PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଦେବଗଡ : ରିଆମାଳ ରେଞ୍ଜ ନୁଆଁଡିହି ସେକ୍ସନ ଖିଲେଇ ଜଙ୍ଗଲରେ ହାତୀ ଆକ୍ରମଣ ଯୋଗୁଁ ବନ ଶ୍ରମିକ ଗୁରୁତର
  • ||
  • କୋଣାର୍କ : ରୋଗ କଷ୍ଟ ସହିନପାରି ସ୍କୁଲ ହତାରେ ଆତ୍ମହତ୍ୟା କଲେ ବୃଦ୍ଧ
  • ||
  • ଭୁବନେଶ୍ଵର : ରାଜ୍ୟରେ ଆଉ ୪ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୧୫୦କୁ ବୃଦ୍ଧି
  • ||
  • ଭୁବନେଶ୍ୱର : ରାଜ୍ୟରେ ଉପର ତଳ ହେଉଛି କରୋନା ଗ୍ରାଫ୍, ୨୪ ଘଣ୍ଟାରେ ଚିହ୍ନଟ ହେଲେ ୭୩୪ ପଜେଟିଭ୍
  • ||
  • ନୀଳଗିରି : ମାଡ଼ିଆସୁଛନ୍ତି ନୀଳଗିରି ଆଡକୁ ଝାଡ଼ଖଣ୍ଡ ହାତୀ, ଚାଷୀ ଆତଙ୍କିତ
  • ||
  • କଳାହାଣ୍ଡି : ପୋଖରୀରେ ବୁଡି ୨ ଶିଶୁ ମୃତ
  • ||
  • ଜଳେଶ୍ଵର : ବିପଦ ସଂକେତ ଉପରେ ପ୍ରବାହିତ ହେଉଛି ଜଳକା, ବନ୍ୟା ପାଣି ଘେରରେ ୧୦ରୁ ଉର୍ଦ୍ଧ୍ଵ ଗ୍ରାମ
  • ||
  • ଲମତାପୁଟ : ଅଟୋରୁ ୧୦ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ, ଗାଡି ଛାଡି ୨ ମାଫିଆ ଫେରାର୍
  • ||

ରାଜଧାନୀ ଉପକଣ୍ଠରେ ନିଆରା ମେଳଣ, ବିମାନରେ ପୂଜା ପାଆନ୍ତି କଣ୍ଢେଇ

ଭୁବନେଶ୍ୱର/ଯାଁଳା, ୫ ।୪(ବ୍ୟୁରୋ/ଆ.ପ୍ର): କାହିଁ କେତେବର୍ଷ ହେବ ଏହି ମେଳଣ ଚାଲିଛି । ବାଜା, ବାଣ ଓ ରୋଶଣି ସବୁ କିଛିରେ ଭରପୂର । ପଞ୍ଚୁଦୋଳ ବା ଭଗବତ ମେଳଣପରି ଏହି ମେଳଣରେ ସେମିତି କିଛି ନିର୍ଦ୍ଦିଷ୍ଟ ନୀତିନିୟମ ନଥାଏ । ନଥାଏ ଜାତି, ଧର୍ମ ଓ ବର୍ଣ୍ଣର ଭେଦଭାବ । ଗାଁର ପୁରୁଖା ଲୋକ ଅପନି ବେହେରା, ଧଡ଼ୁ ସାହୁ, ଶତ୍ରୁଘ୍ନ ଚମ୍ପତ୍ତି, ବାଉରିବନ୍ଧୁ ଭୋଇ ଏବଂ ବୁଦ୍ଧନିାଥ ସାହୁଙ୍କ କହିବା ଅନୁଯାୟୀ, ନିକଟବର୍ତ୍ତୀ ଗାଁ ମାନଙ୍କରେ ପଞ୍ଚୁଦୋଳ ଓ ଭଗବତ ମେଳଣ ପାଳନ ହେଉଥିବା ବେଳେ ଆମ ଗାଁରେ ସେପର ମେଳଣ ନଥାଏ । ଆଖପାଖ ମେଳଣ ଦେଖି ଗାଁର ଛୋଟ ଛୋଟ ପିଲାମାନେ ଅମରି ଡାଳ ଓ ବାଉଁଶ କାଠିରେ ରଙ୍ଗୀନ କାଗଜ ଗୁଡ଼ାଇ ଛୋଟ ଛୋଟ ବିମାନ କରୁଥିଲେ । ତା’ ଭିତରେ କଣ୍ଢେଇ ବସାଇ ଖେଳୁଥିଲେ । ତେଣୁ ପିଲାମାନଙ୍କର ଏଭଳି ଉତ୍ସାହ ଦେଖି ବୟସ୍କ ଲୋକମାନଙ୍କ ଦ୍ୱାରା ଗାଁ’ ପିଲାଙ୍କ ମନୋରଞ୍ଜନ ପାଇଁ କାହିଁ କେଉଁ କାଳରୁ ଏହି ମେଳଣର ପରିକଳ୍ପନା କରା ଯାଇଥିଲା ।

