ଲକ୍‌ଡାଉନ୍‌ରେ ଘରୋଇ ହିଂସା ରୋକିବ ପୁଲିସର “ଫୋନ୍‌ ଅପ୍‌’ ଯୋଜନା, ଏସ୍‌ସିଆର୍‌ବି କଲ୍‌ ସେଣ୍ଟର୍‌ ଜରିଆରେ ହେବ କାର୍ଯ୍ୟକାରୀ

କଟକ, ୧୮/୪: ଲକ୍‌ଡାଉନ୍‌ ସମୟରେ ଘରୋଇ ହିଂସା ବୃଦ୍ଧି ପାଇବାର ଆଶଙ୍କା ସୃଷ୍ଟି ହୋଇଛି । କିଛି ଅଞ୍ଚଳରେ ଏନେଇ ଅଭିଯୋଗ ମଧ୍ୟ ଆସିଲାଣି । ତେଣୁ ଘରୋଇ ହିଂସା ଉପରେ ନଜର ରଖିବା ଓ ଏ ସଂପର୍କରେ ତୁରନ୍ତ ସୂଚନା ପାଇବା ପାଇଁ ରାଜ୍ୟ ପୁଲିସ ପକ୍ଷରୁ ନୂଆ ଯୋଜନା କାର୍ଯ୍ୟକାରୀ ହେବାକୁ ଯାଉଛି । ହିଂସାର ଶିକାର ହେଉଥିବା ମହିଳାଙ୍କୁ ନ୍ୟାୟ ଦେବା ପାଇଁ ପୁଲିସ ପକ୍ଷରୁ “ଫୋନ୍‌ ଅପ୍‌’ ଯୋଜନା କାର୍ଯ୍ୟକାରୀ ହେଉଛି । ଏହା ରାଜ୍ୟ ଅପରାଧ ନଥି ସଂସ୍ଥା ବା ଷ୍ଟେଟ୍‌ କ୍ରାଇମ୍‌ ରେକର୍ଡ ବ୍ୟୁରୋ (ଏସ୍‌ସିଆର୍‌ବି)ର ରାଜ୍ୟସ୍ତରୀୟ କଲ୍‌ ସେଣ୍ଟର ମାଧ୍ୟମରେ କାମ କରିବ ।
ସାରା ରାଜ୍ୟରେ ୨୪ ଦିନ ହେବ ଲକ୍‌ଡାଉନ କାର୍ଯ୍ୟକାରୀ ହେଉଛି । ବର୍ତ୍ତମାନ ସବୁ ଲୋେକେ ଘରେ ରହୁଛନ୍ତି । ପରିବାର ସବୁ ସଦସ୍ୟ ଘରେ ରହିବାରୁ ବିଭିନ୍ନ ସ୍ଥାନରେ ଘରୋଇ ହିଂସା ବୃଦ୍ଧି ପାଉଥିବା ଅଭିଯୋଗ ଆସିଲାଣି ।

ଏନେଇ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ ଅନୁସାରେ ପୁଲିସ ଡିଜି ମଧ୍ୟ ନିର୍ଦ୍ଦେଶନାମା ଜାରି କରିସାରିଛନ୍ତି । ବିଶେଷ କରି ଲକ୍‌ଡାଉନ୍‌ ସମୀକ୍ଷା ବେଳେ ଡିଜି ଶ୍ରୀ ଘରୋଇ ହିଂସା ଉପରେ ନଜର ରଖିବାକୁ ମଧ୍ୟ ପୁଲିସ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଉଛନ୍ତି । ସେହି କ୍ରମରେ ରାଜ୍ୟ ପୁଲିସ ଆଉ ପାଦେ ଆଗେଇଛି । ଏଭଳି ହିଂସାର ଶିକାର ହେଉଥିବା ମହିଳାଙ୍କୁ ସୁରକ୍ଷା ଦେବା ଓ ସେମାନଙ୍କୁ ଉଦ୍ଧାର କରିବା ପାଇଁ ରାଜ୍ୟ ପୁଲିସ ପକ୍ଷରୁ ‘ଫୋନ୍‌ ଅପ୍‌’ ବୋଲି ଏକ ନୂଆ କାର୍ଯ୍ୟକ୍ରମ ଆରମ୍ଭ କରାଯାଇଛି ।

