ପ୍ରମୁଖ ଖବର
  • ବିହାର ପଟଣାରେ ଭୟାବହ ଅଗ୍ନିକାଣ୍ଡ; ହୁତୁ ହୁତୁ ହୋଇ ଜଳିଲା ହୋଟେଲ, ୩ ମୃତ
  • ||
  • କନିଷ୍ଠ ଶିକ୍ଷକ ନିଯୁକ୍ତି ମାମଲା, ଡିଭିଜନ ବେଞ୍ଚରେ ଅପିଲ କଲେ ରାଜ୍ୟ ସରକାର
  • ||
  • ପୁରୀରେ ପହଞ୍ଚିଲା ଦ୍ବିତୀୟ ପର୍ଯ୍ୟାୟ ରଥକାଠ, ସମୁଦାୟ ୨୫ ଖଣ୍ଡ କାଠ ଆସିଲା
  • ||
  • ବିଶ୍ୱ ମ୍ୟାଲେରିଆ ଦିବସ, ଏ ବର୍ଷର ଥିମ ‘ଅଧିକ ସମନ୍ୱିତ ବିଶ୍ୱ ପାଇଁ ମ୍ୟାଲେରିଆ ବିରୋଧୀ ଲଢ଼େଇକୁ ତ୍ୱରାନ୍ୱିତ କରିବା’
  • ||
  • ରବିବାର କଟକ ଆସିବେ ରାହୁଲ ଗାନ୍ଧୀ, କଂଗ୍ରେସ କର୍ମୀଙ୍କୁ ଦେବେ ବିଜୟ ମନ୍ତ୍ର
  • ||
  • IPL 2024: ଆଜି ବେଙ୍ଗାଲୁରୁକୁ ଭେଟିବ ହାଇଦ୍ରାବାଦ, ପ୍ଲେ-ଅଫ ପାଇଁ ରୟାଲ୍‌ ଚ୍ୟାଲେଞ୍ଜର୍ସର ଶେଷ ସୁଯୋଗ
  • ||
  • ଓଡ଼ିଶାର ପ୍ରଥମ ହସ୍ପିଟାଲ: ସମ୍‌ ଅଲ୍ଟିମେଟ୍‌ ମେଡିକେୟାରକୁ ଜେସିଆଇ ପ୍ରାଇମ୍‌ ସାର୍ଟିଫିକେଟ୍‌
  • ||

ମହିଳା ରୋଗୀଙ୍କୁ ଅପହରଣ କଲେ ଡାକ୍ତର, ମୁଣ୍ଡରେ ବନ୍ଧୁକ ଲଗାଇ କରୁଥିଲେ ଦୁଷ୍କର୍ମ

ନୂଆଦିଲ୍ଲୀ,୨୮।୧୨: ଡାକ୍ତରଙ୍କୁ  ଭଗବାନ ସହିତ ତୁଳନା କରାଯାଏ, କାରଣ ତାଙ୍କର ଚିକିତ୍ସାରେ ଅନେକ ଲୋକଙ୍କ ଜୀବନ ବଞ୍ଚୁଛି। ତେବେ ଏହି ଡାକ୍ତର ଯଦି ପାଲଟି ଯାଏ କାମୁକ ନର ରାକ୍ଷାସ, ତେବେ ପରିସ୍ଥିତି ଖୁବ୍ ଭୟଙ୍କର ହୋଇ ପଡେ। ଏଭଳି ଏକ ଲୋକହର୍ଷଣକାରୀ ଘଟଣା ଘଟିଛି ସ୍କଟଲାଣ୍ଡରେ। ସେଠାରେ ଜଣେ ଡାକ୍ତର ତାଙ୍କ ପାଖକୁ ଚିକିତ୍ସା ପାଇଁ ଆସିଥିବା ମହିଳାଙ୍କୁ ଅପହରଣ କରିବା  ପରେ ତାଙ୍କୁ ବହୁଦିନ ପର୍ଯ୍ୟନ୍ତ ଦୁଷ୍କର୍ମ କରିଥିଲେ। ଏହା ସହ ରାତିସାରା ମହିଳା ଜଣଙ୍କୁ ବାନ୍ଧିକି ରଖୁଥିଲେ। ଏଭଳି ଏକ ଘଟଣା  ସ୍କଟଲାଣ୍ଡର ଏନଗସରେ ଘଟିଛି।

wp:gallery {"ids":[73911]} /wp:gallery

ଡାକ୍ତର ଜଣକ କେବଳ ଏହି ଜଣେ ମହିଳା ନୁହେଁ ବଂର ଅନ୍ୟ ଦୁଇଜଣ ମହିଳାଙ୍କୁ ଯୌନ ଶୋଷଣ କରିଥିବା କେସ୍ ମଧ୍ୟ ଡାକ୍ତରଙ୍କ ଉପରେ ଚାଲିଛି। ଗ୍ଲାସଗୋ ହାଇକୋର୍ଟ ଡାକ୍ତର ମ୍ୟାଥୁ ଆଡାମ ବିରୋଧରେ ଚାର୍ଜସିଟ୍ ଦାୟର କରିଥିଲେ। ଡାକ୍ତରଙ୍କ  ଜଣକ ୨୦୧୩ରୁ ୨୦୧୯ ଭିତରେ ଅପହରଣ ଓ ଦୁଷ୍କର୍ମ କରିଥିଲେ। ଆଡାମଙ୍କ ଉପରେ ଅଭିଯୋଗ ରହିଛି ଯେ, ସେ ରାତି ସାରା ମହିଳା ଜଣକୁ ବାନ୍ଧିକି ରଖୁଥିଲେ। ମହିଳାଙ୍କ ମୁଣ୍ଡରେ ରିଭଲଭର ରଖି ତାଙ୍କୁ ଦୁଷ୍କର୍ମ କରୁଥିଲେ।

wp:gallery {"ids":[73913]} /wp:gallery

ମିଳିଥିବା ଖବର ଅନୁସାରେ, ଆଡାମ ଜଣେ ଜେନେରାଲ ମେଡିକାଲ ପ୍ରାକ୍ଟିସନର ଭାବରେ କାମ କରନ୍ତି। ତାଙ୍କ ପାଖକୁ ଚିକିତ୍ସା ହେବାକୁ ଆସିଥିବା ମହିଳା ଜଣଙ୍କୁ ଆଡାମ ବଳପୂର୍ବକ ଔଷଧ ଖୁଆଇ ବେହୋସ କରିଦେଇଥିଲେ। ଏହାପରେ ଅପହରଣ କରି ତାଙ୍କୁ ବହୁଦିନ ଦୁଷ୍କର୍ମ କରିଥିଲେ। ଆଡମାଙ୍କ ବିରୋଧରେ ଏହି ମାମଲାର ଶୁଣାଣି ମଇ ୨୦୨୦ରେ ଆରମ୍ଭ ହେବ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.