ମହାକାଶରେ ରହିଲେ କମ୍ ହୋଇଯାଏ ବୟସ ଓ ବଢିଯାଏ ଓଜନ,ଏହି ଦୁଇ ଜାଁଆଳା ଭାଇ ହେଉଛନ୍ତି ଏହାର ଉଦାହରଣ

ନୂଆଦିଲ୍ଲୀ,୧୬।୪: ମଣିଷକୁ ମଙ୍ଗଳ କିମ୍ବା ଚନ୍ଦ୍ରକୁ ପଠାଇବା ପୂର୍ବରୁ ବୈଜ୍ଞାନିକମାନେ ଏହାକୁ ଜାଣିବାକୁ ଚେଷ୍ଟା କରିଥାନ୍ତି ଦୀର୍ଘ ସମୟ ଧରି ମହାକାଶରେ ବିତାଇବା ପରେ ତାଙ୍କ ଶରୀରରେ କ’ଣ ପରିବର୍ତ୍ତନ ହୋଇଥାଏ। ଜାଆଁଳା ଲୋକଙ୍କ ଉପରେ ନାସା ଦୀର୍ଘ ଦିନ ଧରି ଅଧ୍ୟୟନ କରୁଛି। ଏଥିରେ ସବୁଠାରୁ ଆଶ୍ଚର୍ଯ୍ୟଜନକ କଥା ଦେଖିବାକୁ ମିଳିଥିଲା। ନାସାର ଏହି ପ୍ରୟୋଗ ଦୁଇ ମହାକାଶଚାରୀ ଭାଇ ସ୍କଟ କେଳି ଓ ମାର୍କ କେଲିଙ୍କ ଉପରେ ହୋଇଥିଲା। ଏଥିରୁ ଜଣାପଡିଥିଲା ମହାକାଶରେ ରହିବା କାରଣରୁ ଦୁଇ ଭାଇଙ୍କ ଜିନରେ ପ୍ରାର୍ଥକ୍ୟ ଦେଖାଦେଇଛି।

ସ୍କଟ ୨୦୧୫ରୁ ୧ ବର୍ଷ ପର୍ଯ୍ୟନ୍ତ ଅନ୍ତଃର୍ଜାତୀୟ ମହାକାଶ ଷ୍ଟେସନରେ ରହିଥିଲେ। ଏହିସମୟରେ ତାଙ୍କର ଜାଆଁଳା ଭାଇ କେଲି ପୃଥିବୀ ପୃଷ୍ଠରେ ଥିଲେ। ପରେ ଦୁଇ ଭାଇଙ୍କ ତୁଳାନାତ୍ମକ ଅଧ୍ୟୟନ କରାଯାଇଥିଲା। ନାସା ଏହି ଦୁଇ ଭାଇଙ୍କୁ ନେଇ ୨୦୧୫ରେ ଏହି ମିଶନ ଆରମ୍ଭ କରିଥିଲା। ଏହି ମିଶନର ଲକ୍ଷ୍ୟ ଥିଲା ଶରୀରରେ ହେଉଥିବା ପରିବର୍ତ୍ତନକୁ ଜାଣିବା। ସ୍କଟଙ୍କ ମହାକାଶଚାରୀ ଭାଇ ମାର୍କ କେଲି ଆଗକୁ ଆସି ନାସା ସାମନାରେ ଟ୍ବିନ ଷ୍ଟଡିରେ ସାମିଲ ହେବାର ପ୍ରସ୍ତାବ ଦେଇଥିଲେ।

