କିମ୍ ଜୋଙ୍ଗଙ୍କ ସନ୍ଧାନରେ ଆମେରିକା, ଗୁପ୍ତଚରୀ ପାଇଁ ପଠାଇଲା ନିଜର ୫ ‘ଜେମ୍ସ ବଣ୍ଡ’

ନୂଆଦିଳ୍ଲୀ,୨୯।୪: ଉତ୍ତର କୋରିଆର ଶାସକ କିମ୍ ଜୋଙ୍ଗ ଉନ୍ କେଉଁଠି ଅଛନ୍ତି? କ’ଣ ସେ ଖୁବ୍ ଅସୁସ୍ଥ ଅଛନ୍ତି? କିମ୍ବା ସେ କରୋନା ଭାଇରସ୍ ଭୟରେ ନିଜକୁ କେଉଁଠି ଲୁଚାଇକି ରଖିଛନ୍ତି? କିମ୍ ଜୋଙ୍ଗ ଉନଙ୍କ ସମ୍ପର୍କିତ ବଡ ଖବର ଆମେରିକାରୁ ଏବେ ଆସୁଛି। ଆମେରିକା କିମ୍ ଜୋଙ୍ଗ ଉନଙ୍କ ଉପରେ ନଜର ରଖିବାପାଇଁ ୫ ଜଣ ଗୁପ୍ତଚର ଲଗାଇକି ରଖିଛି। ଆମେରିକାର ଏହି ୫ ଗୁପ୍ତଚର ବିମାନ ହାଇଟେକ୍ ହୋଇଥିବା ବେଳେ ତାଙ୍କୁ ଉତ୍ତର କୋରିଆ ଓ କିମ୍ ଜୋଙ୍ଗଙ୍କ ଉପରେ ନଜର ରଖିବାକୁ ପଠାଯାଇଛି। କିମଙ୍କ ଗୁପ୍ତଚର ସମ୍ପର୍କିତ ଖବର ଡେଲିମେଲ୍ ଓ ଦ ସନ୍ ଖବରକାଗଜରେ ଛପାଯାଇଥିଲା।

ଦକ୍ଷିଣ କୋରିଆର ଗୁଇନ୍ଦା ଅଧିକାରୀ ସୂଚନା ଦେଇଛନ୍ତି ଯେ, କିମଙ୍କ ଉପରେ ନଜର ରଖିବା ପାଇଁ ୫ ଜଣ ଗୁପ୍ତଚର ବିମାନରୁ ବାହାରି ଉତ୍ତର କୋରିଆ ଯାଇଛନ୍ତି। ଏଥିରୁ ଜଣାପଡୁଛି ଆମେରିକା ଏବେ କିମଙ୍କୁ ଖୋଜିବା ପାଇଁ ଖୁବ୍ ଚେଷ୍ଟା ଚଲାଇଛି ଓ ଆମେରିକାର ଏହି ଜେମ୍ସ ବଣ୍ଡ ବିମାନ ନିହାତି ପକ୍ଷେ କିମ ଜୋଙ୍ଗଙ୍କର ପତ୍ତା ଲଗାଇବାରେ ସଫଳ ହେବ।
ଆମେରିକାର ସୁପର ଗୁଇନ୍ଦା ବିମାନ RC-12X ଗାର୍ଡିଲ, ସିଗନାଲ ଇଣ୍ଟେଲିଜେନ୍ସରେ ଏହାର ଜବାବ୍ ନାହିଁ।

