ଗଜପତି: ସ୍ୱାମୀ-ସ୍ତ୍ରୀଙ୍କୁ ନିର୍ମମ ହତ୍ୟା, ଗୁଣି ଗାରେଡି ସନ୍ଦେହ

ଗଜପତି ୧୬/୩: ମୋହନା ଥାନା ଅନ୍ତର୍ଗତ ଗପଟିମା ଗାଁରେ ଡବଲ ମର୍ଡର । ପରିବାରର ସ୍ୱାମୀ-ସ୍ତ୍ରୀଙ୍କୁ ହତ୍ୟା କରାଯାଇଛି ।  କେହି ଦୁର୍ବୃତ୍ତ ସ୍ୱାମୀ ଓ ସ୍ତ୍ରୀକୁ ନିର୍ମମ ଭାବେ ହତ୍ୟା କରିଛି । ହତ୍ୟାକାଣ୍ଡ ପରେ ଦୁଇ ମୃତଦେହକୁ ଜଙ୍ଗଲରେ ଫିଙ୍ଗି ଦେଇଛି । ମୃତକ ଦୁହେଁ ହେଲେ ଗାଁର ପଟିମା ମଲ୍ଲିକ ଓ ତାଙ୍କ ପତ୍ନୀ ସବିତା ମଲ୍ଲିକ।

ସୂଚନା ଅନୁସାରେ ସୋମବାର ସକାଳେ ସ୍ବାମୀ-ସ୍ତ୍ରୀ ଜଙ୍ଗଲକୁ ଯାଇଥିଲେ ଏବଂ ସେଠାରୁ ଆଉ ଘରକୁ ଫେରିନଥିଲେ । ଦିନ ୧୨ଟା ସମୟରେ କିଛି ଲୋକ ଜଙ୍ଗଲକୁ ଯାଇଥିବା ବେଳେ ପଟିମା ଓ ତାଙ୍କ ସ୍ତ୍ରୀ ସବିତାଙ୍କ କ୍ଷତ ବିକ୍ଷତ ମୃତଦେହ ପଡ଼ିଥିବା ଦେଖିବାକୁ ପାଇଥିଲେ । ଉଭୟଙ୍କ ମୃତଦେହ ଆଜି(ସୋମବାର) କୁଡିମା ଜଙ୍ଗଲରୁ ମିଳିଛି। ଖବର ପାଇ ପୁଲିସ ମୃତଦେହ ଦୁଇଟି ଜବତ କରି ତଦନ୍ତ ଜାରି ରଖିଛି। ତେବେ ଏହି ହତ୍ୟାକାଣ୍ଡରେ ଏକାଧିକ ଲୋକ ସମ୍ପୃକ୍ତ ଥିବା ପୋଲିସ ସନ୍ଦେହ କରୁଛି। ଅନ୍ୟପଟେ ଗୁଣି ଗାରେଡିକୁ ନେଇ ଏହି ହତ୍ୟାକାଣ୍ଡ ଘଟିଥିବା ସ୍ଥାନୀୟ ଲୋକେ କହିଛନ୍ତି।

   ସମ୍ବନ୍ଧିତ ଖବର


କୁନାକୁ ମାରିଛନ୍ତି ସୁପାରି କିଲର,୧୭ ଲକ୍ଷ ଟଙ୍କାରେ ହୋଇଥିଲା ଡିଲ୍: ମୁଖ୍ୟ କିଲର ସମେତ ୩ ଗିରଫ, ଜଣେ ଫେରାର୍

ଜଣେ ଅନ୍ତେବାସୀଙ୍କ ମୃତ୍ୟୁ, ଗଞ୍ଜେଇ ଚୋରା ଚାଲାଣ ଅଭିଯୋଗରେ ଗିରଫ କରିଥିଲା ପୋଲିସ

ଭିଜିଲାନ୍ସ ଜାଲରେ କୋଟିପତି ଅଧ୍ୟାପକ: ୨.୮୩ କୋଟିର ସମ୍ପତ୍ତି ଠାବ, ଘରୁ ମିଳିଲା ନଗଦ ୩୧ ଲକ୍ଷ ଟଙ୍କା

କାରରୁ ମିଳିଲା ୮୦ କେଜି ଚନ୍ଦନ କାଠ, ୩ ଗିରଫ

ବୁଦାମୂଳରୁ ନବଜାତ ଶିଶୁ ଉଦ୍ଧାର, ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି

ଅତିରିକ୍ତ ଜିଲ୍ଲାପାଳ କରୁଣାକର ରାଇକାଙ୍କ ପରଲୋକ