ରାଲିକୁ ଦେଖି ଟ୍ରମ୍ପ କହିଲେ: ଭାରତରେ ୧ଲକ୍ଷ ଲୋକ ସ୍ୱାଗତ କରିଥିଲେ କିନ୍ତୁ ଏଠାରେ ମାତ୍ର ୧୫ ହଜାର…

ଓ୍ୱାଶିଂଟନ, ମାର୍ଚ୍ଚ ୦୧: ନିକଟରେ ଭାରତ ଗସ୍ତରେ ଆସିଥିବା ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ତରଫରୁ ଦିଆଯାଇଥିବା ସ୍ୱାଗତ ସମ୍ବର୍ଧନାକୁ ଭୁଲିପାରି ନାହାଁନ୍ତି। ଆମେରିକାରେ ଆୟୋଜିତ ଏକ ରାଲିରେ କେବଳ ୧୫ ହଜାର ଲୋକ ଯୋଗଦେଇ ଥିବାରୁ ସେ ଅସନ୍ତୋଷ ପ୍ରକାଶ କରିଛନ୍ତି। ଏପରିକି ଭାରତରେ ତାଙ୍କୁ ୧ଲକ୍ଷ ଲୋକ ସ୍ୱାଗତ କରିଥିବା ସେ କହିଥିଲେ।

ସାଉଥ କୈରୋଲାଇନାରେ ଶନିବାର ଦିନ ଟ୍ରମ୍ପ କହିଥିଲେ ଯେ, ଭାରତରେ ୧,୨୯,୦୦୦ ଆସନ ବିଶିଷ୍ଟ ଷ୍ଟାଡିୟମରେ ଅଧିକ ଲୋକ ଉପସ୍ଥିତ ଥିଲେ। ଆପଣମାନେ ଏହାକୁ ନିଶ୍ଚିତ ଦେଖିଥିବେ। ପ୍ରାୟ ୧ଲକ୍ଷ ଲୋକ ସେଠାକୁ ଆସିଥିଲେ। ଏହା ଅନ୍ୟ କ୍ରିକେଟ ଷ୍ଟାଡିୟମଠୁ ତିନି ଗୁଣା ବଡ ଥିଲା।

ମୋଦୀଙ୍କୁ ପ୍ରଶଂସା କରି ସେ କହିଥିଲେ ଯେ, ସେ ହେଉଛନ୍ତି ଜଣେ ମହାନ ବ୍ୟକ୍ତି। ମୋଦୀ ଭାରତୀୟଙ୍କୁ ବହୁତ ଭଲ ପାଇଥାନ୍ତି। କିନ୍ତୁ ଏଠାରେ ୫୦ରୁ ୬୦ ହଜାର ଲୋକ ଆସିବାକୁ ଯୋଜନା ଥିବା ବେଳେ ମାତ୍ର ୧୫ହଜାର ଆସିଛନ୍ତି। ଭାରତରେ ଶହେ କୋଟିରୁ ଅଧିକ ଲୋକ ରହିଥାନ୍ତି। ଏଠାରେ ମଧ୍ୟ ୩୫ କୋଟି ଲୋକ ରହୁଛନ୍ତି।

   ସମ୍ବନ୍ଧିତ ଖବର


ଗୋଟେ ବର୍ଷରେ ୨୩ଜଣ ପିଲାଙ୍କର ବାପା ହେଲେ ଯୁବକ ! କହିଲେ, ତାଙ୍କୁ କାହିଁକି ମହିଳାମାନେ ପସନ୍ଦ କରୁଛନ୍ତି

ଭଲ ଖବର- ସିଙ୍ଗାପୁରରେ କୋଭିଡ୍‌ ଆଣ୍ଟିବଡି ସହ ଜନ୍ମ ହେଲା ଶିଶୁ

ଦେଶର ସବୁ ରେଳ ଷ୍ଟେସନରୁ ଉଭାନ ହେବ ପ୍ଲାଷ୍ଟିକ୍‌ କପ୍ – ଏବେ ‘କୁଲହଡ’ରେ ଚା’ ପିଇବେ ଯାତ୍ରୀ

ଯୋଗୀ କହିଲେ ହାଇଦ୍ରାବାଦର ନାମ ହେବ ‘ଭାଗ୍ୟନଗର’, ଓଓ୍ଵେସି କହିଲେ ନାମ…

ବେଦିରେ ବସିବା ଆଗରୁ ବନ୍ଧା ହେଲା ପାଳ ଦଉଡ଼ି – କନ୍ୟାର ମୃତ୍ୟୁରେ ସରିଗଲା ସବୁ ସୁଖ

ମ୍ୟାଚ୍‌ ହାରିବା ସହ ସିରିଜ ହାରିଲା ଟିମ୍‌ ଇଣ୍ଡିଆ, ଦ୍ବିତୀୟ ଦିନିକଆରେ ୫୧ରନରେ ବିଜୟୀ ହେଲା ଅଷ୍ଟ୍ରେଲିଆ