PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟ: କରୋନାରେ ଆଖିବୁଜିଲେ ୧୭ ଜଣ ସଂକ୍ରମିତ, ମୃତକଙ୍କ ସଂଖ୍ୟା ୨୧୨୧କୁ ଛୁଇଁଲା
  • ||
  • ଓଡ଼ିଶାରେ ୫ ଲକ୍ଷ ଟପିଲା କରୋନା ସଂକ୍ରମିତଙ୍କ ସଂଖ୍ୟା, ୨୪ ଘଣ୍ଟାରେ ଚିହ୍ନଟ ହେଲେ ୧୦୫୨୧ ଜଣ ଆକ୍ରାନ୍ତ
  • ||
  • ଜାମ୍ମୁ କାଶ୍ମୀର : ସୁରକ୍ଷାବାହିନୀକୁ ବଡ଼ ସଫଳତା, ୩ ଆତଙ୍କୀ ନିପାତ, ଭୟରେ ଜଣେ ଆତଙ୍କବାଦୀ କଲା ଆତ୍ମସମର୍ପଣ
  • ||
  • ଭୁବନେଶ୍ଵର : ତାତିରୁ ମିଳିଛି ସାମାନ୍ୟ ଆଶ୍ଵସ୍ତି, ଖସିଛି ପାରଦ, ୯ ଯାଏଁ କାଳବୈଶାଖୀ ସମ୍ଭାବନା
  • ||
  • ତାଳଚେର : ଅନୁଗୁଳ ତଳଗଡ଼ ଗ୍ରାମରେ ହାତୀ ଆକ୍ରମଣରେ ଜଣେ ମହିଳା ମୃତ
  • ||

ବର୍ଷ ଆରମ୍ଭରୁ ଲାଗିଲା ଝଟ୍‌କା : ପୁଣି ମହଙ୍ଗା ହେଲା ଘରୋଇ ରନ୍ଧନ ଗ୍ୟାସ୍

ନୂଆଦିଲ୍ଲୀ ୧।୧: ନୂଆବର୍ଷରେ ଅର୍ଥାତ୍ ଜାନୁଆରୀ ୧ ତାରିଖରୁ ଘରୋଇ ରନ୍ଧନ ଗ୍ୟାସ୍ ସିଲିଣ୍ଡର ମୂଲ୍ୟରେ ବୃଦ୍ଧି ହୋଇଛି । ଲଗାତର ୪ର୍ଥ ମାସରେ ରନ୍ଧନ ଗ୍ୟାସ୍ ମୂଲ୍ୟରେ ବୃଦ୍ଧି ହୋଇଛି, ଯେଉଁଥିରେ ସାଧାରଣ ଲୋକଙ୍କୁ ଝଟକା ଲାଗିଛି ।

ଦେଶର ପ୍ରମୁଖ ମହାନଗରରେ ବିନା ସବସିଡି ଗ୍ୟାସ୍ ସିଲିଣ୍ଡର ମୂଲ୍ୟ ପ୍ରାୟ ୧୯ଟଙ୍କା ବୃଦ୍ଧି ହୋଇଛି । ଆଜିଠାରୁ ଦିଲ୍ଲୀରେ ୧୪.୨ କିଲୋ ବିନା ସବସିଡି ଗ୍ୟାସ୍ ସିଲିଣ୍ଡର ପାଇଁ ଆପଣଙ୍କୁ ୭୧୪ ଟଙ୍କା ଦେବାକୁ ପଡ଼ିବ। କୋଲକତାରେ ଏହାର ମୂଲ୍ୟ ୭୪୭ ଟଙ୍କା ରହିଛି । ସେହିଭଳି ମୁମ୍ବାଇ ଏବଂ ଚେନ୍ନାଇରେ ୧୪.୨  କିଲୋ ବିନା ସବସିଡି ଗ୍ୟାସ୍ ସିଲିଣ୍ଡର ପିଛା ମୂଲ୍ୟ କ୍ରମଶଃ ୬୮୪.୫୦ ଏବଂ ୭୩୪.୦୦ ଟଙ୍କା ରହିଛି ।

ସେହିଭଳି ୧୯ କିଲୋ ସିଲିଣ୍ଡରର ମୂଲ୍ୟ ଦିଲ୍ଲୀରେ ୧୨୪୧ଟଙ୍କା ରହିଛି । କୋଲକତାରେ ୧୩୦୮ଟଙ୍କା ଏବଂ ମୁମ୍ବାଇରେ ୧୧୯୦ ଟଙ୍କା ଏବଂ ଚେନ୍ନାଇରେ ମୂଲ୍ୟ ୧୩୬୩ ଟଙ୍କା ରହିଛି । ଡିସେମ୍ବର ମାସରେ ଦିଲ୍ଲୀରେ ୧୪.୨ କିଲୋ ବିନା ସବସିଡି ଗ୍ୟାସ୍ ସିଲିଣ୍ଡର ପାଇଁ ଆପଣଙ୍କୁ ୬୯୫ ଟଙ୍କା ଦେବାକୁ ପଡ଼ିବ । କୋଲକତାରେ ମୂଲ୍ୟ ୭୨୫.୫୦ ଟଙ୍କା ରହିଥିଲା । ସେହିପରି ମୁମ୍ବାଇ ଏବଂ ଚେନ୍ନାଇରେ ୧୪.୨ କିଲୋ ବିନା ସବସିଡି ଗ୍ୟାସ୍ ସିଲିଣ୍ଡର ମୂଲ୍ୟ କ୍ରମଶଃ ୬୬୫ ଏବଂ ୭୧୪ ଟଙ୍କା ରହିଥିଲା ।

ସମ୍ବନ୍ଧିତ ଖବର