ମନ୍ଦିର ବାହାରେ କୁକୁର ଦେଉଛି ଭକ୍ତଙ୍କୁ ଆଶୀର୍ବାଦ, ଖୁବ୍ ଜୋରରେ ଭିଡିଓ ହେଉଛି ଭାଇରାଲ…

ନୂଆଦିଲ୍ଲୀ: କୁକୁରକୁ ଏହି ଦୁନିଆର ସବୁଠାରୁ ବିଶ୍ୱସ୍ତ ପ୍ରାଣୀ ଭାବରେ ବିବେଚନା କରାଯାଏ । ଏହାକୁ କୌଣସି ବ୍ୟକ୍ତି ଅସ୍ୱୀକାର କରିପାରିବେ ନାହିଁ । କିନ୍ତୁ ଆପଣ କେବେ କୁକୁର କୌଣସି ବ୍ୟକ୍ତିକୁ ଆଶୀର୍ବାଦ ଦେଉଥିବା ଦେଖିଛନ୍ତି କି ? ହଁ, ଏହା ବହୁତ ସତ ଅଟେ । ମହାରାଷ୍ଟ୍ରର ସିଦ୍ଦୁଟେକର ସିନ୍ଦିବିନାୟକ ମନ୍ଦିରରେ ଭକ୍ତଙ୍କୁ ଆଶୀର୍ବାଦ ଦେବା ସହ ହାତ ହଲାଉଥିବାର ଏକ ଭିଡିଓ ଖୁବ୍‌ ଜୋରରେ ଭାଇରାଲ ହେବାରେ ଲାଗିଛି । ଏହି ଭିଡିଓକୁ ଫେସବୁକ୍‌ରେ ଜଣେ ସୋସିଆଲ ମିଡିଆ ୟୁଜର ଅରୁଣ ଲିମାଡିଆ ସେୟାର କରିଥିଲେ ।

ଭାଇରାଲ ଭିଡିଓରେ ଅତି ନିର୍ମଳ ଭାବରେ ଦେଖାଯାଉଥିବା ଏହି ଭିଡିଓରେ ଏକ କୁକୁର ସିଦ୍ଧି ବିନାୟକ ମନ୍ଦିରର ପ୍ରବେଶ ଦ୍ବାରର ବାହାରେ ଏକ ଉଚ ପିଲର ଉପରେ ବସିଛି । ଯେତେବେଳେ ଭକ୍ତମାନେ ମନ୍ଦିରରୁ ବାହାରକୁ ଆସନ୍ତି, କିଛିଜଣ କୁକୁର ଆଡକୁ ହାତ ବଢାଇଥାନ୍ତି । ଏହାକୁ ଦେଖି କୁକୁର ମଧ୍ୟ ହାତ ମିଶାଇ ଅଭିବାଦନ ଜଣାଇଥାଏ । କୁକୁରର ଆଉ ଏକ ଭିଡିଓ ସାମ୍ନାକୁ ଆସିଛି ଯେଉଁଥିରେ ଜଣେ ବ୍ୟକ୍ତି ମନ୍ଦିରରୁ ବାହାରି କୁକୁର ଆଗରେ ନଇଁ ପଡ଼ିଛନ୍ତି । କୁକୁରଟି ତାଙ୍କ ଅଙ୍ଗଭଙ୍ଗୀରେ ତାଙ୍କୁ ଆଶୀର୍ବାଦ ଦେଇ ପ୍ରତିକ୍ରିୟା ଦେଉଛି ।

ଏହି ଦୁଇଟି ଭିଡିଓ କ୍ଲିପ୍ ଫେସବୁକରେ ସେୟାର ହେବା ପରେ ଏହା ତୁରନ୍ତ ଭାଇରାଲ ହୋଇଛି । ଏହାକୁ ଏପର୍ଯ୍ୟନ୍ତ ୧.୩ ମିଲିୟନରୁ ଅଧିକ ଲୋକ ଦେଖିଛନ୍ତି । ସୋସିଆଲ ମିଡିଆ ବ୍ୟବହାରକାରୀମାନେ ସେହି କୁକୁର ପ୍ରତି ନିଜର ଭଳପାଇବା ବ୍ୟକ୍ତ କରିଥିଲେ ଏବଂ ଆଶୀର୍ବାଦ ଦେବାବେଳେ ସେହି କୁକୁରଟି କେତେ ସୁନ୍ଦର ଦେଖାଯାଉଥିଲା ତାହା ଲେଖିଥିଲେ ।