PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଦେବଗଡ : ରିଆମାଳ ରେଞ୍ଜ ନୁଆଁଡିହି ସେକ୍ସନ ଖିଲେଇ ଜଙ୍ଗଲରେ ହାତୀ ଆକ୍ରମଣ ଯୋଗୁଁ ବନ ଶ୍ରମିକ ଗୁରୁତର
  • ||
  • କୋଣାର୍କ : ରୋଗ କଷ୍ଟ ସହିନପାରି ସ୍କୁଲ ହତାରେ ଆତ୍ମହତ୍ୟା କଲେ ବୃଦ୍ଧ
  • ||
  • ଭୁବନେଶ୍ଵର : ରାଜ୍ୟରେ ଆଉ ୪ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୧୫୦କୁ ବୃଦ୍ଧି
  • ||
  • ଭୁବନେଶ୍ୱର : ରାଜ୍ୟରେ ଉପର ତଳ ହେଉଛି କରୋନା ଗ୍ରାଫ୍, ୨୪ ଘଣ୍ଟାରେ ଚିହ୍ନଟ ହେଲେ ୭୩୪ ପଜେଟିଭ୍
  • ||
  • ନୀଳଗିରି : ମାଡ଼ିଆସୁଛନ୍ତି ନୀଳଗିରି ଆଡକୁ ଝାଡ଼ଖଣ୍ଡ ହାତୀ, ଚାଷୀ ଆତଙ୍କିତ
  • ||
  • କଳାହାଣ୍ଡି : ପୋଖରୀରେ ବୁଡି ୨ ଶିଶୁ ମୃତ
  • ||
  • ଜଳେଶ୍ଵର : ବିପଦ ସଂକେତ ଉପରେ ପ୍ରବାହିତ ହେଉଛି ଜଳକା, ବନ୍ୟା ପାଣି ଘେରରେ ୧୦ରୁ ଉର୍ଦ୍ଧ୍ଵ ଗ୍ରାମ
  • ||
  • ଲମତାପୁଟ : ଅଟୋରୁ ୧୦ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ, ଗାଡି ଛାଡି ୨ ମାଫିଆ ଫେରାର୍
  • ||

ଗେଟରେ ପୋଷ୍ଟର: ‘ଡୋର୍ ବେଲ୍ କାମ କରୁନି, ଜୋରରେ ଚିଲ୍ଲାନ୍ତୁ ମୋଦି-ମୋଦି’

source;www.thelallantop.com

ମୋରେନା ୧୧/୪: ଯଦି ଆପଣଙ୍କ ଡୋର ବେଲ୍ ଖରାପ ହୋଇଯିବ ତେବେ ଆପଣ କଣ କରିବେ ? ଆପଣ ଯାହା ବି କରିବେ ଭାବି କି ରଖନ୍ତୁ କିନ୍ତୁ ଆପଣ ଜାଣିଛନ୍ତି କି ମଧ୍ୟ ପ୍ରଦେଶରେ ମୋରେନାର ଏକ ଅଞ୍ଚଳରେ କିଛି ଲୋକଙ୍କ ଡୋର ବେଲ୍ ଖରାପ ହେବାରୁ ଘର ବାହାରେ ପୋଷ୍ଟର ଦେଖିବାକୁ ମିଳୁଛି । ଏହି ପୋଷ୍ଟର ଲୋକଙ୍କ ଧ୍ୟାନ ଆକର୍ଷଣ କରୁଛି । ଜାଣିଛନ୍ତି କି ଏହି ପୋଷ୍ଟରରେ କଣ ଲେଖା ହୋଇଛି ? ଫଟୋରେ ଲେଖା ହୋଇଛି ଯେ ‘ଡୋରବେଲ୍ ଖରାପ ହୋଇଯାଇଛି, ଦୟାକରି କବାଟ ଖୋଲିବା ପାଇଁ ଜୋରରେ ମୋଦି-ମୋଦି ଚିଲାନ୍ତୁ ।  ରାମନଗରରେ ଘର ବାହାରେ ଲାଗିଥିବା ଏଭଳି ଫଟୋ  ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।

ଜାଣନ୍ତୁ ସମ୍ପୂର୍ଣ୍ଣ ଘଟଣା
ରାମନଗର କଲୋନୀର ପ୍ରାୟ ୫୦ରୁ ଅଧିକ ଘର ଗେଟରେ ଏଭଳି ପୋଷ୍ଟର ଲାଗିଛି । ରାମନଗର ନିବାସୀ ଗିରିରାଜ ସିଂହ କୁହନ୍ତି ଯେ ତାଙ୍କ ଘର ଡୋରବେଲ୍ ଖରାପ ହୋଇଯାଇଛି । ସେଥିପାଇଁ ସେ ଡୋରବେଲ୍ ତଳେ ଏକ କାଗଜରେ ଲେଖିଛନ୍ତି ଯେ ଡୋରବେଲ୍ ଖରାପ ହୋଇଯାଇଛି,  ଘଣ୍ଟି ବଜାନ୍ତୁନାହିଁ, ମୋଦି ମୋଦି ଚିଲାନ୍ତୁ । କଲୋନୀର ଅନ୍ୟ ଲୋକମାନେ ତାଙ୍କୁ ଦେଖି ନିଜ ଘର ଗେଟ ସାମ୍ନାରେ ସମାନ ଜିନିଷ ଲେଖି ପୋଷ୍ଟର ଟଙ୍ଗାଇ ଦେଇଛନ୍ତି ।

ତେବେ ସମସ୍ତେ କୁହନ୍ତି ଯେ ପୋଷ୍ଟର ଲଗାଇବା ପାଇଁ ସେମାନେ କାହା ଚାପରେ ଆସିନାହାନ୍ତି । ସେମାନେ ନିଜ ଇଛାରେ ଏଭଳି ଲେଖିଛନ୍ତି । ରିତିକା ଗର୍ଗ ଟ୍ୱିଟରରେ ଲେଖିଛନ୍ତି ଯେ ଆମ ଡୋର୍ ବେଲ୍ ବିଲକୁଲ ଠିକ୍ ଅଛି । ତଥାପି ଚିଲ୍ଲାନ୍ତୁ ମୋଦି ମୋଦି । ଆପଣଙ୍କୁ ହୃଦୟରୁ ସ୍ୱାଗତ । ଅନ୍ୟପଟେ କିଛି ଲୋକ ଏହାକୁ ମୋଦିଙ୍କ ପାଇଁ ପ୍ରଚାର ବୋଲି କହୁଛନ୍ତି । ତେବେ ଯେଉଁମାନେ ବି ଗେଟରେ ପୋଷ୍ଟର ଟାଙ୍ଗିଛନ୍ତି ସେମାନେ ନିଜ ଇଛାରେ ଏବଂ ଅନ୍ଯ କାହା ଚାପରେ ଏହାକୁ ଟଙ୍ଗେଇ ନାହାନ୍ତି ବୋଲି କୁହନ୍ତି ।

ସମ୍ବନ୍ଧିତ ଖବର