PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ୱର: ଆଜି ଅପରାହ୍ନ ୫ଟାରେ କୋଭିଡ଼ ନେଇ ସମିକ୍ଷା କରି​‌ବେ ମୁଖ୍ୟମନ୍ତ୍ରୀ
  • ||
  • ପଞ୍ଜାବ ନିର୍ବାଚନ: ପଞ୍ଜାବ ପାଇଁ ଆପ୍‌ର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଘୋଷଣା, ମୁଖ୍ୟମନ୍ତ୍ରୀ ଚେହେରା ହେଲେ ଭାଗୱତ ମାନ୍
  • ||
  • ଭୁବନେଶ୍ୱର: ପଞ୍ଚାୟତ ନିର୍ବାଚନ ଲାଗି ବଡ଼ ଘୋଷଣା, ଡ୍ୟୁଟିରେ ଥାଇ ମୃତ୍ୟୁ ହେଲେ ମିଳିବ ୩୦ଲକ୍ଷ ଅନୁକୁମ୍ପା
  • ||
  • ଭୁବନେଶ୍ଵର : ରାଜ୍ୟରେ ଆଉ ୪ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୪୮୮କୁ ବୃଦ୍ଧି
  • ||
  • ଭୁବନେଶ୍ୱର : ରାଜ୍ୟରେ ୮୦ ହଜାର ଟପିଲା ଆକ୍ଟିଭ କେସ୍, ୨୪ ଘଣ୍ଟା ମଧ୍ୟରେ ଚିହ୍ନଟ ହେଲେ ୧୧,୦୮୬ ଜଣ କରୋନା ପଜିଟିଭ
  • ||
  • ଭୁବନେଶ୍ଵର : ଏଟିଏମ୍‌ରୁ ଲୁଟ୍ ଉଦ୍ୟମ ବେଳେ ଧରାପଡ଼ିଲେ ୨ ଯୁବକ, ଗ୍ୟାସ୍ କଟର ମେସିନ୍ ଜବତ
  • ||
  • ଭୁବନେଶ୍ୱର : ରାଜ୍ୟରେ ଗାଏବ ହେବ ଶୀତ, ୨ ଦିନ ଘନ କୁହୁଡ଼ି, ୨୩ରୁ ବର୍ଷା ସମ୍ଭାବନା
  • ||
  • କଣ୍ଟାବାଞ୍ଜି : ବାଇକ୍ ଦୁର୍ଘଟଣାଗ୍ରସ୍ତ, ୨ ବାଇକ୍ ଆରୋହୀ ମୃତ
  • ||
  • ଚେନ୍ନାଇ : ୧୮ ବର୍ଷର ବୈବାହିକ ସମ୍ପର୍କରେ ପୂର୍ଣ୍ଣଛେଦ ପକାଇଲେ ସାଉଥ୍ ସୁପରଷ୍ଟାର ଧନୁଷ-ଐଶ୍ଵର୍ଯ୍ୟା, ଟ୍ଵିଟ୍ କରି ଦେଲେ ସୂଚନା
  • ||
  • ଲମତାପୁଟ : ପିକଅପ୍ ଭ୍ୟାନ୍‌ରୁ ୩୦ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ, ୨ ଗିରଫ
  • ||

ଆଲପାନ୍‌ଙ୍କ ଉପରେ ଆକ୍‌ସନ ଆଣିଲା କେନ୍ଦ୍ର ! ୩ ଦିନ ଭିତରେ ଜବାବ ନଦେଲେ ଯିବାକୁ ପଡିପାରେ ଜେଲ୍…

ନୂଆଦିଲ୍ଲୀ: ପଶ୍ଚିମବଙ୍ଗର ସର୍ବୋଚ୍ଚ ଅମଲାତନ୍ତ୍ର ଆଲାପନ୍ ବନ୍ଦୋପାଧ୍ୟାୟଙ୍କ ଟ୍ରାନ୍‌ସଫରକୁ ନେଇ କେନ୍ଦ୍ର ଓ ବେଙ୍ଗଲ ମଧ୍ୟରେ ବିବାଦ ଜାରି ରହିଛି । ବିପର୍ଯ୍ୟୟ ପରିଚାଳନା ଅଧିନିୟମ 51 (ବି) ଅନୁଯାୟୀ କେନ୍ଦ୍ର ଆଲାପାନକୁ ଏକ କାରଣ ଦର୍ଶାଅ ନୋଟିସ ଜାରି କରିଛି । ପୂର୍ବତନ ମୁଖ୍ୟ ଶାସନ ସଚିବ ଆଲାପନ୍ ବନ୍ଦୋପାଧ୍ୟାୟଙ୍କୁ ଏହି ନୋଟିସକୁ ୩ଦିନ ମଧ୍ୟରେ କେନ୍ଦ୍ର ସରକାରଙ୍କୁ ଜବାବ ଦେବାକୁ ପଡିବ ।  ଯଦି ତାଙ୍କର ଉତ୍ତର ନ ପହଞ୍ଚେ, ଏବଂ  ଉତ୍ତରରେ କେନ୍ଦ୍ର ସରକାର ସନ୍ତୁଷ୍ଟ ନୁହଁନ୍ତି, ତା’ହେଲେ ବିପର୍ଯ୍ୟୟ ପରିଚାଳନା ଅଧିନିୟମ 51 (ବି) ଅନୁଯାୟୀ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ କିମ୍ବା ଏଫ୍ଆଇଆର୍ ପଞ୍ଜିକୃତ ହୋଇପାରିବ ।

ବିପର୍ଯ୍ୟୟ ପରିଚାଳନା ଅଧିନିୟମ 51 (ବି) ଅନୁଯାୟୀ, ଯଦି କୌଣସି ଅଧିକାରୀ କିମ୍ବା କର୍ମଚାରୀ କେନ୍ଦ୍ର ସରକାର କିମ୍ବା ରାଜ୍ୟ ସରକାର କିମ୍ବା ଜାତୀୟ କାର୍ଯ୍ୟନିର୍ବାହୀ କମିଟିର କୌଣସି ଆଦେଶ ପାଳନ କରନ୍ତି ନାହିଁ, ତେବେ ଏଥିରେ ଦଣ୍ଡର ବ୍ୟବସ୍ଥା ରହିଛି । ଯାହା ଅଧୀନରେ ୧ ବର୍ଷ ଜେଲ କିମ୍ବା ଜରିମାନା କିମ୍ବା ଉଭୟ ଜରିମାନା କରାଯାଇପାରେ ।