ଏହି କାର୍ଯ୍ୟକ୍ରମକୁ ରାଜ୍ୟ ଅପରାଧ ନଥି ସଂସ୍ଥା ବା ଏସ୍‌ସିଆର୍‌ବିର ରାଜ୍ୟସ୍ତରୀୟ କଲ୍‌ ସେଣ୍ଟରରେ କରାଯିବାକୁ ନିଷ୍ପତ୍ତି ହୋଇଛି । ଯଦି ଘରୋଇ ହିଂସା ନେଇ କୌଣସିଠାରୁ ଠୋସ୍‌ ସୂଚନା ମିଳେ ତାହେଲେ ଅବସ୍ଥା ଜାଣିବା ପାଇଁ ସରଜମିନ ତଦନ୍ତ କରାଯାଇ ଆବଶ୍ୟକ ପଦକ୍ଷେପ ଗ୍ରହଣ କରାଯିବ । ରାଜ୍ୟ ଅପରାଧ ନଥି ସଂସ୍ଥା ଏ ବାବଦରେ ସବୁ ଜିଲ୍ଲାର ଆଇଏସିଏଡବ୍ଲୁ ଡିଏସ୍‌ପି କିମ୍ୱା ଅତିରିକ୍ତ ଏସ୍‌ପିଙ୍କୁ ଅଧିକ କାର୍ଯ୍ୟାନୁଷ୍ଠାନ ପାଇଁ ଅବଗତ କରାଯାଇଛି ।

   ସମ୍ବନ୍ଧିତ ଖବର


ବିସିଜି ଟିକା କରୋନା ବିରୋଧରେ ଲଢିପାରିବ – ଏଭଳି ସୂଚନା ଦେଲେ ICMR ର ବୈଜ୍ଞାନିକ

ଚଳିତ ବର୍ଷ କାର୍ତ୍ତିକରେ ଶ୍ରୀକ୍ଷତ୍ର ପୁରୀରେ ହବିଷ୍ୟାଳୀଙ୍କୁ ମନା- ନ ଆସିବା ପାଇଁ କହିଲେ ପୁରୀ ପ୍ରଶାସନ

ସମ୍‌ ଡାକ୍ତରଙ୍କର ସଫଳ ଅସ୍ତ୍ରୋପଚାର ପ୍ଲାଷ୍ଟିକ୍‌ସର୍ଜରୀ ଦ୍ୱାରା ଯୋଡା ହେଲା ୯ ବର୍ଷ ବାଳକର କଟା ଅଙ୍ଗୁଳି

Inoxର ଦମଦାର୍ ଅଫର: ୨୯୯୯ ଟଙ୍କାରେ ବୁକ୍ କରନ୍ତୁ ଥିଏଟର, ପରିବାର କିମ୍ବା ସାଙ୍ଗମାନଙ୍କ ସହ ଦେଖନ୍ତୁ ନିଜ ପସନ୍ଦର ଫିଲ୍ମ

ସ୍ବାମୀକୁ ହତ୍ୟା ପରେ ବି ଫେସବୁକରେ ପୋଷ୍ଟ କରୁଥିଲେ ପତ୍ନୀ, ଜାଣନ୍ତୁ ବରେଲିର ଅଧ୍ୟାପକଙ୍କ ହତ୍ୟା ପଛର କାରଣ

ଭାରତରେ ନିଲାମ ହେଲା ସବୁଠାରୁ ଦାମୀ ଚା’, କେଜିକୁ ରହିଛି ଏତେ ଟଙ୍କା