PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଦେବଗଡ : ରିଆମାଳ ରେଞ୍ଜ ନୁଆଁଡିହି ସେକ୍ସନ ଖିଲେଇ ଜଙ୍ଗଲରେ ହାତୀ ଆକ୍ରମଣ ଯୋଗୁଁ ବନ ଶ୍ରମିକ ଗୁରୁତର
  • ||
  • କୋଣାର୍କ : ରୋଗ କଷ୍ଟ ସହିନପାରି ସ୍କୁଲ ହତାରେ ଆତ୍ମହତ୍ୟା କଲେ ବୃଦ୍ଧ
  • ||
  • ଭୁବନେଶ୍ଵର : ରାଜ୍ୟରେ ଆଉ ୪ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୧୫୦କୁ ବୃଦ୍ଧି
  • ||
  • ଭୁବନେଶ୍ୱର : ରାଜ୍ୟରେ ଉପର ତଳ ହେଉଛି କରୋନା ଗ୍ରାଫ୍, ୨୪ ଘଣ୍ଟାରେ ଚିହ୍ନଟ ହେଲେ ୭୩୪ ପଜେଟିଭ୍
  • ||
  • ନୀଳଗିରି : ମାଡ଼ିଆସୁଛନ୍ତି ନୀଳଗିରି ଆଡକୁ ଝାଡ଼ଖଣ୍ଡ ହାତୀ, ଚାଷୀ ଆତଙ୍କିତ
  • ||
  • କଳାହାଣ୍ଡି : ପୋଖରୀରେ ବୁଡି ୨ ଶିଶୁ ମୃତ
  • ||
  • ଜଳେଶ୍ଵର : ବିପଦ ସଂକେତ ଉପରେ ପ୍ରବାହିତ ହେଉଛି ଜଳକା, ବନ୍ୟା ପାଣି ଘେରରେ ୧୦ରୁ ଉର୍ଦ୍ଧ୍ଵ ଗ୍ରାମ
  • ||
  • ଲମତାପୁଟ : ଅଟୋରୁ ୧୦ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ, ଗାଡି ଛାଡି ୨ ମାଫିଆ ଫେରାର୍
  • ||

ହୋମ-ଯଜ୍ଞ ପରେ ନାମାଙ୍କନ ପତ୍ର ଦାଖଲ କଲେ ସୋନିଆ ଗାନ୍ଧି, କହିଲେ… ୨୦୦୪ ନିର୍ବାଚନକୁ ଭୁଲି ନଯାଆନ୍ତୁ ମୋଦି

ରାୟବରେଲି,୧୧।୪: ୟୁପିଏ ଚେୟାରପର୍ସନ ସୋନିଆ ଗାନ୍ଧି ଆଜି ଉତ୍ତରପ୍ରଦେଶର ରାୟବରେଲି ଲୋକସଭା ନିର୍ବାଚନ ଆସନରୁ ୫ମ ଥର ନାମାଙ୍କନ ପତ୍ର ଦାଖଲ କରିଛନ୍ତି। ନାମାଙ୍କନ ପତ୍ର ଦାଖଲ କରିବା ପରେ ସୋନିଆ ଗାନ୍ଧି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଦେଇଛନ୍ତି ଚେତାବନୀ। ସୋନିଆ ସାମ୍ବାଦିକଙ୍କୁ କହିଛନ୍ତି, ‘୨୦୦୪ ନିର୍ବାଚନକୁ ମୋଦି ଭୁଲି ନଯାଆନ୍ତୁ। ବାଜପେୟୀ ଅଜେୟ ଥିଲେ, କିନ୍ତୁ ଆମେ ଜିତିଥିଲୁ।’

source: https://www.amarujala.com

ଏହି ସମୟରେ ରାହୁଲ ମଧ୍ୟ ଗଣାମଧ୍ୟମକୁ କହିଛନ୍ତି, ଭାରତୀୟ ଇତିହାସରେ ଏଭଳି କିଛି ଲୋକ ଅଛନ୍ତି ସେମାନେ ଭାବନ୍ତି ସେମାନେ ଅଜେୟ ଓ ଭାରତର ଲୋକଙ୍କ ଠାରୁ ବଡ। ନରେନ୍ଦ୍ର ମୋଦି ୫ବର୍ଷରେ ଭାରତର ଲୋକଙ୍କ ପାଇଁ କିଛି କରିନାହାଁନ୍ତି। ବାସ୍ ସେ ଏତିକି କହି ଦିଅନ୍ତୁ ଅନିଲ ଅମ୍ବାନୀଙ୍କୁ ସେ କିଭଳି ଠିକା ଦେଲେ? ଉଲ୍ଳେଖନୀୟ ଯେ ୨୦୦୪ରେ ସମସ୍ତ ରାଜନୈତିକ ବିଶେଷଜ୍ଞଙ୍କ କଥାକୁ ଭୁଲ ପ୍ରମାଣିତ କରି କଂଗ୍ରେସ ବାଜପେୟୀ ସରକାରଙ୍କୁ କ୍ଷମତାରୁ ବାହାର କରି ନିଜର ସରକାର ଗଠନ କରିଥିଲା।

source: https://navbharattimes.indiatimes.com

ସୋନିଆା ରାୟବରେଲି ଆସନରୁ ୪ଥର ସାଂସଦ ରହିସାରିଛନ୍ତି। ନାମାଙ୍କନ ଦାଖଲ କରିବା ପୂର୍ବରୁ ସେ ଗାନ୍ଧି ପରିବାରର ଗୁଜୁଜୀ ଗୟାପ୍ରସାଦ ଶୁକ୍ଲାଙ୍କ ବାସଭବନରେ ପୂଜା ଓ ଯଜ୍ଞ କରିଥିଲେ। ଏହି ପରମ୍ପରା ୧୯୬୭ରୁ ଚାଲିଆସୁଛି। ଯେତେବେଳେ ଇନ୍ଦିରା ଗାନ୍ଧି ଲୋକସଭା ନିର୍ବାଚନରେ ନାମାଙ୍କନ ପତ୍ର ଦାଖଲ କରୁଥିଲେ ତା ପୂର୍ବରୁ ଗୁରୁ ଗୟାପ୍ରସାଦ ଶୁକ୍ଲାଙ୍କ ଘରେ ପୁଜାପାଠ କରୁଥିଲେ। ସେବେଠାରୁ ଏହି ପରମ୍ପରା ଚାଲିଆସୁଛି ଓ ଗାନ୍ଧି ପରିବାର ପୂଜାପାଠ କରିବା ପରେ ନାମାଙ୍କନ ପତ୍ର ଦାଖଲ କରିଥାନ୍ତି। ଆଜି ସୋନିଙ୍କ ସହ ଏହି ସମୟରେ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି ଓ ମହାସଚିବ ପ୍ରିୟଙ୍କା ଗାନ୍ଧି ଭଦ୍ରାଙ୍କ ସହିତ ରବର୍ଟ ଭଦ୍ରା, ରେହାନ ଓ ମିରାୟ ଭଦ୍ରା ମଧ୍ୟ ଥିଲେ। ରାୟବରେଲି ଗାନ୍ଧି ପରିବାରର ମଜବୁତ ଗଡ ଭାବରେ ଜଣାଯାଏ। ଏହା ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧିଙ୍କ କର୍ମଭୂମି ବୋଲି କୁହାଯାଏ।

ସମ୍ବନ୍ଧିତ ଖବର