PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ୨୪ ଘଣ୍ଟା ପ୍ରଚାର ବ୍ୟାନ୍ କଲେ ନିର୍ବାଚନ କମିଶନର , ନିର୍ବାଚନ ପ୍ରଚାରରେ ବିବାଦୀୟ ଭାଷଣ ପାଇଁ ଲାଗିଲା କଟକଣା
  • ||
  • ସୁଶିଲ ଚନ୍ଦ୍ରା ନୂଆ ମୁଖ୍ୟ ନିର୍ବାଚନ କମିଶନର ନିଯୁକ୍ତ
  • ||
  • ଆଜି ଭୁବନେଶ୍ୱରରୁ ୧୯୦ କରୋନା ପଜିଟିଭ ଟିହ୍ନଟ, କ୍ୱାରେଣ୍ଟାଇନ୍‌ରୁ ୩୮ ଓ ଲୋକାଲ କଣ୍ଟାକ୍ଟରୁ ୧୫୨ସଂକ୍ରମିତ
  • ||
  • ପିପିଲି ଉପନିର୍ବାଚନ ପାଇଁ ଭର୍ଚୁଆଲ ରାଲିରେ ନବୀନ ପଟ୍ଟନାୟକ କରୁଛନ୍ତି ପ୍ରଚାର , ୬ଟି ଜିଲ୍ଲା ପରିଷଦ ଜୋନ୍‌ ପାଇଁ ସିଧା ପ୍ରସାରଣ ବ୍ୟବସ୍ଥା
  • ||
  • କଟକ ଏସ୍‌ସିବିରୁ ହାଇଦର ଫେରାର ଘଟଣା – ହାଇଦର ଫେରାର ପଛରେ ତାର ପରିବାର ଲୋକଙ୍କ ହାତ ଅଛି, ମଙ୍ଗଳାବାଗ ଥାନାରେ ଏତଲା ଦେଲେ ଗ୍ୟାଙ୍ଗଷ୍ଟରକୁ ଜଗୁଥିବା ନିଲମ୍ୱିତ କନଷ୍ଟେବଲ ମହମ୍ମଦ ମୌସିମ୍,‌
  • ||
  • ଭାରତରେ ରୁଷ୍ ଟିକା ସ୍ପୁଟ୍‌ନିକ୍ –V କୁ ମଞ୍ଜୁରୀ , ବିଶେଷଜ୍ଞ କମିଟି ବୈଠକରେ ନିଆଗଲା ନିଷ୍ପତ୍ତି, ମାନବ ଦେହରେ ବ୍ୟବହାର ପାଇଁ ଅନୁମତି
  • ||
  • ବଲାଙ୍ଗୀର ଓ କଳାହାଣ୍ଡି ବିଶ୍ବବିଦ୍ୟାଳୟ ପାଇଁ ୨ ଜଣ ନୂଆ କୁଳପତିଙ୍କୁ ମିଳିଲା ନିଯୁକ୍ତି
  • ||
  • ଭୁବନେଶ୍ୱର: କ୍ୟାବିନେଟ୍ ବୈଠକରେ ୯ଟି ପ୍ରସ୍ତାବ ଉପରେ ବାଜିଲା ମୋହର
  • ||
  • ଭଞ୍ଜନଗର: ଭାଲୁ ଆକ୍ରମଣରେ ବାଘୁଆପଲ୍ଲୀ ଗ୍ରାମର ୪ ଜଣ ଗୁରୁତର ଆହତ
  • ||
  • ଢେଙ୍କାନାଳ: ମାଛ ଧରିବାକୁ ଯାଇ ନଦୀରେ ବୁଡିଗଲେ ମାଛ ଧରାଳି, ଖୋଜାଖୋଜି ପରେ ଉଦ୍ଧାର ହେଲା ମୃତହେଦ
  • ||
