କର୍କଟ ରୋଗୀଙ୍କ ପାଇଁ ଲଣ୍ଡା ହେଲେ ଏହି ମଡେଲ

ଚେନ୍ନାଇର ଜଣେ ମଡେଲ କର୍କଟ ପିଡ଼ୀତଙ୍କ ପାଇଁ ନିଜ କେଶ ଦାନ କରି ସବୁ ମହଲରେ ପ୍ରଶଂସିତ ହେଉଛନ୍ତି । ଅକ୍ଷୟ ନବନୀତା ପେସାରେ ଜଣେ ଫ୍ୟାଶନ୍‌ ଡିଜାଇନର । ଜଣେ ବ୍ଲଗର୍‌ ମଧ୍ୟ । ପ୍ଲସ୍‌ ସାଇଜ୍‌ ମଡେଲ ଏବଂ ବିଭିନ୍ନ କାର୍ଯ୍ୟକ୍ରମର ସଂଚାଳିକା ଭାବେ ମଧ୍ୟ କାମ କରିଛନ୍ତି । ସୁନ୍ଦରୀ ହେଲେ ମଧ୍ୟ ମୋଟି ହୋଇଥିବାରୁ ଭଲ ବିବାହ ପ୍ରସ୍ତାବ ତାଙ୍କ ପାଖକୁ ଆସୁନାହିଁ । ମୋଟି ହୋଇଥିବାରୁ ପିଲାଦିନୁ ସବୁ କ୍ଷେତ୍ରରେ ସେ ସମାଲୋଚନାର ଶରବ୍ୟ ହୋଇଛନ୍ତି । କିନ୍ତୁ ପରିବାର ସଦସ୍ୟ ତାଙ୍କ ଉତ୍ସାହ ବଢ଼ାଇଛନ୍ତି, ଯେଉଁଥିପାଇଁ ସେ ଜଣେ ଲୋକପ୍ରିୟ ମଡେଲ ଭାବେ ସଫଳତା ପାଇଛନ୍ତି ।

କିନ୍ତୁ ସୌନ୍ଦର୍ଯ୍ୟର ମାପକାଠି ଭାବେ ପରିଚିତ ନିଜ କେଶକୁ ସେ କର୍କଟ ପୀଡ଼ିତଙ୍କ ପାଇଁ ଦାନ କରି ସବୁ ପରମ୍ପରା ଭାଙ୍ଗି ଦେଇଛନ୍ତି । କର୍କଟ ପୀଡ଼ିତଙ୍କ ସକାଶେ ନକଲି କେଶ ତିଆରି ଲାଗି ସେ ଲଣ୍ଡା ହୋଇଛନ୍ତି । ଏଥିସହ ଲୋକଙ୍କୁ କର୍କଟ ରୋଗ ବିଷୟରେ ସଚେତନ କରିବା ପାଇଁ ଏହି ଅବସ୍ଥାରେ ଫଟୋଶୁଟ୍‌ କରାଇ ସୋସିଆଲ ମିଡିଆରେ ଶେୟାର କରିଛନ୍ତି । ସେ ଜଣେ ହିନ୍ଦୁ ବ୍ରାହ୍ମଣ ପରିବାରର ହୋଇଥିବାରୁ କେଶ ଦାନ ନିଷ୍ପତ୍ତି ଉପରେ ତାଙ୍କ ପରିବାର ପ୍ରଥମେ ଅରାଜି ଥିଲେ । ମାତ୍ର ଏହା ପଛର ମହତ ଉଦ୍ଦେଶ୍ୟ ଜାଣିବା ପରେ ସେମାନେ ସମର୍ଥନ କଲେ । ଲଣ୍ଡା ହେବା ପରେ ଅକ୍ଷୟ ନବନୀତା ଲୋକପ୍ରିୟ ‘ପ୍ଲେବଏ’ ମ୍ୟାଗାଜିନ୍‌ ପାଇଁ ଫଟୋଶୁଟ୍‌ କରିଛନ୍ତି ।

   ସମ୍ବନ୍ଧିତ ଖବର


ହିନା ଖାନ୍‌ଙ୍କ କ୍ରେଡିଟ୍-ଡେବିଟ୍ କାର୍ଡ ବ୍ଲକ୍ କଲେ ତାଙ୍କ ବାପା, କାରଣ ଜାଣିଲେ ହୋଇଯିବେ ଆଶ୍ଚର୍ଯ୍ୟ…

କ୍ରାଇମ୍‌ ଥ୍ରୀଲର ସିନେମା ‘ଲଭ୍‌ ହଷ୍ଟେଲ’ରେ ଆସିବେ ବବି, ଇନ୍‌ଷ୍ଟାରେ ସେୟାର କଲେ ଫଟୋ

୨୦୨୧ ଦୀପାବଳିରେ ରିଲିଜ୍‌ ହେବ ‘ପଠାନ୍‌’!

ମହିଳାଙ୍କ ଉପରେ ମୁକେଶ ଖାନ୍ନାଙ୍କ ବିବାଦୀୟ ମନ୍ତବ୍ୟର ଭିଡିଓ ଭାଇରାଲ, ଫ୍ୟାନ୍ସ କହିଲେ-‘ଶକ୍ତିମାନ’ ନୁହେଁ ‘କିଲଭିସ୍’

ଦୀପିକାଙ୍କ ମ୍ୟାନେଜର କରିସ୍ମା ୪ ଦିନ ହେଲା ନିଖୋଜ

ବିବାହ ପରେ ରୋହନପ୍ରୀତଙ୍କ ପାଖକୁ ଆସୁଛି ଏକ୍ସ ଗାର୍ଲଫ୍ରେଣ୍ଡଙ୍କ କଲ୍, ଇଂଷ୍ଟାରେ ଏହି ପୋଷ୍ଟର ସେୟାର କଲେ ନେହା