୧୨ ଟି ବିଶ୍ବବିଦ୍ୟାଳୟର ବିଶେଷଜ୍ଞମାନେ ଏହି ଅଧ୍ୟୟନରେ ସାମିଲ ହୋଇଥିଲେ। ଏଥିରେ ଦୁଇ ଭାଇଙ୍କୁ ବାୟୋଲୋଜିକାଲ ନମୁନାର ଅଧ୍ୟୟନ କରାଯାଇଥିଲା। ପ୍ରାଥମିକ ଫଳାଫଳରୁ ଏହା ଜଣାପଡିଥିଲା ଯେ ମହାକାଶରେ ରହିବା ଫଳରେ ଶରୀରରେ ମେଥିଲେଶନର ମାତ୍ରା ବଢିଯାଇଥାଏ, ଯାହାକି ଜିନର ପରିବର୍ତ୍ତନ ପାଇଁ ଦାୟୀ ରହିଥାଏ।

ଏହି ବୈଜ୍ଞାନିକମାନେ ଏହା ମଧ୍ୟ କହିଥିଲେ ଯେ ଇଣ୍ଟାନ୍ୟାସନାଲ ସ୍ପେସ ଷ୍ଟେସନରେ ରହୁଥିବା ବେଳେ ସ୍କଟଙ୍କ ଉଚ୍ଚତା ମାର୍କଙ୍କ ଠାରୁ ୨ ଇଞ୍ଚ ଅଧିକ ବଢିଯାଇଥିଲା। ମିଶନ ଆରମ୍ଭ ହେବା ପୂର୍ବରୁ ଦୁଇ ଭାଇଙ୍କ ଉଚ୍ଚତା ସମାନ ଥିଲା। ଏହି କାରଣରୁ ବୈଜ୍ଞାନିକମାନେ କୁହନ୍ତି ଯେ ୨୫୦ ମାଇଲର ଉଚ୍ଚତାରେ ଥିବା ଇଣ୍ଟରନ୍ୟାସନାଲ ସ୍ପେସ୍ ଷ୍ଟେସନରେ ମାଧ୍ୟକର୍ଷଣ ଶକ୍ତି ନଥାଏ, ଯାହା କାରଣରୁ ସେଠାରେ ସମୟର ଗତି ପୃଥୀବି ତୁଳନାରେ ଅଧିକ ଦ୍ରୁତ ରହିଥାଏ ଓ ଏହି ଷ୍ଟେସନ୍ ପୃଥିବୀ ତୁଳନାରେ ବହୁତ ଅଧିକ ଥର ପରିକ୍ରମା କରିଥାଏ। ନାସାର ସୂଚନା ଅନୁସାରେ ଆଇଏସ୍ଏସର ଗତି ଘଣ୍ଟାକୁ ୧୭୧୫୦ ମାଇଲ ରହିଛି।

ଏହାଛଡା ଆମ ଟାଇନଜୋନରେ ମଧ୍ୟ ପ୍ରାର୍ଥକ୍ୟ ରହିଛି। ଏହି କାରଣରୁ ମହାକାଶ ଯାତ୍ରୀ କେଲିଙ୍କ ବୟସରେ କିଛି ମିଲିସେକେଣ୍ଡ ହ୍ରାସ ହୋଇଛି। ସ୍କଟ କେଲି ନିଜର ଭାଇ ମାର୍କଙ୍କ ଠାରୁ ୬ ମିନିଟ୍ ପରେ ଜନ୍ମ ନେଇଥିଲେ, କିନ୍ତୁ ମହାକାଶରେ ଏକ ବର୍ଷ ରହିବା ପରେ ସେ ନିଜ ଭାଇ ଠାରୁ ୬ ମିନିଟ୍ ୧୦ ମିଲିସେକେଣ୍ଡ ଛୋଟ ହୋଇଯାଇଥିଲେ। ଏହି ମିଶନରେ ମହାକାଶ ସମ୍ପର୍କିତ ବହୁ ରହସ୍ୟ ଉନ୍ମୋଚନ ହୋଇଥିଲା। ଏହି ପରିବର୍ତ୍ତନ କାରଣରୁ ମେରୁଦଣ୍ଡ ହାଡ ଆକରରେ ବଢିଯିବା କାରଣରୁ ଶରୀର ଲମ୍ବା ବଢିଯାଇଥାଏ।