କରୋନା ରିଲିଫ ଫଣ୍ଡକୁ ଦୁଇ ମାସର ପେନସନ ଦେବାସହ ଗାଁ ଲୋକଙ୍କୁ ବାଣ୍ଟୁଛନ୍ତି ଶୁଖିଲା ଖାଦ୍ୟ

ଭଦ୍ରକ ୩୦/୪: କରୋନା ପାଇଁ ସବୁଠି ସହାନୁଭୂତି ଆଉ ସହଯୋଗ । ବଡ ଠାରୁ ଛୋଟ ସବୁ ଏବେ ସାହାଯ୍ୟର ହାତ ବଢ଼ାଉଛନ୍ତି । କିଏ ଶୁଖିଲା ଖାଦ୍ୟ ଦେଉଛି ତା କିଏ ମାସ୍କ ବାଣ୍ଟୁଛି । ଏଭଳି ପରିସ୍ଥିତିରେ ସହାୟତାର ହାତ ବଢ଼ାଇଛନ୍ତି ଅବସରପ୍ରାପ୍ତ ସ୍ୱାସ୍ଥ୍ୟକର୍ମୀ । ମୁଖ୍ୟମନ୍ତ୍ରୀଙ୍କ କରୋନା ରିଲିଫ ଫଣ୍ଡକୁ ୫୦ ହଜାର ଓ ପ୍ରଧାନମନ୍ତ୍ରୀଙ୍କ ରିଲିଫ ଫଣ୍ଡକୁ ଦେଇଛନ୍ତି ୧୦ ହଜାର ଟଙ୍କା । କେବଳ ସେତିକି ନୁହେଁ, ଗ୍ରାମବାସୀଙ୍କୁ ବାଣ୍ଟୁଛନ୍ତି ଶୁଖିଲା ଖାଦ୍ୟ । ମହିଳା ଜଣକ ହେଉଛନ୍ତି ଭଦ୍ରକ ଜିଲ୍ଲା ଖପରପଦା ଗ୍ରାମପଞ୍ଚାୟତର ଲୁଣିଆ ଗ୍ରାମର କୁସୁମଲତା ସାହୁ । ସେ ୩୧.୩.୨୦୧୮ ମସିହାରେ  ଏଏନଏମ ଚାକିରୀରୁ ଅବସର ନେଇଛନ୍ତି ।

ଗଞ୍ଜାମ ଜିଲ୍ଲାର ସେରଗଡ଼ ବ୍ଲକରେ ଏଏନଏମ ଭାବେ କାର୍ଯ୍ୟ କରୁଥିଲେ କୁସୁମଲତା । ଅବସର ପରେ ଏହି ସଙ୍କଟମୟ ପରିସ୍ଥିତିରେ ସେ ନିଜ ଗ୍ରାମ ଲୁଣିଆରେ ରହୁଛନ୍ତି । କରୋନା ପାଇଁ ସେ ଗାଁରେ ବୁଲି ବୁଲି ଗ୍ରାମର ଅସହାୟ ପରିବାରଙ୍କୁ  ଶୁଖିଲାଖାଦ୍ୟ ବାଣ୍ଟୁଛନ୍ତି । ଏହାସହ ଦୁଇ ମାସର ପେନସନ ଟଙ୍କାକୁ ସେ ରିଲିଫ ଫଣ୍ଡକୁ ଦାନ କରିଛନ୍ତି । କୁସୁମଲତା ମୁଖ୍ୟମନ୍ତ୍ରୀଙ୍କ କରୋନା ରିଲିଫ ଫଣ୍ଡକୁ ୫୦ ହଜାର ଟଙ୍କାର ଚେକ ଧାମନଗର ବ୍ଲକର ଅତିରିକ୍ତ ତହସିଲଦାର ଅଭିପ୍ସା ପଟ୍ଟନାୟକଙ୍କ ମାଧ୍ୟମରେ ପଠାଇଛନ୍ତି । ସେହିଭଳି ଅନଲାଇନରେ ୧୦ ହଜାର ଟଙ୍କା ପ୍ରଧାନମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ପଠାଇଛନ୍ତି । ତା ଛଡା ଏବେ ଗାଁର ଅସହାୟଙ୍କୁ ମଧ୍ୟ ନିୟମିତ ବ୍ୟବଧାନରେ ଶୁଖିଲା ଖାଦ୍ୟ ବଣ୍ଟନ କରୁଥିବା ସୂଚନା ମିଳିଛି ।

   ସମ୍ବନ୍ଧିତ ଖବର


ସଂଘବଦ୍ଧ ଆକ୍ରମଣରେ ଯୁବକଙ୍କ ମୃତ୍ୟୁ, ୩ ଅଭିଯୁକ୍ତଙ୍କୁ ଗିରଫ କରିଛି ପୋଲିସ

ବାଇକ ଆରୋହୀଙ୍କ ଉପରେ ଚଢିଗଲା ହାଇଓ୍ୱା ଟ୍ରକ, ଘଟଣାସ୍ଥଳରେ ଚାଲିଗଲା ଜୀବନ

ଭଦ୍ରକ: ୩୨ ଲିଟର ଜିଞ୍ଜର ସହ ଦେଶୀ ରନ୍ଧା ମଦ ଜବତ, ୮ ଗିରଫ

ଫେସବୁକ୍‌ରେ ପ୍ରେମ ନିବେଦନ ପଡ଼ିଲା ମହଙ୍ଗା : ବିଚ୍‌ ରାସ୍ତାରେ ଯୁବକଙ୍କୁ ଘୋଷାରି ଘୋଷାରି ବାଡ଼େଇଲେ ବିବାହିତା ମହିଳା

ନୂଆ ମଦ ଦୋକାନକୁ ବିରୋଧ କରି ଜିଲ୍ଲାପାଳଙ୍କୁ ଦାବିପତ୍ର…

ଭଦ୍ରକ: ୬୪୦ ଲିଟର ଦେଶୀ ରନ୍ଧା ମଦ ଜବତ, ୬ ଗିରଫ