ପରମ୍ପରା ଅନୁଯାୟୀ, ପ୍ରଥମେ ଗାଁର ମା’ ଛୋଟୀ ଭୂଆଶୁଣୀ ମନ୍ଦରି ନକିଟରେ ଛୋଟ ଛୋଟ ପିଲାମାନଙ୍କ ଦ୍ୱାରା ନିର୍ମିତ କୁନି କୁନି ବିମାନରେ ବିଭିନ୍ନ କଣ୍ଢେଇ ରଖି ଏକତ୍ର କରା ଯାଉଥିଲା । ଏହି ସବୁ ବିମାନ ପ୍ରଥମେ ଅମରି ଡାଳ, ବାଉଁଶ କାଠି ଓ ରଙ୍ଗୀନ କାଗଜରେ ତିଆରି କରା ଯାଉଥିଲା । ମାତ୍ର ଏବେ କିଛି ବିମାନରେ ରଙ୍ଗିନ କପଡ଼ା ବ୍ୟବହାର କରାଯାଉଛି । ଚୈତ୍ର ଅମାବାସ୍ୟା ଦିନେ ଦୁଇଦିନ ପୂର୍ବରୁ ମେଳଣର ଜମାଣପର୍ବ ଅନୁଷ୍ଠିତ ହୁଏ ।

ଏହି ଅବସରରେ କୁନି କୁନି ପିଲାମାନେ ଛୋଟ ଛୋଟ ବିମାନରେ କଣ୍ଢେଇ ସଜାଇ ସଲଟଣରେ ବାଜା ଓ ରୋଶଣି ସାଙ୍ଗକୁ ପାରମ୍ପରିକ ନାଗାନାଟ, ଘୋଡ଼ାନାଚ, ଭାଘ-ଭାଲୁ ନାଟ, ଲଉଡ଼ିବାଡ଼ି ଖେଳ ସାଙ୍ଗକୁ ପାଇକ ଆଖଡ଼ା ଏବଂ ସଂକୀର୍ତ୍ତନ ମାଧ୍ୟମରେ ଗାଁ’ ପରିକ୍ରମା କରି ଯାତ୍ରା ପଡ଼ିଆକୁ ଯାଇଥାଆନ୍ତି । ବାଟରେ କେତେକ ସ୍ଥାନରେ ବେଦି କରାଯାଇ ଲୋକେ ଚାଚେରୀ ଭୋଗ ମଧ୍ୟ ଦେଇଥାନ୍ତି । ଶେଷରେ ମେଳଣ ପଡ଼ିଆରେ ଥିବା ଏକ ବଡ଼ ମଣ୍ଡପରେ ସବୁ ବିମାନ ଗୁଡ଼ିକ ୩ ଦିନ ପର୍ଯ୍ୟନ୍ତ ରଖାଯାଏ । ଚଳିତବର୍ଷ ସ୍ଥାନୀୟ ବାଲିଆପଡ଼ା ଏବଂ ତମାଣ୍ଡୋ ଗ୍ରାମରୁ ପିଲାମାନେ ଦୁଇଟି କୁନି ବିମାନରେ କଣ୍ଢେଇକୁ ଠାକୁର ଭାବେ ବସାଇ ମେଳଣରେ ଯୋଗ ଦେଇଛନ୍ତି ।