ଆମେରିକାର ଦ୍ବିତୀୟ ଗୁଇନ୍ଦା ବିମାନAir Force E-8C ରହିଛି। ଏୟାରବୋର୍ନ ବ୍ୟାଟଲ ଇରାକ ଓ ସିରିୟାରେ ବ୍ୟବହାର ହୋଇସାରିଛି ଓ ଏବେ କିମଙ୍କ ଉପରେ ନଜର ରଖିବ। ଆମେରିକାର ଆଗାମୀ ଗୁଇନ୍ଦା EO-5C ଫଟୋ ଉଠାଇବ। ସିଗନାଲ ଧରିବା ପାଇଁ ଓ ମାଟି ଉପରେ ରାଡାର ସେନସର ଜରିଆରେ ସ୍ଥିତି ଉପରେ ନଜର ରଖିପାରିବ।
ଏହାଛଡା ଆମେରିକାର ଆହୁରି ଦୁଇଟି ହାଇଟେକ୍ ଗୁଇନ୍ଦା ବିମାନ କିମଙ୍କର ସନ୍ଧାନରେ ରହିବ। ଦକ୍ଷିଈ କୋରିଆରେ ଆମେରିକା ବେସରୁ ବର୍ଡର ଉପରେ ରହି ଉତ୍ତର କୋରିଆ ଉପରେ ନଜର ରଖିବ ଓ କିମଙ୍କର ଗତିବିଧି ସିଧା ହ୍ବାଇଟ୍ ହାଉସ ପର୍ଯ୍ୟନ୍ତ ପହଁଞ୍ଚିବ।

ଉଲ୍ଲେଖନୀୟ ଯେ, କିମଙ୍କୁ ନେଇ ଏବେ ବି ସସପେନ୍ସ ଜାରି ରହିଛି। ପୂର୍ବରୁ କୁହାଯାଇଥିଲା ତାଙ୍କୁ କରୋନା ହୋଇଛି। ଆଉ ଏବେ କୁହାଯାଉଛି ତାଙ୍କୁ ହାର୍ଟ ଜନିତ ଗମ୍ଭୀର ରୋଗରେ ପୀଡିତ ହୋଇଛନ୍ତି। ତା ଛଡା ଗତ ସପ୍ତାହରେ ଖବର ଆସିଥିଲା ଯେ, ଚୀନ ନିଜର ମେଡିକାଲ ଏକ୍ସପର୍ଟଙ୍କ ଟିମ୍ ଉତ୍ତର କୋରିଆ ପଠାଇଛି। ଅନ୍ୟପକ୍ଷେ ଦକ୍ଷିଣ କୋରିଆ କହିଛି, କିମ୍ କରୋନା ଭୟରେ କେଉଁଠି ଲୁଚିଛନ୍ତି। ତେବେ ପ୍ରକୃତ କଥା ଜାଣିବାକୁ ଆମେରିକା ଗୁଇନ୍ଦା ଲଗାଇ ଦେଇଛି।

   ସମ୍ବନ୍ଧିତ ଖବର


ପପୁ ଯାଦବଙ୍କ ନିର୍ବାଚନୀ ସଭାର ମଞ୍ଚ ଭାଙ୍ଗିଲା, ହାତରେ ଫ୍ରାକଚର.. ଦେଖନ୍ତୁ ଭିଡିଓ

ଶଶୁରଙ୍କ ସହଥିଲା ଖରାପ ସମ୍ପର୍କ , ଗର୍ଭସ୍ଥ ଶିଶୁକୁ ପ୍ରସଙ୍ଗରେ ଶାଶୁଙ୍କସହ କଳି କରି ହତ୍ୟା କଲା ବୋହୁ

ସୈନିକ ସ୍କୁଲରେ ଏବେ OBC କୁ ମିଳିବ ଆରକ୍ଷଣ, କେନ୍ଦ୍ର ସରକାର ଦେଲେ ମଞ୍ଜୁରୀ …

ବାପା ନଡାକିବାରୁ ଦେଢ ବର୍ଷର ଝିଅକୁ ସିଗାରେଟ୍ ଚେଙ୍କ, ଅଭିଯୁକ୍ତ କନଷ୍ଟେବଳ ଗିରଫ

୧ ବର୍ଷର ଆଲୋଚନା ପରେ ଡିଲ୍‌ ଫାଇନାଲ, ମୁକେଶ ଅମ୍ବାନୀଙ୍କୁ ମିଳିବ ୧ ଆରବ ଡଲାରର ଚେକ୍‌

ହ୍ୱାଟସ୍‌ଆପ୍‌ରେ ଗହଣା ପିନ୍ଧି ଡିପି ରଖିଥିଲା ମାଆ- ଧରା ହେଲା ଡକାୟତ ପୁଅ