲେ। କିନ୍ତୁ ଏବେ ଡାକ୍ତର ଜଣକ ପୁଣିଥରେ ତାଙ୍କୁ ଯୋଗାଯୋଗ କରିବା ସହ ତାଙ୍କର ଭିଡିଓ ଭାଇରାଲ କରିବାର ଧମକ ଦେଇଥିଲେ । କିନ୍ତୁ ପୀଡିତା ଜଣକ ଡାକ୍ତରଙ୍କ ସହିତ କଥା ହେବାକୁ ମନା କରିଦେଇଥିଲେ। ଏହାପରେ ଅଭିଯୁକ୍ତ ଜଣକ ପୀଡିତାଙ୍କ ସ୍ବାମୀଙ୍କୁ ଯୌନ ଶୋଷଣର ଭିଡିଓ ପଠାଇଥିଲା। ଘଟଣାପରେ ମହିଳା ଜଣକ ଅଭିଯୁକ୍ତ ଡାକ୍ତର ବିରୋଧ​‌ରେ ପୋଲିସ ନିକଟରେ ଅଭିଯୋଗ କରିଥିଲେ। ଏହାପରେ ଡାକ୍ତରଙ୍କୁ ଗିରଫ କରାଯାଇଛି।

   ସମ୍ବନ୍ଧିତ ଖବର


ଦୁଇ ଇନ୍ସପେକ୍ଟରଙ୍କ ନାମରେ ଲୁକ୍‌ଆଉଟ୍‌ ସର୍କୁଲାର

ନକଲି ସାମ୍ବାଦିକଙ୍କ ଅଶ୍ଲୀଳ କାରନାମା: ବନ୍ଦ ଘରେ ମାଆ, ଝିଅଙ୍କୁ ନିର୍ଯାତନା,ଫଟୋ ଉଠାଇ କରୁଥିଲେ ବ୍ଲାକ୍‌ମେଲ୍‌

ନାବାଳିକା ଦୁଷ୍କର୍ମ ପରେ ଭିଡିଓ ଭାଇରାଲ୍‌: ଦୁଇ ନାବାଳକ ସମେତ ୩ ଗିରଫ

ସ୍ପେଶାଲ ସ୍କ୍ୱାଡ୍‌ ପଞ୍ଝାରେ ଡକାୟତ ଗ୍ୟାଙ୍ଗ: ରବି ରାଓକୁ ଜେଲ୍‌ରୁ ଖସାଇବା ଯୋଜନା ପଣ୍ଡ, ୫ ସଦସ୍ୟ ଗିରଫ