କଶ୍ମୀର ପ୍ରସଙ୍ଗରେ ପାକିସ୍ତାନୀ ସାମ୍ବାଦିକଙ୍କ ଚାପଲୁସି,ଇମ୍ରାନଙ୍କୁ ଟ୍ରମ୍ପ ପଚାରିଲେ ଏଭଳି ସାମ୍ବାଦିକ କେଉଁଠୁ ଆଣୁଛ?

ନୂଆଦିଲ୍ଲୀ,୨୪।୯: ଜାତିସଂଘର ମହାସଭାର ଅଧିବେଶନକୁ ଛାଡି ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ସହିତ ସାକ୍ଷାତ ପରେ ଏକ ସାମ୍ବାଦିକ ସମ୍ମିଳନୀକୁ ସମ୍ବୋଧିତ କରି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡୋ ଟ୍ରମ୍ପ ପୁଣିଥରେ ପାକିସ୍ତାନୀ ସାମ୍ବାଦିକଙ୍କୁ ଅଣଦେଖା କରିଛନ୍ତି। ଏହାର ଏଭଳି ଏକ ଘଟଣା ସୋମବାର ଦେଖିବାକୁ ମିଳିଛି। ଇମ୍ରାନ ଖାନ୍ ଓ ଟ୍ରମ୍ପଙ୍କ ଭିତରେ ଗତକାଲି ଏକ ବୈଠକ ସମୟରେ ପାକିସ୍ତାନୀ ସାମ୍ବାଦିକମାନେ ଲଗାତାର ଭାବରେ କଶ୍ମୀର ପ୍ରସଙ୍ଗରେ ଟ୍ରମ୍ପଙ୍କୁ ପ୍ରଶ୍ନ ପଚାରିବାରେ ଲାଗିଥିଲା। ପାକିସ୍ତାନୀ ସାମ୍ବାଦିକଙ୍କ ଏହି ପ୍ରଶ୍ନରେ ଅତିଷ୍ଟ ହୋଇ ଟ୍ରମ୍ପ ସେତେବେଳେ ଇମ୍ରାନଙ୍କୁ ପଚାରିଥିଲେ ‘ଆପଣ ଏଭଳି ସାମ୍ବାଦିକ କେଉଁଠୁ ଆଣନ୍ତି?

ପାକିସ୍ତାନୀ ସାମ୍ବାଦିକମାନେ କଶ୍ମୀର ପ୍ରସଙ୍ଗକୁ ନେଇ ବିଭିନ୍ନ ପ୍ରକାର ପ୍ରଶ୍ନ ପଚାରୁଥିଲେ। କଶ୍ମୀରରେ ୫୦ ଦିନ ଧରି ଇଣ୍ଟରନେଟ୍, ଖାଦ୍ୟ ଆଦି ଅତାବଶ୍ୟକୀୟ ଜିନିଷ ସବୁ ବନ୍ଦ ରହିଛି ବୋଲି କହି ବିଭିନ୍ନ ପ୍ରକାର ପ୍ରଶ୍ନ କରିଥିଲ। ପାକ୍ ସାମ୍ବାଦିକଙ୍କ ଏଭଳି ପ୍ରଶ୍ନରେ କ୍ଷୁବ୍ଧ ହୋଇ ଟ୍ରମ୍ପ ଜଣେ ପାକିସ୍ତାନୀ ସାମ୍ବାଦିକ ଉପରେ ରାଗିକି ପଚାରିଥିଲେ କ’ଣ ଆପଣ ପାକିସ୍ତାନୀ ପ୍ରତିନିଧି ମଣ୍ଡଳୀର ଅଂଶ? ଆପଣ ଯାହା ଭାବୁଛନ୍ତି ତାହା କରୁଛନ୍ତି। ଆପଣଙ୍କ ପ୍ରଶ୍ନ ଏକ ବୟାନ। ଏହାପରେ ଟ୍ରମ୍ପ ପାକିସ୍ତାନ ପ୍ରଧାନମନ୍ତ୍ରୀଙ୍କୁ ପଚାରିଥି​‌ଲେ ଏଭଳି ସାମ୍ବାଦିକ କେଉଁଠୁ ଆଣୁଛନ୍ତି? ଟ୍ରମ୍ପଙ୍କଠାରୁ ଏଭଳି କଥା ଶୁଣି ଇମ୍ରାନ ଅପଦସ୍ତ ହୋଇ ମୁଣ୍ଡ ନୁଆଁଇକି ବସିଥିଲେ।

