ଏହି ୨ଟି କୁକୁରଙ୍କର ଦେଖାଶୁଣା କଲେ ମିଳିବ ୨୯ ଲକ୍ଷ ଟଙ୍କା, ରହିବା ପାଇଁ ବିଳାସପୂର୍ଣ୍ଣ ଘର, ଜାଣନ୍ତୁ କେମିତି କରିବେ ଆବେଦନ

ଲଣ୍ଡନ ୨୮।୧୧ : ଆଜିର ସମୟରେ ପାଠ ପଢ଼ା ଲୋକମାନଙ୍କୁ ବି ଢ଼ଙ୍ଗରେ ଗୋଟିଏ ଚାକିରୀ ମିଳୁନାହିଁ। ଆଉ ଯଦି ମିଳିବି ଯାଉଛି ତାହେଲେ ସେମାନଙ୍କୁ ମନମୁତାବିକ ଦରମା ମିଳୁନାହିଁ। କିନ୍ତୁ ଲଣ୍ଡନର ନାଇଟ୍ସବ୍ରିଜରେ ଜଣେ ଦମ୍ପତି ଏମିତି ଗୋଟିଏ ଚାକିରୀ ଦେଉଛନ୍ତି ଯାହାକୁ ଜାଣିଲେ ଆପଣ ବି ଆଶ୍ଚଯ୍ୟ ହୋଇଯିବେ।

ଦମ୍ପତିଙ୍କୁ ଏମିତି ଜଣେ ବ୍ୟକ୍ତି ଦରକାର, ଯିଏ ତାଙ୍କର ଦୁଇଟି କୁକୁରଙ୍କର ଦେଖାଶୁଣା କରିପାରୁଥିବ। ଏଥିପାଇଁ ସେହି ବ୍ୟକ୍ତିଙ୍କୁ ବାର୍ଷିକ ୨୯ ଲକ୍ଷ ଟଙ୍କା ଦରମା ମଧ୍ୟ ଦିଆଯିବ।ମିଳିଥିବା ସୂଚନାନୁସାରେ, ଦମ୍ପତି ଜଣକ ନିଜ ଘରେ ଦୁଇଟି ଗୋଲ୍ଡେନ ରିଟ୍ରିଭର କୁକୁର ପାଳିଛନ୍ତି। ଆଉ ଦମ୍ପତି ଅଧିକାଂଶ ସମୟ ନିଜ କାମ ପାଇଁ ବାହାରେ ରହିଥାନ୍ତି। ତେଣୁ କୁକୁରର ଭଲଭାବେ ଦେଖାଶୁଣା କରିପାରନ୍ତି ନାହିଁ। ଏଥିପାଇଁ ଜଣେ ବ୍ୟକ୍ତି ସେମାନେ ଖୋଜୁଛନ୍ତି ଯିଏ ଏହି କାମ କରିପାରିବ।

କେବଳ ସେତିକି ନୁହେଁ ମୋଟା ଅଙ୍କର ଅର୍ଥ ବ୍ୟତୀତ ଉକ୍ତ ବ୍ୟକ୍ତିକୁ ରହିବା ପାଇଁ ୬ ମହଲା ବିଶିଷ୍ଟ ବିଳାସପୂର୍ଣ୍ଣ ଘର ଦିଆଯିବ। ଦମ୍ପତି ‘ସିଲଭର ସ୍ବାନ ସର୍ଚ୍ଚ’ ନାମକ ଏକ ଓ୍ବେବସାଇଟରେ ଏହି ଚାକିରୀ ପାଇଁ ବିଜ୍ଞାପନ ଦେଇଛନ୍ତି। ଏଥିରେ ସେ ଏହା ବି କହିଛନ୍ତି କି, ତାଙ୍କୁ କେଉଁ ଭଳି ପ୍ରାର୍ଥୀ ଦରକାର। ଏହି ଓ୍ବେବସାଇଟକୁ ଯାଇ ଚାକିରୀ ପାଇଁ ଆବେଦନ କରିପାରିବେ।

ଦମ୍ପତିଙ୍କ କହିବାନୁସାରେ, ତାଙ୍କୁ ଏମିତି ଜଣେ ପ୍ରାର୍ଥୀ ଦରକାର ଯିଏକି ପୂର୍ବରୁ କୁକୁରର ଦେଖାଶୁଣା କରି ସାରିଥିବେ। ତାଙ୍କୁ ହାଉସକିପିଂର ଅନୁଭବ ଥିବ, ରୋଷେଇ କରିପାରୁଥିବ, ଫିଟ୍ ଆଉ ଆକ୍ଟିଭ୍ ହୋଇଥିବ ଏହା ସହିତ ବିଶ୍ବାସଯୋଗ୍ୟ ହୋଇଥିବ। ସବୁଠୁ ମୁଖ୍ୟକଥା ହେଲା ଏହି ଚାକିରୀରେ ବ୍ୟକ୍ତି ଜଣଙ୍କୁ ସପ୍ତାହରେ ମାତ୍ର ପାଞ୍ଚ ଦିନ ଅର୍ଥାତ୍ ସୋମବାରରୁ ଶୁକ୍ରବାର ପର୍ଯ୍ୟନ୍ତ କୁକୁରର ଦେଖାଶୁଣା କରିବାକୁ ପଡ଼ିବ। ଏହା ବଦଳରେ ତାଙ୍କୁ ୩୦ରୁ ୩୨ ହଜାର ଡଲାର ପାଉଣ୍ଡସ୍ ଅର୍ଥାତ୍ ୨୯ ଲକ୍ଷ ଟଙ୍କା ଦରମା ମିଳିବ।

   ସମ୍ବନ୍ଧିତ ଖବର


ଗୋଟେ ବର୍ଷରେ ୨୩ଜଣ ପିଲାଙ୍କର ବାପା ହେଲେ ଯୁବକ ! କହିଲେ, ତାଙ୍କୁ କାହିଁକି ମହିଳାମାନେ ପସନ୍ଦ କରୁଛନ୍ତି

ଭାରତ ବିସ୍ମୟ ବାଳକ- ବୟସ ମାତ୍ର ୪ ବଜାଉଛନ୍ତି ତାଳରେ ଢୋଲ:ଦେଖନ୍ତୁ ଶୁଣନ୍ତୁ ଆପଣ ବି ଆଶ୍ଚର୍ଯ୍ୟ ହୋଇଯିବେ

ଦେଶର ସବୁ ରେଳ ଷ୍ଟେସନରୁ ଉଭାନ ହେବ ପ୍ଲାଷ୍ଟିକ୍‌ କପ୍ – ଏବେ ‘କୁଲହଡ’ରେ ଚା’ ପିଇବେ ଯାତ୍ରୀ

କରୋନା ଭୟ, ମାସ୍କ ପିନ୍ଧି ଭୋଜିରେ ଖାଉଛନ୍ତି ବ୍ୟକ୍ତି- ଦେଖନ୍ତୁ ଭିଡିଓ

ସୁଟିଂ ସମୟରେ ରାହୁଲ ରାୟଙ୍କର ବ୍ରେନ୍‌ ଷ୍ଟ୍ରୋକ୍‌ – ଆଇସିୟୁରେ ଭର୍ତ୍ତି

ମ୍ୟାଚ୍‌ ମଝିରେ ମ୍ୟାଚିଙ୍ଗ୍‌: ଅଷ୍ଟ୍ରେଲୀୟ ଯୁବତୀଙ୍କୁ ବିବାହ ପ୍ରସ୍ତାବ ଦେଲେ ଭାରତୀୟ ଯୁବକ, ଭିଡିଓ ଭାଇରାଲ..