PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରଙ୍ଗେଇଲୁଣ୍ଡା: ହଳଦିଆପଦର ନିକଟରେ ଟ୍ରାକ୍ଟର ସହ ଅଟୋ ଦୁର୍ଘଟଣା, ୩ ମହିଳା ମତ୍ସ୍ୟଜୀବୀ ଗୁରୁତର
  • ||
  • ସୋର: ହାଇଦର୍ ଏନ୍‌କାଉଣ୍ଟର ସ୍ଥଳରୁ ୨ଟି ଗୁଳି ଜବତ କଲା ପୋଲିସ ଓ ସାଇଣ୍ଟିଫିକ୍‌ ଟିମ୍‌
  • ||
  • ଭୁବନେଶ୍ୱର: ଓଡ଼ିଶାରେ ଆଉ ୬୭ଜଣଙ୍କ ଜୀବନ ନେଲା କରୋନା, ସାଢ଼େ ୫ ହଜାର ଟପିଲା ମୃତ୍ୟୁସଂଖ୍ୟା
  • ||
  • ଭୁବନେଶ୍ୱର: ରାଜ୍ୟରେ ୨୪ ଘଣ୍ଟା ଭିତରେ ଚିହ୍ନଟ ହେଲେ ଆଉ ୧୮୩୩ ଜଣ କରୋନା ପଜିଟିଭ୍
  • ||
  • ଭୁବନେଶ୍ୱର : ରାଜଧାନୀରେ କାୟା ମେଲାଉଛି ଡେଙ୍ଗୁ, ୧୨ ଦିନରେ ଆକ୍ରାନ୍ତଙ୍କ ସଂଖ୍ୟା ୨୫୦ ପାର୍
  • ||
  • ପାରଳାଖେମୁଣ୍ଡି : ଏସିଏଫ୍‌ ସୌମ୍ୟରଞ୍ଜନ ଡେଥ୍ ମିଷ୍ଟ୍ରି, ବଲାଙ୍ଗୀରରେ ପାରଳା ପୁଲିସର ୫ଜଣିଆ ଟିମ୍‌, ବିଦ୍ୟାଙ୍କ ପାର୍ଟି ସହ ସୌମ୍ୟ ମୃତ୍ୟୁର ଲିଙ୍କ୍‌ ଖୋଜିବ
  • ||
  • ଭୁବନେଶ୍ୱର : ରାଜ୍ୟରେ ୨୪ ଘଣ୍ଟା ଭିତରେ ଚିହ୍ନଟ ହେଲେ ଆଉ ୧୮୩୩ ଜଣ କରୋନା ପଜିଟିଭ୍
  • ||
  • ଜଳେଶ୍ଵର : ମନ୍ଦାର ଫୁଲ ଗଛ କଟାକୁ ନେଇ ଶଳାକୁ ଭିଣୋଇର ସଙ୍ଘବଦ୍ଧ ଆକ୍ରମଣ, ସଜ୍ଞାହୀନ ଅବସ୍ଥାରେ ନଦୀ କୂଳରୁ ଉଦ୍ଧାର
  • ||
  • ଭୁବନେଶ୍ୱର : ୨୮ରେ ପୁଣି ଏକ ଲଘୁଚାପ, ୨୭ରୁ ବଢ଼ିବ ବର୍ଷା
  • ||

ପ୍ରାଣୀଚିକିତ୍ସା କେନ୍ଦ୍ର ଖୋଲା କିନ୍ତୁ କେବଳ ବସିଛି ସିକ୍ୟୁରୁଟି: ମରିଗଲା କୁକୁର, ଥାନାକୁ ଗ​‌ଲେ ମାଲିକ

ଭୁବନେଶ୍ୱର ୧୦/୦୮: ସକାଳୁ ପୋଷା କୁକୁରଟି ହଠାତ୍‌ ନିସ୍ତେଜ ହୋଇ ଯାଇଥିଲା । ଯେତେ ଡାକିଲେ ବି ଶୁଣିଲାନି । କୁକୁରଟିର ଶୋଚନୀୟ ଅବସ୍ଥା ଦେଖି ଡରିଗଲେ ମାଲିକ । ସିଧା ଧାଇଁଥିଲେ ଭେଟନାରି ହସ୍ପିଟାଲକୁ । କିନ୍ତୁ ସେଠି କେହି ନଥିଲେ । ନା ଥିଲେ ଆଟେଡାଣ୍ଟ ନା ଥିଲେ ହସ୍ପିଟାଲ କର୍ତ୍ତୃପକ୍ଷ । ଅନେକ ଡାକିଲେ, ସିକ୍ୟୁରୁଟି ଗାର୍ଡକୁ ନେହୁରା ବି ହେଲେ । କିନ୍ତୁ କେହି ଶୁଣିଲେନି । ଶେଷରେ କୁକୁରଟି ଆଖି ବୁଜି ଦେଇଥିଲା । ଏମିତି ଅବହେଳାର ଶିକାର ହୋଇ ମୃତ୍ୟୁ ବରଣ କରିଥିବା ନିଜ ପୋଷା କୁକୁର ପାଇଁ ଥାନରେ ପହଞ୍ଚିଛନ୍ତି ଜଣେ ବ୍ୟକ୍ତି ।

