PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ୱର : ଓଡ଼ିଶା ଅନଲକ୍‌ ହେବା ନେଇ ସୋସିଆଲ ମିଡିଆରେ ପ୍ରଚାର ହେଉଛି ଗୁଜବ, ସ୍ପଷ୍ଟୀକରଣ ଦେଲେ SRC- ଏଭଳି ମାର୍ଗଦର୍ଶିକା ଜାରି ହୋଇନି
  • ||
  • ଭୁବନେଶ୍ୱର : ରାଜ୍ୟରେ ୨୪ ଘଣ୍ଟାରେ ଚିହ୍ନଟ ହେଲେ ଆଉ ୪ ହଜାର ୩୩୯ କରୋନା ପଜିଟିଭ, ସଂକ୍ରମିତଙ୍କ ସଂଖ୍ୟା ୮ ଲକ୍ଷ ୫୬ ହଜାର ପାର୍
  • ||
  • ଭୁବନେଶ୍ୱର : ଗଣପର୍ବ ରଜ ଅବସରରେ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଲେ ମୁଖ୍ୟମନ୍ତ୍ରୀ ନବୀନ ଓ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ
  • ||
  • ନୂଆଦିଲ୍ଲୀ : ଆଜିଠାରୁ ରାଜଧାନୀରେ ଖୋଲିବ ମଲ୍, ବଜାର ଏବଂ ଦୋକାନ, ୫୦ ପ୍ରତିଶତ କ୍ଷମତାରେ ଚାଲିବ ମେଟ୍ରୋ
  • ||
  • ନୂଆଦିଲ୍ଲୀ : ଇସ୍ରାଇଲରେ ନେତ୍‌ନ୍ୟାହୁଙ୍କ ଯୁଗ ଶେଷ, ନଫତାଲୀ ବେନେଟ୍ ହେଲେ ନୂଆ ପ୍ରଧାନମନ୍ତ୍ରୀ
  • ||
  • ଭୁବନେଶ୍ୱର : ରଜ ପାଇଁ ଓଟିଡିସି ଆରମ୍ଭ କଲା ‘ପିଠା ଅନ୍‌ ହ୍ୱିଲ୍‌’, ଭୁବନେଶ୍ୱର ସହ ସମ୍ବଲପୁର ଓ କଟକରେ ମିଳିବ ପିଠା
  • ||
  • ବଅଁରପାଳ : ସୁନାର ସଂସାରକୁ ଛାରଖାର କରିଦେଲା କରୋନା, ଆଗପଛ ହୋଇ ଚାଲିଗଲେ ପୁଅ-ବୋହୂ ଓ ମା, ଅନାଥ ହୋଇଗଲା ୧୪ ମାସର ଶିଶୁପୁତ୍ର
  • ||
  • ପୁରୀ : ଆଜି ଶ୍ରୀମନ୍ଦିରରେ କନ୍ୟା ଚୋରି ନୀତି
  • ||
  • ଭୁବନେଶ୍ୱର : ଆଜି ପହିଲି ରଜ, ଗାଁଠାରୁ ସହର ସବୁଠି ଜମୁଛି ପିଠାପଣାର ଆସର
  • ||
  • ଭୁବନେଶ୍ୱର : ସାରା ରାଜ୍ୟକୁ ଛୁଇଁଲା ମୌସୁମୀ, ଆହୁରି ଦୁଇଦିନ ସ୍ୱଳ୍ପରୁ ମଧ୍ୟମ ବର୍ଷା ସମ୍ଭାବନା, ୧୫ ପର୍ଯ୍ୟନ୍ତ ଧୀବରଙ୍କୁ ସମୁଦ୍ର ମନା
  • ||

ରାଜମହଲ ଛକରେ ପୁଲିସ-ଜନତା ଖଣ୍ଡଯୁଦ୍ଧ ପରେ ଚେତିଛି ପୁଲିସ: ଆଜିଠୁ ୱେବସାଇଟରେ ଉପଲବ୍ଧ ହେବ ସବୁ ପୁଲିସ ଗାଡ଼ିର ଡକ୍ୟୁମେଣ୍ଟ

