ଦୁଇ ଗୋଡ଼ ନଥାଇ ସୁପର ମଡେଲ

ନୂଆଦିଲ୍ଲୀ ୪/୯: ବର୍ମିଂହାମ୍‌ ନିବାସୀ ୯ ବର୍ଷୀୟ ଡେଜି ମେ ଡେମଟ୍ରେ ବିଶ୍ୱର ନାମୀ ଫ୍ୟାଶନ ବ୍ରାଣ୍ଡ ‘ଲୁଲୁ ଏଟ୍‌ ଗିଗି’ର ମଡେଲ ଭାବେ ମାନ୍ୟତା ପାଇଛନ୍ତି । ଏହି ବ୍ରାଣ୍ଡ ତରଫରୁ ହେବାକୁ ଯାଉଥିବା ‘ନ୍ୟୁୟର୍କ ଫ୍ୟାଶନ ୱିକ୍‌’ ଚଳିତ ମାସ ୮ରେ ଅନୁଷ୍ଠିତ ହେବ । ଏହି ଶୋ’ରେ ଡେଜି ଶୋ’ ଟପ୍ପର ରହିବେ । ଡେଜି ଜଣେ ଦିବ୍ୟାଙ୍ଗ ଝିଅ । ସେ ଦିବ୍ୟାଙ୍ଗ କାରଣରୁ ଏହି ବ୍ରାଣ୍ଡର ମଡେଲ ହୋଇନାହାନ୍ତି ବରଂ ନିଜ ଦକ୍ଷତା ଓ ଜୀବନର ସଂଘର୍ଷ ଯୋଗୁ ସେ ଆଜି ଏହି ସଫଳତା ପାଇଛନ୍ତି ।

ଏହାପୂର୍ବରୁ ସେ ନାଇକ, ରିଭର୍‌ ଆଇସ୍‌ଲ୍ୟାଣ୍ଡ ଓ ବୁଡେନ୍‌ ଭଳି ଲୋକପ୍ରିୟ ବ୍ରାଣ୍ଡର ମଡେଲ ହୋଇସାରିଛନ୍ତି । ଡେଜିଙ୍କ ପିତା ଆଲେକ୍ସ ନିଜ ଝିଅଙ୍କ ଏହି ସଫଳତା ଉପରେ ଗର୍ବ କରି କୁହନ୍ତି, ଡେଜିଙ୍କୁ ନିଜ ଦିବ୍ୟାଙ୍ଗ ଶରୀର ଅଟକାଇପାରିନି । ସେ ଶରୀରରୁ ଦିବ୍ୟ୍ୟାାଙ୍ଗ ହୋଇଛନ୍ତି କିନ୍ତୁ ମନରୁ ନୁହେଁ । ଡେଜି ଜନ୍ମ ସମୟରୁ ‘ଫିବୁଲାର ହେମିମେଲିଆ’ ନାମକ ଏକ ରୋଗରେ ପୀଡିତ ଥିଲେ । ଏହି ରୋଗ କାରଣରୁ ଶିଶୁଙ୍କ ହାଡ଼ ବିକଶିତ ହୋଇପାରେନି । ଏହିପରିକି ଡ଼େଜିଙ୍କ ଜନ୍ମ ସମୟରେ ଗୋଟିଏ ଗୋଡ଼ ନଥିଲା । ପରବର୍ତ୍ତୀ କାଳରେ ତାଙ୍କ ଆଉ ଗୋଡ଼ର ହାଡ଼ ଦୁର୍ବଳ ହେବାକୁ ଲାଗିଥିଲା । ଫଳରେ ୧୮ ମାସ ପରେ ତାଙ୍କ ଦ୍ୱିତୀୟ ଗୋଡ଼କୁ କଟାଯାଇଥିଲା ।

ଡେଜି ବଡ଼ ହେଲା ପରେ କୃତ୍ରିମ ଗୋଡ଼ ଲଗାଯାଇଥିଲେ । ଏହାପରେ ସେ ନିଜ ଜୀବନର ରାସ୍ତା ନିଜେ ବାଛିଲେ । ସେ ମଡେଲିଂ କ୍ୟାରିୟରକୁ ନିଜେ ବାଛି ଆଜି କମ୍‌ ବୟସରୁ ଏହି ସଫଳତା ପାଇପାରିଛନ୍ତି । ମଡେଲି ଛଡ଼ା ସେ ଭଲ ସଙ୍ଗୀତ ଓ ନୃତ୍ୟ କରିଥାନ୍ତି ।

   ସମ୍ବନ୍ଧିତ ଖବର


ସବ୍-ଇନ୍ସପେକ୍ଟରଙ୍କ କଳାକାରନାମା: ଝିଅଙ୍କୁ ଅଶ୍ଲୀଳ କମେଣ୍ଟ ସହ କରୁଥିଲେ ଅସଦାଚରଣ, ଶେଷରେ ଗିରଫ ହେଲେ ଏପରି

ପୋଲାଣ୍ଡର ଏହି ଚୌକ୍ ଅମିତାଭ ବଚ୍ଚନଙ୍କ ପିତାଙ୍କ ନାଁରେ ନାମିତ ହେବ, ଇଷ୍ଟାଗ୍ରାମରେ ସୂଚନା ଦେଲେ ଅଭିନେତା

ପାତାଳର ପ୍ରବେଶ ଦ୍ୱାର ପାତାଲକୋଟ୍‌, ଜାଣନ୍ତୁ କେଉଁଠି ରହିଛି ଏହି ରହସ୍ୟମୟ ସ୍ଥାନ

ମେହବୁବା ମୁଫତିଙ୍କ ମନ୍ତବ୍ୟକୁ ନେଇ ବିଜେପି କର୍ମୀଙ୍କ ହଙ୍ଗାମା, ଜମ୍ମୁରେ ପିଡିପି କାର୍ଯ୍ୟାଳୟରେ ଉଡାଇଲେ ତିରଙ୍ଗା

ଫେରୁଛି କରୋନାର ଦ୍ବିତୀୟ ଲହର: ସ୍ପେନରେ ମଇ ପର୍ଯ୍ୟନ୍ତ ଜରୁରୀକାଳୀନ ପରିସ୍ଥିତି ଲାଗୁ, ଶ୍ରୀଲଙ୍କାରେ ପାସେଞ୍ଜର ଟ୍ରେନ୍ ବନ୍ଦ

ଦିଲ୍ଲୀପ ରାୟଙ୍କୁ ମିଳିଲା ଜାମିନ୍, ସିବିଆଇ କୋର୍ଟ ଦେଇଥିଲେ ୩ ବର୍ଷର ଜେଲ ଦଣ୍ଡାଦେଶ