ପ୍ଲାଷ୍ଟିକ୍ କପରେ ଚା’ ନୁହେଁ, ପିଉଛନ୍ତି ବିଷ ! ହୋଇପାରେ କ୍ୟାନ୍ସର

ନୁଆଦିଲ୍ଲୀ ୨୮/୨: ଆଜିକାଲି ଚା’ ଲୋକଙ୍କ ଜୀବନର ଏକ ଅଭିନ୍ନ ଅଙ୍ଗ ପାଲଟିଯାଇଛି । ସକାଳୁ ସକାଳୁ ଗୋଟେ କପ୍ ଚା ଶରୀରକୁ ସାରା ଦିନ ସତେଜ ରଖିଥାଏ । ଲୋକମାନେ ଅନେକ ପ୍ରକାର ଚା ପିଇଥାନ୍ତି । କ୍ଷୀର ଚା, ନାଲି ଚା, ଗ୍ରୀନ୍ ଟି, ଲେମନ ଟି ଇତ୍ୟାଦି । ଚା ସତେଜତା ଆଣିଥାଏ । କିନ୍ତୁ ଏହା ଆପଣଙ୍କ ଶରୀରକୁ କ୍ଷତି ମଧ୍ୟ ପହଞ୍ଚାଇପାରେ । ଜାଣିଛନ୍ତି କି କେମିତି ? ଆଜି କାଲି ଡିସ୍ପୋଜଲ୍ ବା ପ୍ଲାଷ୍ଟିକ୍ ଗ୍ଲାସରେ ଚା ପିଇବା ବଢିବାରେ ଲାଗିଛି । ଦୋକାନ ବଜାରରେ ପ୍ଲାଷ୍ଟିକ୍ କପରେ ଚା ବିକ୍ରି ହେବା ବଢିବାରେ ଲାଗିଛି । ମାଟି କପ ପ୍ରାୟତଃ ବନ୍ଦ ହେବାରେ ଲାହିଛି । ଏବେ ଅଧିକାଂଶ ସ୍ଥାନରେ ପ୍ଲାଷ୍ଟିକ୍ କପରେ ଚା ମିଳୁଛି । କିନ୍ତୁ ଏହା ଶରୀର ପାଇଁ କ୍ଷତିକାରକ । ଏପରିକି ଏହା ଯୋଗୁଁ କ୍ୟାନ୍ସର ମଧ୍ୟ ହୋଇପାରେ ।

ହୋଇଯାନ୍ତୁ ସାବଧାନ
ଆପଣ ମଧ୍ୟ ପ୍ଲାଷ୍ଟିକ୍ ବା ଥର୍ମକୋଲ୍ କପରେ ଚା ପିଉଛନ୍ତି କି ? ଯଦି ପିଉଛନ୍ତି ତେବେ ସାବଧାନ ହୋଇଯାନ୍ତୁ । ଏହାକୁ ବ୍ୟବହାର କରିବା ଅତି ସହଜ ହୋଇଥାଏ । ତେଣୁ ସମସ୍ତେ ଏହାକୁ ଘରେ ମଧ୍ୟ ବ୍ୟବହାର କରୁଛନ୍ତି । କିନ୍ତୁ ଏହା ସ୍ୱାସ୍ଥ୍ୟ ପାଇଁ କ୍ଷତିକାରକ । ଡିସ୍ପୋଜଲ୍ ଗ୍ଲାସ ପଲିଷ୍ଟ୍ରିନରେ ପ୍ରସ୍ତୁତ ହୋଇଥାଏ । ଯେତେବେଳେ ଏଥିରେ ଗରମ ଚା ଢଳା ଯାଇଥାଏ ସେତେବେଳେ ଏହାର କିଛି ଅଂଶ ଚା ସହିତ ମିଶିଯାଏ ଏବଂ ଆମ ପେଟ ଭିତରକୁ ଚାଲିଯାଏ । ଏହା ଫଳରେ କ୍ୟାନ୍ସର ହେବାର ସମ୍ଭାବନା ବଢିଯାଏ ।

