ଡକ୍ଟରେଟ୍‌ ପାଇଲା କୁକୁର

ଆମେରିକାର ଭର୍ଜିନିୟା ଟେକ୍‌ ୟୁନିଭର୍ସିଟି ନିଜର ଅନ୍ୟତମ ପ୍ରିୟ ଡାକ୍ତର କୁକୁରକୁ ସମ୍ମାନସ୍ପଦ ଡକ୍ଟରେଟ୍‌ ଡିଗ୍ରୀ ପ୍ରଦାନ କରିଛି । କରୋନା ଭାଇରସ୍‌ ମହାମାରୀରେ ଏହି ୟୁନିଭର୍ସିଟି ୨୦୨୦ର ଏକ ଶ୍ରେଣୀର ସ୍ନାତୋକତ୍ସବ ଅନ୍‌ଲାଇନ୍‌ ଆୟୋଜନ କରିଛି । ଏହି ଉତ୍ସବ ଅବସରରେ ମୁଜ୍‌ ନାମକ ଏହି କୁକୁରକୁ ଭେଟେରିନାରି ମେଡିସିନ୍‌ରେ ସମ୍ମାନସ୍ପଦ ଡକ୍ଟରେଟ୍‌ ଉପାଧିରେ ସମ୍ମାନିତ କରାଯାଇଛି । ୟୁନିଭର୍ସିଟି ପକ୍ଷରୁ ଅନ୍‌ଲାଇନ୍‌ ଜାରି କରାଯାଇଥିବା ଏକ ବୟାନ ଅନୁସାରେ, ଥେରାପି କୁକୁର ଡା.ମୁଜ୍‌ ଡେଭିସ୍‌ର କାମକୁ ୟୁନିଭର୍ସିଟି ପ୍ରଶଂସା କରିଛି । ଏହା ୟୁନିଭର୍ସିଟି ସମୁଦାୟର ସମର୍ଥନ ଓ ସେବାରେ ନିଜ କ୍ୟାରିଅର୍‌ ବିତାଇଛି । ୨୦୧୪ ମସିହାରୁ ଲାବ୍ରାଡର ପ୍ରଜାତିର ଏହି କୁକୁର ୟୁନିଭର୍ସିଟି
ସହିତ ରହିଛି । କୁକ୍‌ କାଉନ୍‌ସେଲିଂ ସେଣ୍ଟରରେ ସେବା ପ୍ରଦାନ କରୁଥିବା ୪ କୁକୁର ମଧ୍ୟରେ ଏହା ଅନ୍ୟତମ । ଉକ୍ତ ୟୁନିଭର୍ସିଟିର ପଶୁ ଚିକିତ୍ସକମାନେ ଜଟିଳ ମାନସିକ ସମସ୍ୟା ଦେଇ ଗତି କରୁଛନ୍ତି । ସେମାନଙ୍କ ଆତ୍ମହତ୍ୟା ହାର ଯଥେଷ୍ଟ ବେଶି । ସେହି କାରଣରୁ ଏହି ପେସାରେ ବ୍ୟାପକ ଅନିୟମିତତା ଦେଖାଦେଉଛି ।

ଏଭଳି ସ୍ଥିତିରେ ଭର୍ଜିନିୟା ଟେକ୍‌ର ଛାତ୍ରଛାତ୍ରୀ ଓ କର୍ମଚାରୀଙ୍କୁ ମାନସିକ ସମସ୍ୟାରୁ ବାହାର କରିବାରେ ମୁଜ୍‌ ଖୁବ୍‌ ସାହାଯ୍ୟ କରିଛି । ସେ ନିଜେ ମଧ୍ୟ ମାନସିକ ସମସ୍ୟା ଦେଇ ଗତି କରିଛି । ନିକଟରେ ତା’ଠାରେ ପ୍ରୋଷ୍ଟେଟ୍‌ କ୍ୟାନ୍ସର ଚିହ୍ନଟ କରାଯାଇଥିଲା । ସେଥିପାଇଁ ସେ ରେଡିଏସନ୍‌, କେମୋଥେରାପି ଏବଂ ଅନ୍ୟ ଚିକିତ୍ସା ଦେଇ ଗତି କରିଛି । ଏ ସବୁ ସ୍ୱାସ୍ଥ୍ୟ ସମସ୍ୟା ସତ୍ତେ୍ୱ ୟୁନିଭର୍ସିଟିର ବିଦ୍ୟାର୍ଥୀ ଓ କର୍ମଚାରୀଙ୍କୁ ସୁସ୍ଥ କରିବାରେ ମୁଜ୍‌ର ଗୁରୁତ୍ୱପୂର୍ଣ୍ଣ ଯୋଗଦାନ ରହିଛି । ଏବେ ବି ତା’ର ଚିକିତ୍ସା ଚାଲିଛି । ତଥାପି ସେ ସର୍ବଦା ନିଜକୁ ଖୁସି ରଖିଛି ବୋଲି ମୁଜ୍‌ର ମାଲିକ ତଥା ୟୁନିଭର୍ସିଟିର ଆନିମଲ୍‌-ଆସିଷ୍ଟେଡ୍‌ ପ୍ରୋଗ୍ରାମ୍‌ର କାଉନସେଲର ଓ କୋଅର୍ଡିନେଟର୍‌ ଟ୍ରେଣ୍ଟ ଡେଭିସ୍‌ କହିଛନ୍ତି ।

   ସମ୍ବନ୍ଧିତ ଖବର


ଫେସବୁକ୍ ଲଞ୍ଚ୍ କଲା ନୂଆ ସେବା, ଖୁବ୍ ଶୀଘ୍ର ଆକାଉଣ୍ଟକୁ କରନ୍ତୁ ଚେକ୍

ଚିନ୍ତାର କଥା ! ପରୀକ୍ଷଣ ସମୟରେ କରୋନା ଟିକାରେ ହେଲା ମୃତ୍ୟୁ…

ଟ୍ରେନରେ ଯାତ୍ରା ସମୟରେ ଲଗେଜ୍ ଚିନ୍ତା ଗଲା, ଏଣିକି ଘରେ ପହଞ୍ଚିବ ସାମଗ୍ରୀ

କରୋନାରୁ ରକ୍ଷା କରିବ ଏହି ‘ଛତୁ’–ଷ୍ଟାର୍ଟ ଅପ୍‌ କମ୍ପାନୀ ତିଆରି କଲେ ଇମ୍ୟୁନିଟି ବୁଷ୍ଟର

କରୋନା ଭୟରେ ଏହି ଦେଶରେ ବନ୍ଦ ହେଲା ମାଛ ମାର୍କେଟ୍, ଲାଗିଲା କର୍ଫ୍ୟୁ

ନବରାତ୍ରୀ ନେଇ ସୋସିଆଲ ମିଡିଆରେ ଅଶ୍ଲୀଳ ପୋଷ୍ଟ, କ୍ଷମା ମାଗିଲା Eros Now