ପ୍ରମୁଖ ଖବର
  • ଭୁବନେଶ୍ଵର : ମେ ୧ରେ ୪୮ ଡିଗ୍ରୀ ଛୁଇଁବ, ଆହୁରି ୬ ଡିଗ୍ରୀ ବଢ଼ିଯିବ ତାତି
  • ||

POKରୁ ମିଳିଥିବା ମେଡିକାଲ ଡିଗ୍ରୀକୁ ମିଳିବନି ସ୍ୱୀକୃତି, ଭାରତରେ ପାଇବେନି ନିଯୁକ୍ତି

ନୂଆଦିଲ୍ଲୀ,୧୪/୦୮: ଭାରତ ସରକାର ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନେଇ ପାକ୍‌ ଅଧିକୃତ କାଶ୍ମୀରରୁ ମେଡିକାଲ ଡିଗ୍ରୀ ହାସଲ କରିଥିବା ପିଲାମାନଙ୍କୁ ଭାରତରେ ଡାକ୍ତର ଭାବେ କାମ କରିବା ପାଇଁ ଅନୁମତି ଦିଆଯିବ ନାହିଁ ବୋଲି ଘୋଷଣା କରିଛନ୍ତି । ମେଡିକାଲ କାଉନସିଲ ଅଫ ଇଣ୍ଡିଆ (ଏମସିଆଇ) ଏହି ଘୋଷଣା କରିଛି । ଏହାଯୋଗୁ ପିଓକେରେ ଥିବା ମେଡିକାଲ କଲେଜଗୁଡିକରେ ଯେଉଁମାନେ ଡାକ୍ତରୀ ଶିକ୍ଷା ଲାଭ କରିଥିବେ ସେମାନେ ଭାରତରେ ଡାକ୍ତର ଭାବେ ନିଯୁକ୍ତି ପାଇପାରିବେ ନାହିଁ ।

ଜମ୍ମୁ-କାଶ୍ମୀର ହାଇକୋର୍ଟ ୨୦୧୯ରେ ଏ ସମ୍ପର୍କରେ ନିଜର ଆଭିମୁଖ୍ୟ ଜଣାଇବା ପାଇଁ କେନ୍ଦ୍ର ବିଦେଶ ମନ୍ତ୍ରଣାଳୟ ଏବଂ ଏମସିଆଇକୁ ନିର୍ଦ୍ଦେଶ ଦେଇଥିଲେ । ସେତେବେଳେ ଜମ୍ମୁ-କାଶ୍ମୀରର ଜଣେ ମହିଳା ହାଇକୋର୍ଟରେ ଏକ ଆବେଦନ ଦାଖଲ କରିଥିଲେ । ସେ ପିଓକେରେ ଡାକ୍ତରୀ ଶିକ୍ଷା ଲାଭ କରିଥିଲେ । କିନ୍ତୁ ବିଦେଶରୁ ଡାକ୍ତରୀ ଶିକ୍ଷା ହାସଲ କରି ଆସିଥିବା ପିଲାମାନଙ୍କୁ ଭାରତରେ କାର୍ଯ୍ୟ ଆରମ୍ଭ କରିବା ପୂର୍ବରୁ ଏକ ପ୍ରବେଶିକା ପରୀକ୍ଷା ଦେବାକୁ ପଡିଥାଏ । ଉକ୍ତ ମହିଳାଙ୍କୁ ସେଇ ପରୀକ୍ଷା ଦେବା ପାଇଁ ଅନୁମତି ଦିଆଯାଇନଥିଲା । ପିଓକେକୁ ଭାରତ ନିଜର ଅଂଶ ବୋଲି ମାନୁଥିବାରୁ ସେଠାରୁ ମିଳିଥିବା ମେଡିକାଲ ଡିଗ୍ରୀକୁ ବିଦେଶୀ ଡିଗ୍ରୀ ଭାବେ ଗ୍ରହଣ କରାଯାଇ ପାରିବ ନାହିଁ ବୋଲି ସରକାର ଦର୍ଶାଇଥିଲେ । ଏହି ପରିପ୍ରେକ୍ଷୀରେ ସରକାର ଏବେ ଏଭଳି ପଦକ୍ଷେପ ନେଇଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.