ଫୋନରେ ଏହି ଗୋଟିଏ ଆପ୍ ଥିଲେ କଟିବନି ଚାଲାଣ, ସାଙ୍ଗରେ ନେବାକୁ ପଡିବନି RC ଓ DL

ନୁଆଦିଲ୍ଲୀ ୩/୯: ୧ ସେପ୍ଟେମ୍ବରରୁ ଟ୍ରାଫିକ୍ ଚାଲାଣର ରାଶି ବଢିଯାଇଛି । ଅବଶ୍ଯ କିଛି ରାଜ୍ୟରେ ଏହା ଏପର୍ଯ୍ୟନ୍ତ ଲାଗୁ ହୋଇପାରିନାହିଁ । ଏବେ ଧିରେ ଧିରେ ଏହା ସବୁ ରାଜ୍ୟରେ ଲାଗୁ ହେଉଛି । ନୂଆ ନିୟମ ଅନୁସାରେ ଅନେକ ସ୍ଥାନରେ ଭାରୀ ରକମର ଚାଲାଣ କଟିଛି । କିନ୍ତୁ ଯଦି ଆପଣଙ୍କ ପାଖରେ କେବଳ ଗୋଟିଏ ମୋବାଇଲ୍ ଆପ୍ ଅଛି ତେବେ ଆପଣ ଚାଲାଣରୁ ବଞ୍ଚି ପାରିବେ । ଆସନ୍ତୁ ଜାଣିବା ଏହି ଆପ୍ ସମ୍ପର୍କରେ…

ଗତ ବର୍ଷ ପରିବହନ ମନ୍ତ୍ରାଳୟ ଆଇଟି ଆକ୍ଟର ନିୟମରେ ଥିବା ସୁବିଧାକୁ ନଜରରେ ରଖି କହିଥିଲେ ଯେ ଚାଳକଙ୍କୁ ଡ୍ରାଇଭିଂ ଲାଇସେନ୍ସ, ରେଜିଷ୍ଟ୍ରେସନ ସାର୍ଟିଫିକେଟ୍ ଓ ଇନ୍ସ୍ୟୁରାନ୍ସ ପେପର ଭଳି ଡକ୍ୟୁମେଣ୍ଟର ଅରିଜିନାଲ୍ କପି ଦେଖାଇବା ପାଇଁ ବାଧ୍ୟ କରାଯିବନି ।

ମନ୍ତ୍ରାଳୟ କହିଥିଲା ଯେ ଡିଜିଲକର୍ ଓ ଏମପରିବହନ ଆପରେ ଉପଲବ୍ଧ ଥିବା ଡକ୍ୟୁମେଣ୍ଟର ଇଲେକ୍ଟ୍ରୋନିକ୍ କପିକୁ ବୈଧ ବୋଲି ମାନିନିଆଯିବ । କେନ୍ଦ୍ର ସରକାର ରାଜ୍ଯର ପରିବହନ ବିଭାଗ ଓ ଟ୍ରାଫିକ୍ ପୋଲିସକୁ ଏହି ସମ୍ବନ୍ଧରେ ନିର୍ଦ୍ଦେଶ ଦେଇ କହିଥିଲେ ଯେ ଭେରିଫିକେସନ ପାଇଁ ଡକ୍ଯୁମେଣ୍ଟର ଅରିଜିନାଲ୍ କପି ନନିଅନ୍ତୁ ।

ଏଭଳି ସ୍ଥିତିରେ ଏବେ ଟ୍ରାଫିକ୍ ପୋଲିସ ନିଜ ପାଖରେ ଥିବା ମୋବାଇଲରୁ ଡ୍ରାଇଭର କିମ୍ବା ପରିବହନର ସୂଚନା କ୍ୟୁଆର୍ କୋଡ୍ ମାଧ୍ୟମରେ ନିଜ ଡାଟାବେସରୁ ବାହାର କରିପାରିବେ ଏବଂ ଡ୍ରାଇଭର ଦ୍ୱାରା ଟ୍ରାଫିକ୍ ନିୟମର ଉଲ୍ଲଙ୍ଘନ କରିବାର ରେକର୍ଡ ମଧ୍ୟ ରଖିପାରିବେ ।

ଏହି ସୁବିଧାର ଲାଭ ଉଠାଇବା ପାଇଁ ଆପଣଙ୍କୁ ନିଜ ସ୍ମାର୍ଟଫୋନରେ ପ୍ରଥମେ ଡିଜିଲକର ଓ ଏମପରିବହନ ଆପ ଡାଉନଲୋଡ କରିବାକୁ ପଡିବ । ଏହା ପରେ ସାଇନଅପ୍ କରିବା ପାଇଁ ନିଜ ମୋବାଇଲ୍ ନମ୍ବର ଏଣ୍ଟର କରିବାକୁ ପଡିବ । ପରେ ଆପଣଙ୍କ ମୋବାଇଲକୁ ଏକ ଓଟିପି ଆସିବ । ସେହି ଓଟିପିକୁ ଏଣ୍ଟର କରି ଭେରିଫାଏ କରିବାକୁ ପଡିବ । ଦ୍ୱିତୀୟ ପର୍ଯ୍ୟାୟରେ ଲଗଇନ୍ କରିବା ପାଇଁ ନିଜ ୟୁଜର ନେମ୍ ଓ ପାସୱର୍ଡ ସେଟ୍ କରିବାକୁ ପଡିବ ।

ଏହା ପରେ ଆପଣଙ୍କ ଡିଜି ଲକର୍ ଆକାଉଣ୍ଟ ବନି ଯିବ । ଏବେ ସେଥିରେ ନିଜ ଆଧାର ନମ୍ବରକୁ ପ୍ରମାଣିତ କରନ୍ତୁ । ଆଧାର ଡାଟାବେସରେ ