ଡାକ୍ତରଖାନା ଛକରେ ଅପରାଧୀଙ୍କ ଆତଙ୍କ ରାଜ: ଦୋକାନୀଙ୍କୁ ନିସ୍ତୁକ ମାଡ଼, ଦୁର୍ବୃତ୍ତ ଫେରାର

ପୁରୀ ୨୩/୫: ଡାକ୍ତରଖାନା ଛକରେ ଜଣେ ପୁରୁଖା ଅପରାଧୀ ଆତଙ୍କ ଖେଳାଇଛି । ମାଳିଯାଗା ମନ୍ଦିର ନିକଟ ଏକ ଭୋଗ ଦୋକାନୀକୁ ମରଣାନ୍ତକ ଆକ୍ରମଣ କରି ଆହତ କରିଛି ସମ୍ପୃକ୍ତ ଅପରାଧୀ । ଆହତ ଦୋକାନୀଙ୍କ ନାମ ହେମନ୍ତ କୁମାର ସ୍ୱାଇଁ (୪୦) ବୋଲି ଜଣାପଡିଛି ।

ମିଳିଥିବା ଖବର ଅନୁଯାୟୀ, ହେମନ୍ତ ଦୋକାନରେ ବସିଥିଲେ । ଦୁର୍ବୃତ୍ତ ଜଣକ ସେଠାରେ ପହଞ୍ଚି ପ୍ରଥମେ ଫିଙ୍ଗାଫୋପଡା କରିଥିଲା । ପରେ ହେମନ୍ତ କାକୁତିମିନତି ହୋଇଥିଲେ । ହେଲେ ଶୁଣି ନଥିଲା ଦୁର୍ବୃତ୍ତ । ଏହାପରେ ହେମନ୍ତଙ୍କୁ ଟାଣି ନେଇ ବିଧା ଗୋଇଠା ମାରିଥିଲା । ଫଳରେ ହେମନ୍ତଙ୍କ ହାତ ଆଙ୍ଗୁଠି ଭାଙ୍ଗିଥିଲା । ପରେ ସେ ଡାକ୍ତରଖାନାରେ ଭର୍ତ୍ତି ହୋଇଥିଲେ । ଏନେଇ ଥାନାରେ ଏତଲା ଦେବାକୁ ଯିବାବେଳେ ଦୁର୍ବୃତ୍ତ ତାଙ୍କୁ ଧମକାଇଥିଲା । ଏତଲା ଦେଲେ ମୁଣ୍ଡ ଗଡ଼ିବ ବୋଲି ସିଧାସଳଖ ଧମକ ଦେବା ପରେ ହେମନ୍ତ ଭୟଭୀତ ହୋଇଯାଇଥିବା ଜଣାପଡିଛି । ଏନେଇ ସେ ଥାନାରେ ଏତଲା ଦେଇ ନଥିବା କହିଛନ୍ତି ।

ସୂଚନାଯୋଗ୍ୟ ଯେ, ପୂର୍ବରୁ ଏକାଧିକ ଧର୍ତ୍ତବ୍ୟ ଅପରାଧରେ ଜଡିତ ଥିବା ଏହି ଦୁର୍ବୃତ୍ତ ଏକାଧିକ ଥର ଜେଲ୍‌ ଯାଇ ଜାମିନରେ ଆସିଛି ।

   ସମ୍ବନ୍ଧିତ ଖବର


ମାଟି ତଳୁ ମିଳିଲା ଶହ ଶହ ଆଧାର କାର୍ଡ: ଲୋକଙ୍କୁ ନଦେଇ ଘର ପଛପଟେ ପୋତି ଦେଇଥିବା ଅଭିଯୋଗ

ଭଲ ଖବର: ୧୮ଟି ଜିଲ୍ଲାରୁ ସୁସ୍ଥ ହେଲେ ଆଉ ୧୭୮ ଜଣ କରୋନା ଆକ୍ରାନ୍ତ, ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ

ଅବଢ଼ା ଟିକେ ପାଇବାକୁ ମନ… କେବେ ବାହାରିବ ଅନନ୍ତବାସୁଦେବଙ୍କ ପ୍ରସାଦ

‘ବନ୍ଦେ ଉତ୍କଳ ଜନନୀ’କୁ ରାଜ୍ୟ ସଙ୍ଗୀତ ମାନ୍ୟତା

ମା’ର ମମତା ପାଖରେ ସବୁ ତୁଛ: ୫ ଦିନ ହେଲା ମଲା ଛୁଆକୁ ଧରି ବୁଲୁଛି

ବିଦେଶ ଫେରନ୍ତା ଫୋନ୍‌ ନଉଠାଇଲେ କାର୍ଯ୍ୟାନୁଷ୍ଠାନ