  • କଟକ: ନିଆଳିର ଏକ ବିଲରୁ ଏକ ମୃତଦେହ ଉଦ୍ଧାର
  • ||
  • ଗଜପତି ଜିଲ୍ଲାର ସମସ୍ତ ସୀମା ସିଲ, ବାହାରୁ ଆସୁଥିବା ଲୋକଙ୍କ ଉପରେ କଡା ନଜର
  • ||
  • ଭୁବନେଶ୍ୱର: ଆଜି ପହଞ୍ଚିବ ୨ ଲକ୍ଷ ୭୧ ହଜାର ଟିକା
  • ||
  • ଜଗନ୍ନାଥପୁର ଛକ ପୁକୁଡ଼ିବନ୍ଧ ଜଙ୍ଗସନ୍ରୁ ୯୨୦ କିଲୋ ଗଞ୍ଜେଇ ଧରିଲା ଅବକାରୀ ବିଭାଗର ସ୍ଵତନ୍ତ୍ର ୱିଙ୍ଗ, ୮ ଗିରଫ, ଟ୍ରକ୍ ଓ ମ୍ୟାକ୍ସପିକ୍ପ ଜବତ
  • ||
  • ବୀରମହାରାଜପୁର: ଚନ୍ଦଲି ରାସ୍ତା କଡ଼ରୁ ନବଜାତ ଶିଶୁ ପୁତ୍ର ଉଦ୍ଧାର, ଡାକ୍ତରଖାନାରେ ଭର୍ତ୍ତି
  • ||
  • ନୀଳଗିରି: ଅଭୟାରଣ୍ୟ ଭିତରୁ ଜଣେ ଶିକାରୀ ଗିରଫ,ମାରଣାସ୍ତ୍ର ଜବତ, ଖସିଗଲେ ୩ଜଣ ଶିକାରୀ…
  • ||
  • କଟକ: ଚାଉଳିଆଗଞ୍ଜ ଥାନାରେଆତ୍ମସମର୍ପଣ କଲା ହାଇଦର ସହଯୋଗୀ ୟାକୁବର
  • ||
  • ନୀଳଗିରି: କୂଳଡିହା ଅଭୟାରଣ୍ୟ ସୀମାନ୍ତରୁ ବିରାଟକାୟ ହରିଣ କ୍ଷତବିକ୍ଷତ ଉଦ୍ଧାର କଲେ ଗ୍ରାମବାସୀ
  • ||
  • କଟକ: ହଷ୍ଟେଲ ଭିତରେ ପଶି ନର୍ସିଂ ଛାତ୍ରୀଙ୍କୁ ତଡୁଛି ପୁଲିସ, ଏସସିବି ବିଏସି ନର୍ସିଂ କଲେଜରେ ଉତ୍ତେଜନା
  • ||
  • ନୀଳଗିରି: ଅସନବଣି ଅଞ୍ଚଳରୁ ଉଦ୍ଧାର ହେଲା ୧୫ ଫୁଟ୍ ଲମ୍ବର ଅହିରାଜ ସାପ
  • ||

ଜଗତସିଂହପୁରରେ ଦୁଇଟି ସ୍ଥାନରେ ବୋମାମାଡ଼: ମଦ ଦୋକାନ ଲାଇସେନ୍ସ ନେଇ ଦୁର୍ବୃତ୍ତ ବୋମାମାଡ଼ କରିଥିବା ସନ୍ଦେହ, ସିସିଟିଭି ଯାଞ୍ଚ୍ କରୁଛି ପୁଲିସ