ସୂଚନା ମୁତାବିକ, ନୟାପଲ୍ଲୀ ବାସିନ୍ଦା ନୃସିଂହ ସାହୁଙ୍କର ଏକ ଲାବ୍ରାଡର ପ୍ରଜାତିର କୁକୁର ଥିଲା । କୁକୁରଟିକୁ ସେ ଅତି ସ୍ନେହର ସହ ପାଳିଥିଲେ । ସେ କୁକୁର ତ ନଥିଲା, ଥିଲା ପରିବାରର ଜଣେ ସଦସ୍ୟ ଭଳି । ତେବେ ଗତ ସପ୍ତାହେ ହେଲା ପୋଷା କୁକୁରର ସ୍ୱାସ୍ଥ୍ୟରେ ଅବନତି ଘଟିଲା । ତାକୁ ନେଇ ସେ ଏକ ଘରୋଇ କ୍ଲିନିକରେ ଚିକିତ୍ସା କରାଇଥିଲେ । କିନ୍ତୁ ରବିବାର ସକାଳୁ କୁକୁରଟି ଘରେ ନିସ୍ତେଜ ହୋଇ ଯାଇଥିଲା । କୁକୁରଟିର ଦେହ ଖରାପ ଦେଖି କଣ କରିବେ ଜାଣି ପାରିନଥିଲେ ନୃସିଂହ । ସେପଟେ ସଟଡାଉନ୍‌ ଯୋଗୁଁ ଘରୋଇ କ୍ଲିନିକ୍‌ ବି ବନ୍ଦ ଥିଲା । ବାଧ୍ୟ ହୋଇ ନୃସିଂହ କୁକୁରକୁ ଗାଡିରେ ଧରି ସହିଦନଗର ସ୍ଥିତ ପଶୁ ଚିକିତ୍ସାଳୟ ଅଭିମୁଖେ ବାହାରିଥିଲେ । ସେତେବେଳକୁ ସମୟ ଦିନ ୧୧ଟା ହେବ। ଚିକିତ୍ସାଳୟ ଖୋଲା ଥିଲା ସତ କିନ୍ତୁ ଭିତରେ କେହି କର୍ମଚାରୀ ନଥିଲେ । ଡାକ୍ତରଙ୍କୁ ଖୋଜିଥିଲେ । ମାତ୍ର ଡାକ୍ତରଖାନାକୁ ଡାକ୍ତର ବାବୁଙ୍କର ଆସିବା ସମୟ ହୋଇନଥିଲା । ଶେଷରେ ଆଟେଡାଣ୍ଟକୁ ମଧ୍ୟ ସେ ଖୋଜିଥିଲେ । ମାତ୍ର ସେଠାରେ କେହି ନଥିଲେ । କର୍ମଚାରୀ କିମ୍ବା ଡାକ୍ତରଙ୍କୁ ଡାକିବା ପାଇଁ ସେଠାରେ ଥିବା ସିକ୍ୟୁରିଟି ଗାର୍ଡଙ୍କୁ ନେହୁରା ହୋଇଥିଲେ । ଦୀର୍ଘ ୧ ଘଣ୍ଟା କାଳ ଏପାଖ ସେପାଖ ହୋଇଥିଲେ ମଧ୍ୟ କାହାରି ଦେଖା ନଥିଲା । ଶେଷରେ କୁକୁରଟି ସେହିଠାରେ ସବୁଦିନ ପାଇଁ ଆଖି ବୁଜି ଦେଇଥିଲା ।

ଶେଷରେ ହସ୍ପିଟାଲ କର୍ତ୍ତୃପକ୍ଷଙ୍କ ବିରୋଧରେ ଅଭିଯୋଗ କରିବାକୁ ସହିଦ୍‌ ନଗର ଥାନରେ ପହଞ୍ଚିଥିଲେ ନୃସିଂହ । କର୍ତ୍ତୃପକ୍ଷଙ୍କ ଅବହେଳା ଯୋଗୁ ତାଙ୍କ କୁକୁରର ପ୍ରାଣ ଗଲା ବୋଲି ଲିଖିତ ଅଭିଯୋଗ କରିଥିଲେ । ଏହା ପରେ ଥାନର ଏକ ଟିମ୍‌ ହସ୍ପିଟାଲକୁ ଯାଇ ତଦନ୍ତ କରିଥିଲା । ଅବହେଳାର କାରଣ ପଚାରି ବୁଝିଥିଲା । ଏନେଇ ଥାନା ଅଧିକାରୀ ବିରଞ୍ଚି ନାରାୟଣ ପତି କହିଛନ୍ତି ଯେ ଘଟଣା ସଂପର୍କରେ ତଦନ୍ତ ଚାଲିଛି । ଉପରିସ୍ଥ ଅଧିକାରୀଙ୍କୁ ଅବହେଳାର କାରଣ ଦର୍ଶାଇବା ପାଇଁ ନୋଟିସ୍‌ ଦିଆଯାଇଛି ।

ସମ୍ବନ୍ଧିତ ଖବର