ହୋଇପାରେ ଲିଭର କ୍ୟାନ୍ସର
ଡିସ୍ପୋଜଲରେ ଗରମ ଚା ଯୋଗୁଁ ଲୋକଙ୍କ ପେଟକୁ କେମିକାଲ ଚାଲିଯାଏ । ଡାକ୍ତରଙ୍କ କହିବାନୁସାରେ ପ୍ଲାଷ୍ଟିକ୍ କପରେ ଗରମ ଚା ଲଗାତର ପିଇବା ଯୋଗୁଁ କିଡନୀ ଓ ଲିଭରରେ କ୍ୟାନ୍ସର ହେବାର ବିପଦ ରହିଥାଏ । ଏହି କପରେ ଥିବା ଏସିଡ୍ସ ମଧ୍ୟ ଚା  ଜରିଆରେ ପେଟ ଭିତରକୁ ଚାଲିଯାଏ । ଏହି ଏସିଡ୍ ଅନ୍ତରେ ଜମା ହେବା ଫଳରେ ପାଚନ ପ୍ରକ୍ରିୟା ମଧ୍ୟ ପ୍ରଭାବିତ ହୋଇଥାଏ ।

ଗର୍ଭବତୀ ମହିଳା କରନ୍ତୁ ନାହିଁ ଏମିତି
ପ୍ଲାଷ୍ଟିକ୍ କପରେ ଥିବା ମୋଟ୍ରୋସେମିନ୍, ବିସ୍ଫିନଲ୍ ଓ ବର୍ଡ ଇଥାଇଲ ଡେକ୍ସିନ୍ ନାମକ କେମିକାଲ ଶରୀର ପାଇଁ ବହୁତ କ୍ଷତିକାରକ । ଏହା ଗର୍ଭବତୀ ମହିଳା ଓ ସେମାନଙ୍କ ହେବାକୁ ଥିବା ଶିଶୁ ଉପରେ ଖରାପ ପ୍ରଭାବ ପକାଇଥାଏ । ଯଦି ଆପଣ ବାରମ୍ବାର ଡିସ୍ପୋଜଲ୍ କପରେ ଚା ପିଉଛନ୍ତି ତେବେ ଆପଣଙ୍କୁ ଥକ୍କା, ଏକାଗ୍ରତାର ଅଭାବ, ହର୍ମୋନ୍ ଅସନ୍ତୁଳନ ଆଦି ସମସ୍ୟା ଦେଖାଯାଇଥାଏ । ଏଥିରେ ଥିବା କେମିକାଲ୍ ଯୋଗୁଁ ସ୍ମରଣ ଶକ୍ତି ମଧ୍ୟ ଦୁର୍ବଳ ହୋଇଥାଏ ।

   ସମ୍ବନ୍ଧିତ ଖବର


ମରୁଭୂମିରେ ରହସ୍ୟମୟ ବସ୍ତୁର ସନ୍ଧାନ, ହେଲିକପ୍ଟର ଉଡାଣ ଆରମ୍ଭ କରିବା ବେଳେ ଦେଖିଲେ ପାଇଲଟ୍

Google Pay ବ୍ୟବହାରକାରୀଙ୍କୁ ଝଟକା, ନୂଆବର୍ଷରୁ ଲାଗିବ ଚାର୍ଜ

ରେଲଓ୍ବେ କର୍ମଚାରୀଙ୍କୁ ଲାଗିପାରେ ବଡ଼ ଝଟକା! ଟ୍ରାଭେଲ ଏବଂ ଓଭର ଟାଇମ୍ ଆଲାଉନ୍ସ କାଟ୍ ପାଇଁ ପ୍ରସ୍ତୁତି

ମାଛ ଚାଷରେ ମହିଳା ଏସ୍‌ଏଚ୍‌ଜିଙ୍କ ସଫଳତା: ଲକ୍‌ଡାଉନ୍‌ରେ ୨୧ ହଜାର କ୍ବିଣ୍ଟାଲ ଉତ୍ପାଦନ

ବିରଳ ବିସ୍ମୟ: ଏସ୍‌ସିବିରେ ଦ୍ବୈତ ଯୌନଙ୍ଗଧାରୀ ଶିଶୁ

ଅର୍ଥ ସାଜିଛି ବାଧକ, ବାପାର ଚିକିତ୍ସା ପାଇଁ ବିକ୍ରି ହେବ ପୁଅ!