ସବୁଠାରୁ ବଡ଼କଥା ହେଲା ପିଲାମାନଙ୍କ ମନୋରଞ୍ଜନ ପାଇଁ ତିନିଦିନ ଧରି ମେଳଣ ପଡ଼ିଆରେ ଅପେରା ପ୍ରଦର୍ଶିତ ହୁଏ । ଚଳିତବର୍ଷ ‘ଶ୍ରୀକ୍ଷେତ୍ର ଗଣନାଟ୍ୟ’ ପକ୍ଷରୁ ଯାତ୍ରା ପରିବେଷଣ କରାଯାଉଛି । ସେହିପରି ମେଳଣ ପଡ଼ିଆରେ ବିଭିନ୍ନ ଜଳଖିଆ ଓ ମନୋହରି ଦୋକାନ ବଜାରକୁ ଦେଖିଲେ ଏହା କୌଣସି ଗୁଣରେ ବଡ଼ ମେଳଣ ଠାରୁ ବି କମ୍‍ ନୁହେଁ ବୋଲି ଜଣାପଡ଼େ । ଆଜରି ଏହି ଜମାଣ ପର୍ବରେ ମୁଖ୍ୟ ଅତିଥି ଭାବେ ତମାଣ୍ଡୋ ଥାନା ଅଧିକାରୀ ଅନୀଲ କୁମାର ବେଉରିଆ ଯୋଗ ଦେଇଥିଲେ । ସମ୍ମାନିତ ଅତିଥିଭାବେ ପୂର୍ବତନ ମନ୍ତ୍ରୀ ତଥା ଜଟଣୀର କଂଗ୍ରେସ ବିଧାୟକ ପ୍ରାର୍ଥୀ ସୁରେଶ କୁମାର ରାଉତରାୟ ଯୋଗ ଦେଇଥିଲେ । କଣ୍ଢେଇ ମେଳଣ ଲାଗି ଗାଁର ଘରେ ଘରେ କୁଣିଆଁଙ୍କ ଭିଡ଼ ଜମେ । କୁନି କୁନି ପିଲାମାନଙ୍କ ପାଇଁ ଉଦ୍ଦିଷ୍ଟ ଏହି ପର୍ବରେ ଗ୍ରାମର ବୟସ୍କ ବ୍ୟକ୍ତିମାନଙ୍କ ଉତ୍ସାହ ଓ ଉଦ୍ଦିପନା ମଧ୍ୟ କିଛି କମ୍‍ ନଥାଏ ।

ଶେଷରେ ପଞ୍ଚୁଦୋଳର ହରିହର ଭେଟପରି ଏଠାରେ କଣ୍ଢେଇ ଭେଟ ପର୍ବ ଅନୁଷ୍ଠିତ ହୋଇ ମେଳଣ ଉଦ୍‌ଯାପିତ ହୋଇଥାଏ । ଶେଷ ଦିନରେ ଗ୍ରାମର ସମସ୍ତ ପିଲାମାନଙ୍କୁ ବାଲ୍ୟଭୋଜିରେ ଆପ୍ୟାୟିତ କରା ଯାଇଥାଏ । ଏଭଳି ଏକ ଚଳଣି ଏବେ ପରମ୍ପରା ପାଲଟିଛି ରାଜଧାନୀର ଭଗବାନପୁର ଗାଁରେ । କେବଳ ଏଠାରେ ନୁହେଁ, ଏହାର ଆଖପାଖ ଗାଁର ଜନସାଧାରଣଙ୍କ ପାଇଁ ମଧ୍ୟ ଏହି ମେଳଣରେ ନିଆରା ଅନୁଭୂତି ରହିଛି ବୋଲି ଛୋଟୀ ଭୂଆଶୁଣୀ ମେଳଣ କମିଟିର ସଭାପତି ରବୀନ୍ଦ୍ରନାଥ ସାହୁ ଓ ସମ୍ପାଦକ ଅଭିମନ୍ୟୁ ଚମ୍ପତ୍ତି କହିଛନ୍ତି ।