ନବରାତ୍ରୀରେ କରନ୍ତୁ ନାହିଁ ଏହି ସବୁ କାମ, ନହେଲେ ମା’ ଦୁର୍ଗା ହୋଇପାରନ୍ତି ଅସନ୍ତୁଷ୍ଟ

ଏଥର ଚୈତ୍ର ନବରାତ୍ରୀ ଆସନ୍ତା ୬ରୁ ୧୪ ତାରିଖ ପର୍ଯ୍ୟନ୍ତ ୯ ଦିନ ଧରି ଲାଗି ରହିବ। ଅର୍ଥାତ ତିଥିର କ୍ଷୟ ଏଥର ହେବ ନାହିଁ। ଜ୍ୟୋତିଷଙ୍କ କହିବା ଅନୁସାରେ ନବରାତ୍ରୀରେ କାର୍ଯ୍ୟସିଦ୍ଧି, ଅର୍ଥସିଦ୍ଧି, ପଦ-ପ୍ରତିଷ୍ଠା ପାଇଁ ଦେବୀ ମନ୍ଦିରରେ ବିଶେଷ ଅନୁଷ୍ଠାନ କରାଯାଉ।

ନବରାତ୍ରୀରେ ଘରକୁ କେବେ ଖାଲି କରକି ଯାଆନ୍ତୁ ନାହିଁ। କାରଣ ଦୀପ ଲିଭି ଗଲେ ନକାରତ୍ମକ ଶକ୍ତି ଘରୁକ ଆସିପାରନ୍ତି। ଏହି ସମୟରେ ଲାଲ, ଗୋଲାପୀ କିମ୍ବା ହଳଦିଆ ରଙ୍ଗର ପୋଷାକ ପିନ୍ଧିବା ଦରକାର। ଏହି ସମୟରେ ଭୁଲରେ କଳା ପୋଷାକ ପିନ୍ଧନ୍ତୁ ନାହିଁ। ତିନ ପ୍ରହର ଅର୍ଥାତ ସକାଳ, ମଧ୍ୟାହ୍ନ ଏବଂ ସନ୍ଧ୍ୟାରେ ମା’ଙ୍କର ପୂଜା କରନ୍ତୁ।

ଘରେ ଯଦି କେହି ବ୍ୟକ୍ତି ବ୍ରତ ନରଖନ୍ତି, ତଥାପି ତାଙ୍କ ପାଇଁ ହେବାକୁ ଥିବା ଖାଦ୍ୟ ଶାକାହାରୀ ହେବା ଦରକାର। ୯ ଦିନ ପର୍ଯ୍ୟନ୍ତ ଘରେ ଖାଦ୍ୟରେ ଛୁଙ୍କ ଦିଅନ୍ତୁ ନାହିଁ। ନବରାତ୍ରୀରେ ଘର ଭିତରେ ରସୁଣ-ପିଆଜ ଖାଆନ୍ତୁ ନାହିଁ। କୌଣସ ବ୍ୟକ୍ତି ଦାଢୀ, ନଖ, କେଶ କାଟନ୍ତୁ ନାହିଁ। ନବରାତ୍ରୀରେ ଏହି କାମ କରିବାକୁ ଶାସ୍ତ୍ରରେ ସ୍ପଷ୍ଟ ଭାବରେ ବାରଣ କରାଯାଇଛି। କେବଳ ସେତିକି ନୁହେଁ ଏହି ୯ ଦିନ ସମସ୍ତଙ୍କୁ ମାଛ,ମାସଂ ଓ ମଦ ଠାରୁ ଦୂରେଇ ରହିବା ଦରକାର।

ନବରାତ୍ରୀରେ କୌଣସି ଗରିବ ବ୍ରାହ୍ମଣଙ୍କୁ ଅପମାନିତ କରନ୍ତୁ ନାହିଁ। ଯେଉଁ ଲୋକ ସିଗାରେଟ୍ ସେବନ କରୁଛନ୍ତି ତାଙ୍କୁ ନବରାତ୍ରୀରେ ଏହାକୁ ବନ୍ଦ କରିଦେବା ଦରକାର। କାରଣ ଏହାଦ୍ବାରା ମାନସିକ ଅଶାନ୍ତି ବଢିଯିବ। କାହାକୁ କଟୁ ଶବ୍ଦ କୁହନ୍ତୁ ନାହିଁ। ଏଭଳି କଲେ ଆପଣଙ୍କ ଉପରେ ବିପଦ ପଡିବାରେ। କୌଣସି ପଶୁକୁ ମାଡ ମାରନ୍ତୁ ନାହିଁ, ଏଭଳି କଲେ ସେ ବ୍ୟକ୍ତି କେବେ ଖୁସିରେ ରହିପାରିବନି।ନବରାତ୍ରୀ ପୂଜା କେବେ ମଧ୍ୟ ଖୋଲା କେଶରେ ମହିଳାମାନେ କରନ୍ତୁ ନାହିଁ। କାରଣ ଏହା ଉଗ୍ର ଦେବୀ-ଦେବତାଙ୍କ ପୂଜାରେ କରାଯାଇଥାଏ।