ଭୁବନେଶ୍ୱର ୮।୯: ୱେବସାଇଟ୍‌ରେ ଅପ୍‌ଲୋଡ ହେବ ପୁଲିସ ଗାଡ଼ିର ଡକ୍ୟୁମେଣ୍ଟ। ଗତକାଲି ରାଜଧାନୀର ରାଜମହଲ ଛକରେ ପୁଲିସ-ଜନତା ଖଣ୍ଡଯୁଦ୍ଧ ପରେ ଆଜି ଚେତିଛି ପୁଲିସ। ଏବେ ସବୁ ପୁଲିସ ଗାଡ଼ିର ଡକ୍ୟୁମେଣ୍ଟ ୱେବସାଇଟ୍‌ରେ ଅପଲୋଡ୍ କରାଯିବ। ଫଳରେ ଯେକୌଣସି ଲୋକ ଚାହିଁଲେ ଏହି ୱେବସାଇଟ୍‌କୁ ଯାଇ ଦେଖିପାରିବେ। ଯାହାଦ୍ୱାରା ସାଧାରଣ ଲୋକଙ୍କ ମନରେ ଥିବା ଦ୍ୱନ୍ଦ୍ୱ ବି ଦୂର ହୋଇପାରିବ ବୋଲି କହିଛନ୍ତି ପୁଲିସ କମିଶନର ସୁଧାଂଶୁ ଷଡ଼ଙ୍ଗୀ।

ସୂଚନାଯୋଗ୍ୟ ଯେ, ଗତକାଲି ରାଜମହଲ ଛକରେ ସରକାରୀ ଗାଡିକୁ ପୁଲିସ ଛାଡିଦେଉଥିବା ଅଭିଯୋଗ କରି ଲୋକେ ତାତିଥିଲେ। ସରକାରୀ ଗାଡ଼ିକୁ ଛାଡ଼ି ଦିଆଯାଉଥିବା ବେଳେ ନିରୀହ ଲୋକଙ୍କୁ ଧରି ପୋଲିସ ଜୁଲମ କରୁଥିବା ଲୋକେ ଅଭିଯୋଗ କରିଥିଲେ। ଏହି ଘଟଣାକୁ ନେଇ ଆଜି ରାଜମହଲରେ ଶହ ଶହ ଲୋକ ଉତ୍ତେଜନା ସୃଷ୍ଟି କରିଥିବାରୁ ପୋଲିସକୁ କରିବାକୁ ପଡିଥିଲା ଲାଠିଚାର୍ଜ।

ଫାଇନ୍ ପାଇଁ ରାଜମହଲ ଛକରେ ଉତ୍ତେଜନା ଦେଖାଦେଇଥିଲା। ପୋଲିସ ଗାଡିର ଫିଟନେସ୍ କାଗଜପତ୍ର ମାଗିଥିଲେ ଉତ୍ତ୍ୟକ୍ତଲୋକେ ।ପୋଲିସ ଗାଡି ଜ୍ରାଇଭରକୁ ମଧ୍ୟ ଲାଇସେନ୍ସ ମାଗିଥିଲେ । ଅନ୍ୟପଟେ ମୋ ବସ୍‌ ରେ ଓଭର ଲୋଡିଂ ପାଇଁ ଫାଇନ୍ ଦାବି କରିବା ସହ ରାଜମହଲ ଛକରେ ମୋ ବସ୍ କୁ ଅଟକାଇଲେ ସାଧାରଣଲୋକ। ଘଟଣାସ୍ଥଳରେ ଉତ୍ତେଜନା ପ୍ରକାଶ ପାଇଥିଲା ।ଶହ ଶହ ସଂଖ୍ୟାରେ ସାଧାରଣ ଲୋକ ରୁଣ୍ଡ ହୋଇଥିବାରୁ ଖୁବ୍ ଉତ୍ତେଜନାମୂଳକ ପରିସ୍ଥିତି ସୃଷ୍ଟି ହୋଇଥିଲା। ଏହାକୁ ଆୟତ୍ତ କରିବାକୁ ଯାଇ ଲାଠିଚାର୍ଜ କରିଥିଲା ପୋଲିସ ।