ଜଗତସିଂହପୁର ୦୮/୦୪: ବୁଧବାର ରାତି ପ୍ରାୟ ସାଢ଼େ ୯ଟା ବେଳେ ଜଗତସିଂହପୁରରେ ଦୁଇଟି ସ୍ଥାନରେ ବୋମାମାଡ଼ ହୋଇଛି । ଅପରାହ୍ନ ସୁଦ୍ଧା ସରକାରୀ ମଦ ଦୋକାନ ନିଲାମ ଲାଗି ଲଟେରି ପ୍ରକ୍ରିୟା ଶାନ୍ତି ଶୃଙ୍ଖଳା ମଧ୍ୟରେ ଶେଷ ହେବା ପରେ ଲଟେରିରେ ଜିିତିଥିବା ଜଣେ ମହିଳା ଆବେଦନକାରୀଙ୍କ ସହରରେ ଥିବା କୁକୁଡ଼ା ଦାନା କାର୍ଯ୍ୟାଳୟ ଓ ପାକନପୁରସ୍ଥିତ କୁକୁଡ଼ା ଚିଆଁ ଫାର୍ମ ନିକଟରେ ବୋମାମାଡ଼ ହୋଇଛି । ଏଣୁ ମଦ ଦୋକାନ ଲାଇସେନ୍ସ ନ ପାଇବାରୁ କିମ୍ବା ବ୍ୟବସାୟିକ ଶତ୍ରୁତା କାରଣରୁ ଏଭଳି ବୋମାମାଡ଼ ହୋଇଛି ସେନେଇ ପୁଲିସ ତା’ର ଅନୁସନ୍ଧାନ ଚଳାଇଛି ।

ପ୍ରଥମେ ବୁଧବାର ରାତିରେ ଜିଲ୍ଲାପାଳଙ୍କ ଆବାସିକ କାର୍ଯ୍ୟାଳୟ ନିକଟରେ ଥିବା ବଳରାମପୁର ପ୍ରାକ୍ତନ ସରପଞ୍ଚ ବିଶ୍ୱନାଥ ପୋଥାଳଙ୍କ କୁକୁଡ଼ା ଦାନ କାର୍ଯ୍ୟାଳୟ ନିକଟରେ ବୋମାମାଡ଼ ହୋଇଥିଲା । ଏଥିରେ କାହାର କିଛି ବିଶେଷ କ୍ଷତିଗ୍ରସ୍ତ ହୋଇ ନ ଥିବା ବେଳେ ସାଇନ୍‌ବୋର୍ଡ ଭାଙ୍ଗିଯାଇଛି । ଏହାର କିଛି ସମୟ ବ୍ୟବଧାନରେ ପୁଣି ଶ୍ରୀ ପୋଥାଳଙ୍କ ପାକନପୁର ସ୍ଥିତ ହାଚେରୀ ଉପରକୁ ଅନୁରୂପ ଭାବେ ବୋମା ଫିଙ୍ଗାଯାଇଥିଲା । ଶ୍ରୀ ପୋଥାଳଙ୍କ ପତ୍ନୀଙ୍କ ନାଁରେ ମଦଦୋକାନ ଲାଗି ଲଟେରି ଉଠିଥିବାରୁ କେହି ଦୁର୍ବୃତ୍ତ ଭୟଭିତ କରିବାକୁ ଏଭଳି କାଣ୍ଡ କରିଥିବା ଚର୍ଚ୍ଚା ହେଉଛି ।

ଅପରପକ୍ଷରେ ପୁଲିସ ସ୍ଥାନୀୟ ଅଞ୍ଚଳର ସିସିଟିଭିକୁ ଯାଞ୍ଚ୍‌ କରିବା ସହ ଏକ ଗେଷ୍ଟହାଉସ୍‌ ନିକଟରୁ ଦୁଇ ଜଣ ସନ୍ଦିଗ୍ଧଙ୍କୁ ଉଠାଇନେଇଛି । ସେମାନଙ୍କୁ ଥାନାରେ ଅଟକ ରଖି ପଚରାଉଚରା ଚଳାଇଛି । ତେବେ ମଦ ଦୋକାନ ନିଲାମର କେଇ ଘଣ୍ଟା ପରେ ଏହି ବୋମାମାଡ଼ ହୋଇଥିବାରୁ ଜିଲ୍ଲାର ଯେ ଅନ୍ୟସ୍ଥାନରେ ଏହାକୁ ନେଇ ହିଂସା ନ ଘଟିବ ତାହା କହିହେବ ନାହିଁ । ଏଣୁ ଏହାକୁ ଗୁରୁତର ସହ ନେଇ ପୁଲିସ ତା’ର ତଦନ୍ତ ପ୍ରକ୍ରିୟାକୁ ଜୋରଦାର୍‌ କରିଛି ।