ପାକିସ୍ତାନୀ ସାମ୍ବାଦିକଙ୍କ ଚାଟୁକାର କଥା ସେତେବେଳେ ଆହୁରି ସ୍ପଷ୍ଟ ହୋଇଯାଇଥିଲା ଯେତେବେଳେ ସେମାନେ ଟ୍ରମ୍ପଙ୍କୁ କହିଥିଲେ ,ଯଦି ଆପଣ କଶ୍ମୀର ପ୍ରସଙ୍ଗକୁ ସମାଧାନ କରନ୍ତି ତେବେ ନୋବେଲ ପୁରସ୍କାରର ଦାବିଦାର ହେବ। ଏହା ଉପରେ ଟ୍ରମ୍ପ କହିଥିଲେ, ଯଦି ସଫା ସୁତରା ଭାବରେ ଏହି ପୁରସ୍କାର ଦିଆଯାଏ, ତେବେ ମୋତେ ଲାଗୁଛି ଅନ୍ୟ କୌଣସି ଜିନିଷ ପାଇଁ ନୋବେଲ ପୁରସ୍କାର ମିଳିପାରେ। ସେମାନେ ବାରାକ୍ ଓବାମାଙ୍କୁ ଦେଉଛନ୍ତି। ତାଙ୍କର ରାଷ୍ଟ୍ରପତି ହେବାପରେ ତାଙ୍କୁ ଦିଆଗଲା ଓ ମୋତେ ଜଣାପଡୁନି ତାଙ୍କୁ କାହିଁକି ଦିଆଗଲା।’

ଉଲ୍ଲେଖନୀୟ ଯେ, ଜମ୍ମୁ-କଶ୍ମୀରରୁ ଧାରା ୩୭୦ ଉଚ୍ଛେଦ ହେବାପରେ ଭାରତ ବିରୋଧ​‌ରେ ପାକିସ୍ତାନ ସାରା ବିଶ୍ବରେ ମିଛ ପ୍ରଚାର କରିବାରେ ଲାଗିଛି। ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ସହିତ ତାଙ୍କର ନେତା ଓ ମନ୍ତ୍ରୀ ଭାରତକୁ ବାରମ୍ବାର ଯୁଦ୍ଧ ଧମକ ଦେବାରେ ଲାଗିଛି।

   ସମ୍ବନ୍ଧିତ ଖବର


ଦୀପାବଳି ପୂର୍ବରୁ କିଣନ୍ତୁ ଦେଶର ସବୁଠୁ ଶସ୍ତା ବାଇକ୍, ଯାହାର ମୂଲ୍ୟ ମାତ୍ର ଏତିକି ଟଙ୍କା

ଏବେ କାଶ୍ମୀରରେ ଭାରତର ଅନ୍ୟ ରାଜ୍ୟର ଲୋକ କିଣିପାରିବେ ଜମି

ଚୀନ୍‌ର ମୁଣ୍ଡ ବିନ୍ଧା ଆରମ୍ଭ:ଭାରତ – ଆମେରିକାର ମନ୍ତ୍ରୀ ସ୍ତରୀୟ ଆଲୋଚନା ପରେ ଚୀନ୍‌ ଦେଉଛି ପରୋକ୍ଷ ଧମକ

ଅଷ୍ଟ୍ରେଲିଆ ଗସ୍ତରୁ ରୋହିତ ବାଦ ପଡ଼ିବା ପରେ ପ୍ରଶ୍ନ କଲେ ଗାଭାସ୍କର, କହିଲେ-ଯିଏ ନେଟ୍‌ ପ୍ରାକ୍ଟିସ୍‌ କରୁଛି…

ଲଦାଖ ନିର୍ବାଚନ: ୧୫ ଆସନରେ ବିଜେପିର ବିଜୟ , କଂଗ୍ରେସ ହାତରେ ୯…

ହୋଟେଲରେ ପ୍ରେମିକା ସହ ମଉଜ କରୁଥିବା ସମୟରେ ପହଞ୍ଚିଗଲେ ପତ୍ନୀ, ଆଉ ତା ପରେ…