ନିର୍ବାଚନ ଖବର
  • ନୂଆଦିଲ୍ଲୀ : କିଏ ଗଢ଼ିବ ସରକାର ? ସନ୍ଧ୍ୟାରେ ଏନଡିଏ ଓ ଇଣ୍ଡିଆ ମେଣ୍ଟର ବୈଠକ
  • ||
  • ନୂଆଦିଲ୍ଲୀ : ପୁଣି ଦିଲ୍ଲୀ ଡାକ୍ତରଖାନାରେ ଅଗ୍ନିକାଣ୍ଡ, ନିଆଁ ଲିଭାଇବାକୁ ୧୬ ଫାୟାର ବ୍ରିଗେଡ୍ ଗାଡ଼ି ନିୟୋଜିତ
  • ||
  • ଭୁବନେଶ୍ଵର : ୩ ରୁ ୪ ଦିନ ମଧ୍ୟରେ ଓଡ଼ିଶା ଛୁଇଁବ ମୌସୁମୀ ବାୟୁ, ପାଗ ଅନୁକୂଳ
  • ||
  • ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଲେ ନବୀନ, ରାଜ୍ୟପାଳଙ୍କୁ ଭେଟି ଦେଲେ ଇସ୍ତଫା ପତ୍ର
  • ||

ଦୋହା ଡାଏମଣ୍ଡ ଲିଗ୍‌ ୨୦୨୪: ନୀରଜ ଚୋପ୍ରାଙ୍କୁ ରୌପ୍ୟ ପଦକ, ନବମ ସ୍ଥାନରେ କିଶୋର

ଦୋହା,୧୧/୦୫: ଅଲିମ୍ପିକ୍ସ ତଥା ବିଶ୍ୱ ଚାମ୍ପିଅନ ଜାଭେଲିନ ଫିଙ୍ଗାଳି ନୀରଜ ଚୋପ୍ରା ସିଜନର ପ୍ରଥମ ପ୍ରତିଯୋଗିତା ଦୋହା ଡାଏମଣ୍ଡ ଲିଗ୍‌ରେ ରୌପ୍ୟ ପଦକ ପାଇଛନ୍ତି । ଚେକ୍‌ ଗଣରାଜ୍ୟର ଜାକୁବ ଭଦଲେଚ ୮୮.୩୮ ମିଟର  ଫିଙ୍ଗି ପ୍ରଥମ ସ୍ଥାନ ସହ ସ୍ୱର୍ଣ୍ଣ ପଦକ ଜିତିଥିଲେ । ନୀରଜ ଅନ୍ତିମ ତଥା ଷଷ୍ଠ ପ୍ରୟାସରେ ୮୮.୩୬  ମିଟର ଫିଙ୍ଗି ଦ୍ୱିତୀୟ ସ୍ଥାନରେ ରହିଥିଲେ ।  ସେ ମାତ୍ର ୦.୦୨ ମିଟରରୁ ଟାଇଟଲ ହାସଲରୁ  ବଞ୍ଚିତ ହୋଇଥିଲେ । ଗ୍ରେନେଡାର ପିଟର୍ସ  ଆଣ୍ଡରସନ ଅନ୍ତିମ ପ୍ରୟାସରେ (୮୬.୬୨  ମିଟର) ଶ୍ରେଷ୍ଠ ପ୍ରଦର୍ଶନ ଦେଇ ତୃତୀୟ  ସ୍ଥାନ ସହ ବ୍ରୋଞ୍ଜ ପଦକ ପାଇଥିଲେ ।

ଓଡ଼ିଶାର କିଶୋର ଜେନାଙ୍କ ପ୍ରଦର୍ଶନ  ନୈରାଶ୍ୟଜନକ ରହିଥିଲା । ସେ  ୭୬.୩୧ ମିଟର ଫିଙ୍ଗି ନବମ  ସ୍ଥାନରେ ରହିଥିଲେ । ସିଜନର ପ୍ରଥମ  ପ୍ରତିଯୋଗିତାରେ ନୀରଜ ଦୋହାରେ  ୯୦ ମିଟର ମାର୍କ ଅତିକ୍ରମ କରିବେ  ବୋଲି ଆଶା ରହିଥିଲା । କିନ୍ତୁ ସେ ସଫଳ ହୋଇନଥିଲେ । ଫାଉଲରୁ ସେ ଅଭିଯାନ ଆରମ୍ଭ  କରିଥିଲେ । ଦ୍ୱିତୀୟ ପ୍ରୟାସରେ ୮୪.୯୩  ମିଟର, ତୃତୀୟରେ ୮୬.୨୪ ମିଟର, ଚତୁର୍ଥରେ  ୮୬.୧୮ ମିଟର, ପଞ୍ଚମରେ ୮୨.୨୮  ମିଟର ଏବଂ ଅନ୍ତିମ ପ୍ରୟାସରେ  ୮୮.୩୬ ମିଟର ଫିଙ୍ଗିଥିଲେ।କିଶୋରଙ୍କ ପଦାର୍ପଣ ଯାତ୍ରା ୭୫.୭୨ ମିଟରରୁ ଆରମ୍ଭ  ହୋଇଥିଲା । ଦ୍ୱିତୀୟ ପ୍ରୟାସ ଫାଉଲ ଓ  ତୃତୀୟରେ ୭୬.୩୧ ମିଟର ଫିଙ୍ଗିବା ପରେ  ତାଙ୍କର ଅଭିଯାନ ଶେଷ ହୋଇଥିଲା । 


  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.