PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଚାନ୍ଦବାଲି : ମୁଖ୍ୟ ବଜାରରେ ହଠାତ୍ ଭୁଶୁଡିଲା ବିଦ୍ୟୁତ୍ ଖୁଣ୍ଟି, ଅଳ୍ପକେ ବର୍ତ୍ତିଲେ ପଥଚାରୀ
  • ||
  • ଭୁବନେଶ୍ୱର : ଏ ବର୍ଷ ଥରାଇବ ଶୀତ ଲହରୀ, ଜବର ଜାଡ଼ରେ ଥରିବ ଓଡ଼ିଶା, ଲମ୍ବିବ ଶୀତ ଅବଧି
  • ||
  • ଲାଞ୍ଜିଗଡ଼ : ବେଦାନ୍ତର ଏଲଏନଟି କଲୋନୀକୁ ପଶିଲା କରୋନା, ୩ ଶ୍ରମିକ ପଜିଟିଭ୍ ଚିହ୍ନଟ
  • ||
  • ସମ୍ବଲପୁର : ଆଜି ସମ୍ବଲପୁର ୧୨ ଘଣ୍ଟିଆ ବନ୍ଦ, ମମିତା ମେହେର୍ ହତ୍ୟା ପ୍ରସଙ୍ଗକୁ ନେଇ ରାସ୍ତାକୁ ଓହ୍ଲାଇଛି ବିଜେପି
  • ||

ପୋଷା କୁକୁର ପାଇଁ ବିମାନର ପୁରା ବିଜନେସ୍ କ୍ଲାସ୍ କ୍ୟାବିନ୍ ବୁକ୍ କରିଦେଲେ ମାଲିକ,୨ ଘଣ୍ଟାର ଯାତ୍ରା ପାଇଁ ଖର୍ଚ୍ଚ କଲେ ଲକ୍ଷାଧିକ ଟଙ୍କା

https://www.timesnownews.com

ମୁମ୍ବାଇ,୧୯।୯: କୁକୁର ମଣିଷର ସମ୍ପର୍କ ଖୁବ ନିବିଡ଼।  କୁକୁର ମଣିଷ ପାଖେ ପାଖେ ସବୁବେଳେ ରହିଥାଏ।  ମଣିଷର ସବୁଠାରୁ ବିଶ୍ଵସ୍ତ କୁକୁର ହୋଇଥାଏ।  କିଛି ଲୋକ ଅଛନ୍ତି, ଯିଏ କି  ନିଜ ଜୀବନଠାରୁ ଅଧିକ କୁକୁରକୁ ଭଲ ପାଇଥାନ୍ତି। ଅନେକେ ଦାମୀ ତାରକା ହୋଟେଲକୁ କିମ୍ବା ଦାମି ଗାଡ଼ିରେ କୁକୁରକୁ ନେବା କଥା ଶୁଣିଥିବେ। ଏପରିକି କୁକୁର ପାଇଁ ସ୍ଵତନ୍ତ୍ର ଘର ମଧ୍ୟ ତିଆରି କରିବାକୁ ଲୋକେ ପଛାଇ ନଥାନ୍ତି। ଏଭଳି କରି ଦେଖାଇଛନ୍ତି ମୁମ୍ଵାଇର ଜଣେ ଲୋକ, ଯିଏକି ନିଜର ଦୁଇଟି ପୋଷା କୁକୁରକୁ ମୁମ୍ଵାଇରୁ ଚେନ୍ନାଇ ନେବା ପାଇଁ ସମ୍ପୂର୍ଣ ବିମାନର ବିଜନେସ୍ କ୍ଲାସକୁ ବୁକିଂ କରିଦେଇଥିଲେ।

କୁକୁର ମାଲିକ ଜଣକ ଇଣ୍ଡିଆ ବିମାନ ଏଆଇ-୬୭୧ ର ବିଜନେସ୍ କ୍ଲାସକୁ ବୁକିଂ କରିଦେଇଥିଲେ । ଯଦିଓ ଏହା ପୂର୍ବରୁ ଗୃହପାଳିତ ପଶୁମାନେ ବହୁତ ମୂଲ୍ୟବାନ କ୍ୟାବିନରେ ମଧ୍ୟ ଫ୍ଲାଇଟରେ ଯାଇଥିଲେ କିନ୍ତୁ ଏହା ଭିନ୍ନ ଥିଲା। ବୁଧବାର ସକାଳେ ଏହି ଦୁଇ କୁକୁର ମୁମ୍ବାଇରୁ ଚେନ୍ନାଇ ଅଭିମୁଖେ ଯାତ୍ରା କରିଥିଲେ। ୨ ଘଣ୍ଟାର ଏହି ଯାତ୍ରା ପାଇଁ ତାଙ୍କୁ ୨.୫ ଲକ୍ଷ ଟଙ୍କା ଦେବାକୁ ପଡିଥିଲା। ଏହି ବିମାନରେ କେବଳ ମାଲିକ ଏବଂ ତାଙ୍କର ଦୁଇ ପୋଷା କୁକୁର ଯାଇଥିଲେ।

ସୂଚନାଯୋଗ୍ୟ ଯେ, ଏୟାର ଇଣ୍ଡିଆର ବିମାନ ଉଡ଼ାଣ ନୀତି ଅନୁଯାୟୀ କୁକୁର, ବିଲେଇ, ଏବଂ ପକ୍ଷୀଙ୍କ ସହିତ ଛୋଟ ଗୃହପାଳିତ ପଶୁଙ୍କୁ ନେବାର ଅନୁମତି ରହିଛି।  ତେବେ ଏଥିପାଇଁ ସେମାନଙ୍କର ସ୍ୱାସ୍ଥ୍ୟଗତ ଏବଂ ରାବିଜ୍ ଟୀକାକରଣ ପ୍ରମାଣପତ୍ର ଦେବାକୁ ପଡିଥାଏ। ଜଣେ ଯାତ୍ରୀ ଦୁଇଟି ଗୃହପାଳିତ ପଶୁ ସହିତ ଯାତ୍ରା କରିପାରିବେ ଏବଂ ପଶୁଙ୍କ ଶରୀରର ଆକାର ଉପରେ ଆଧାର କରି ସେମାନେ କ୍ୟାବିନରେ କିମ୍ବା କାର୍ଗୋ ହୋଲ୍ଡରେ ରହିପାରିବେ। ତେବେ ବିଜନେସ୍ କ୍ଲାସରେ ଯାତ୍ରା କରିବା ବେଳେ ଗୃହପାଳିତ ପଶୁମାନେ କ୍ୟାବିନ୍‌ର ଶେଷ ଧାଡିରେ ବସିଥାନ୍ତି।