ସାତପଡ଼ା ଜେଟିରୁ ମୃତ ଡଲଫିନ୍‌ ଉଦ୍ଧାର

ବ୍ରହ୍ମଗିରି,: ଆଜି ସକାଳେ ସାତପଡ଼ା ଚିଲିକା ଜେଟି ନିକଟରେ ଏକ ମୃତ ଡଲଫିନ ଭାସୁଥିବା ଦେଖିବାକୁ ମିଳିଥିଲା । ତାକୁ କିଛି ଲୋକ ଉଦ୍ଧାର କରି ସାତପଡ଼ା ବନ ବିଭାଗକୁ ଖବର ଦେଇଥିଲେ । ବନ ବିଭାଗ ଅଧିକାରୀ ଓ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ମୃତ ଡଲଫିନଟିକୁ ଜବତ କରିବା ସହିତ ବ୍ୟବଛେଦ ନିମନ୍ତେ ପଠାଇଥିଲେ ।

 ବର୍ତ୍ତମାନ ଚିଲିକାରେ ସଂଖ୍ୟାଧିକ ଡଲଫିନ୍‌ ଚଳପ୍ରଚଳ କରୁନଥିବା ବେଳେ କୌଣସି ରୋଗରେ ଆକ୍ରାନ୍ତ ହୋଇ ଏହାର ମୃତ୍ୟୁ ହୋଇଥିବା ବନବିଭାଗ ଆଶଙ୍କା କରିଛି । ତେବେ ଡଲଫିନର ବୟସ ପ୍ରାୟ ୧ ବର୍ଷରୁ ଦେଢ ବର୍ଷ ମଧ୍ୟରେ ହେବ ଓ ବ୍ୟବଛେଦ ରିପୋର୍ଟ ଆସିବା ପରେ ମୃତ୍ୟୁର କାରଣ ଜଣାପଡ଼ିବ ବୋଲି ରେଞ୍ଜ୍‌ ଅଧିକାରୀ ମାନସ ମହାପାତ୍ର କହିଛନ୍ତି ।

   ସମ୍ବନ୍ଧିତ ଖବର


ପାଠକ ବାପ-ପୁଅଙ୍କ ନୂଆ ଠିକଣା ଝାରପଡ଼ା ଜେଲ, ଗିରଫ ପରେ ଚାକିରିରୁ ନିଲମ୍ବନ କଲେ ରାଜ୍ୟ ସରକାର

ଡିସେମ୍ବର ୧ରୁ ଖୋଲିବ ରାଜ୍ୟର ସମସ୍ତ ମେଡିକାଲ କଲେଜ

କେନ୍ଦ୍ର ଶିକ୍ଷାମନ୍ତ୍ରୀଙ୍କୁ ଚିଠି ଲେଖିଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର, ଉତ୍କଳକୁ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟର ମାନ୍ୟତା ଦେବା ପାଇଁ କଲେ ଅନୁରୋଧ

ଧର୍ମପଦ ପୁରସ୍କାର ଓ ଶିଳ୍ପୀ ସମ୍ବର୍ଦ୍ଧନାର ତାଲିକା ଘୋଷଣା କଲା ଓଡ଼ିଶା ଲଳିତ କଳା ଏକାଡେମୀ

ଗିରଫ ହେଲେ କୁବେର ଆଇଏଫ୍‌ଏସ୍‌ ଅଭୟକାନ୍ତ ଓ ତାଙ୍କ ପୁଅ, ଭିଜିଲାନ୍ସ ଜବତ କରିଥିଲା ପୁଳା ପୁଳା ବେହିସାବ ଟଙ୍କା ଓ ଠକେଇର ଦଲିଲ

ଆକାଶଙ୍କ ପ୍ରେମିକାଙ୍କୁ ନେଇ ବଢ଼ିଲା ଚର୍ଚ୍ଚା, ସେପଟେ କଂଗ୍ରେସ ପଚାରିଲା- ପାଠକଙ୍କ ସହ କେଉଁ ବିଧାୟକଙ୍କ ରହିଛି ସମ୍ପର୍କ ?