ଶ୍ରୀଲଙ୍କା ବିସ୍ଫୋରଣ ନେଇ ଭୁଲ ଟ୍ବିଟ୍ କଲେ ଟ୍ରମ୍ପ, କହିଲେ ମରିଛନ୍ତି ୧୩ କୋଟି ଲୋକ, ଟ୍ବିଟ୍ ଡିଲିଟ୍ ପରେ କଲେ ସଂଶୋଧନ

ନୂଆଦିଲ୍ଲୀ,୨୧।୪: ଶ୍ରୀଲଙ୍କାର ରାଜଧାନୀ କଲୋମ୍ବୋରେ ହୃଦୟ ବିଦାରକ ବମ୍ ବିସ୍ଫୋରଣ ହୋଇଛି। ଯାହାକୁ ସାରା ବିଶ୍ବର ଲୋକ ଏବଂ ନେତା ନିନ୍ଦା କରିଛନ୍ତି। ସେଭଳି ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡୋ ଟ୍ରମ୍ପ ନିଜର ଏକ ଟ୍ବିଟରେ ଭୁଲରେ ମୃତକଙ୍କ ସଂଖ୍ୟା ୧୩ କୋଟି ବୋଲି ଉଲ୍ଲେଖ କରିଛନ୍ତି। ଉଲ୍ଲେଖନୀୟ ଯେ କଲୋମ୍ବୋ ଓ ଏହାର ଆଖପାଖ ଅଞ୍ଚଳରେ ହୋଇଥିବା ୮ଟିସିରିଜ୍ ବିସ୍ଫୋରଣରେ ଏପର୍ଯ୍ୟନ୍ତ ୨୦୭ରୁ ଅଧିକ ଲୋକ ମୃତ୍ୟୁବରଣ କରିଛନ୍ତି। ଟ୍ରମ୍ପ ଏହି ଟ୍ବିଟ କରିବାର କିଛି ସମୟ ଭିତରେ ତାକୁ ଡିଲିଟ୍ କରିଦେଇଥିଲେ। କିନ୍ତୁ ସୋସିଆଲ ମିଡିଆରେ ଲୋକମାନେ ଟ୍ରମ୍ପଙ୍କୁ ଏହି ଭୁଲକୁ ଧରିବା ପରେ ସ୍କ୍ରିନସଟ୍ ସହିତ ନିଜ ନିଜ କମେଣ୍ଟ ଦେବାରେ ଲାଗିଛନ୍ତି।

ଟ୍ରମ୍ପ ଟ୍ବିଟ୍ କରିଥିଲେ‘ଶ୍ରୀଲଙ୍କା ଚର୍ଚ୍ଚ ଓ ହୋଟେଲ ଉପରେ ହୋଇଥିବା ଭୟଙ୍କର ଆତଙ୍କବାଦୀ ଆକ୍ରମଣ ଉପରେ ଆମେରିକା ଦୁଃଖ ପ୍ରକାଶ କରୁଛି। ଏହି ଆକ୍ରମଣରେ ୧୩୮ ମିଲିୟନ ବା ୧୩ କୋଟି ଲୋକଙ୍କର ମୃତ୍ୟୁ ଘଟିଥିବା ବେଳେ ୬୦୦ ରୁ ଅଧିକ ଲୋକ ଆହତ ହୋଇଛନ୍ତି। ଆମେ ସାହାର୍ଯ୍ୟ ଦେବାକୁ ପ୍ରସ୍ତୁତ ଅଛୁ।’ ଟ୍ରମ୍ପଙ୍କ ଏହି ଟ୍ବିଟର ୨୧ ମିନିଟ୍ ପରେ ୨୪୦୦ ଲୋକ କମେରଟ, ୨୦୦୦ଜଣ ରିଟ୍ବିଟ୍ ଓ ୭୦୦୦ରୁ ଅଧିକ ଳୋକ ଲାଇନ୍ କରିଥିଲେ।
138 people have been killed in Sri Lanka, with more that 600 badly injured, in a terrorist attack on churches and hotels. The United States offers heartfelt condolences to the great people of Sri Lanka. We stand ready to help!
— Donald J. Trump (@realDonaldTrump) April 21, 2019
ଏସବୁ ଦେଖିବା ପରେ ଟ୍ରମ୍ପ ନିଜର ଟ୍ବିଟକୁ ଡିଲିଟ୍ କରିଥିଲେ। ଏହାପରେ ଲେଖିଥିଲେ ‘ଶ୍ରୀଲଙ୍କା ଚର୍ଚ୍ଚ ଓ ହୋଟେଲରେ ହୋଇଥିବା ଆକ୍ରମଣରେ ୧୩୮ ଜଣଙ୍କର ମୃତ୍ୟୁ ହୋଇତିବା ବେଳେ ୬୦୦ରୁ ଅଧିକ ଗୁରୁତର ଆହତ ହୋଇଛନ୍ତି। ଆମେରିକା ଏହି ଲୋକଙ୍କ ପ୍ରତି ହାର୍ଦ୍ଦିକ ସମବେଦନା ବ୍ୟକ୍ତ କରୁଛି। ଆମେ ସାହାର୍ଯ୍ୟ ପାଇଁ ପ୍ରସ୍ତୁତ।