ଆରମ୍ଭ ହେଲା ଜାତୀୟସ୍ତରୀୟ ଡଗ୍ ‘ସୋ’

ଭୁବନେଶ୍ବର,12।12(ବୁୟରୋ): ର୍ୟାମ୍ପ ସୋ’ରେ ମଡେଲ୍ ଚାଲିବା ଭଳି ପଡ଼ିଆର ଟ୍ରାକ୍ରେ ଚାଲୁଥିଲେ କୁକୁର। ଭିନ୍ନ ଭିନ୍ନ ଅଙ୍ଗଭଙ୍ଗୀ ଦେଉଥିଲେ। ସେମାନଙ୍କ ଭିତରେ ଚାଲିଥିଲା କଡ଼ା ଟକ୍କର। କୁକୁରଙ୍କ ଗୁଣବତ୍ତା ମାପଦଣ୍ଡକୁ ମାପୁଥିଲେ ବିଦେଶୀ ବିଚାରକ। କିଟ୍ ସ୍ପୋର୍ଟସ୍ କମ୍ପ୍ଲେକ୍ସ ପଡ଼ିଆରେ ଆଜିଠାରୁ କୁକୁରଙ୍କ ନିଆରା ପ୍ରତିଯୋଗିତା ଆରମ୍ଭ ହୋଇଛି। ପ୍ରଥମ ଦିନରେ ରାଜ୍ୟ ଓ ରାଜ୍ୟ ବାହାରର 90ରୁ ଅଧିକ କୁକୁର ଏଥିରେ ସାମିଲ ହୋଇଛନ୍ତି। ଓଡି଼ଶା କେନଲ କ୍ଲବ୍ ପକ୍ଷରୁ ଆୟୋଜିତ ଏହି ସୋ’ରେ ଆଜି ଜର୍ମ।ନ୍ ସେଫର୍ଡ ପ୍ରଜାତିର କୁକୁରଙ୍କ ମେଳି ଦେଖିବାକୁ ମିଳିଥିଲା। ଆଜି ଉଦ୍Ùଘାଟନୀ ଦିବସରେ ମୋଟ 3ଟି ବିଭାଗରେ ପ୍ରତିଯୋଗିତା ହୋଇଥିଲା। ଜର୍ମ।ନ୍ ସେଫର୍ଡର ପୁରୁଷ ବିଭାଗରେ ଅଲିଭର ଓ ମହିଳାରେ ତାଶି ଶ୍ରେଷ୍ଠ ବିବେଚିତ ହୋଇଛନ୍ତି। ଓବିଡିଏନ୍ସ ବା ଅନୁପାଳନ ବିଭାଗରେ ଟାଟା ଷ୍ଟିଲ୍ ଡଗ୍ ସ୍କ୍ବାର୍ଡର କୁକୁର ‘ଦିୟା’ ଚାମ୍ପିଅନ୍ ହୋଇଛି। ଏହି ସୋ’ରେ ହେବାକୁ ଥିବା ବିଭିନ୍ନ ପ୍ରତିଯୋଗିତା ପାଇଁ ଦୁଇ ଜଣ ବିଦେଶୀ ବିଚାରକ ଆସିଛନ୍ତି। ଜର୍ମ।ନ୍ରୁ ବର୍ନଡ୍ ବେବର୍ ଓ ଇଟାଲୀରୁ ଗିଓସେପେ ପଫୋନୀ ବିଚାରକ ଭାବେ ଯୋଗ ଦେବା ସହ ବିଭିନ୍ନ ପ୍ରତିଯୋଗିତାରେ ଭାଗ ନେଇଥବା କୁକୁରଙ୍କ ଦକ୍ଷତା ମାପୁଛନ୍ତି। ଲକ୍ଷ୍ନୌ, ଦିଲ୍ଲୀ, ମୁମ୍ବାଇ, ନାଗପୁର, ବାଙ୍ଗୋଲୋର, ଉଟି, କୋଲକାତା, ହାଇଦ୍ରାବାଦ ଓ ଅନ୍ୟ ଅଞ୍ଚଳରୁ ପ୍ରତିଯୋଗୀ ଆସିଛନ୍ତି। ଶେଷରେ ଜର୍ମ।ନ୍ ସେଫର୍ଡ ଡଗ୍ କନଫେଡେରେସନ କଳିଙ୍ଗ ଚାପ୍ଟରର ସଭାପତି ଡା. ଏସଆର୍ ପରିଜା ଅତିଥି ଭାବେ ଉପସ୍ଥିତ ରହି ଚାମ୍ପିଅନ୍ଙ୍କୁ ପୁରସ୍କୃତ କରିଥିଲେ।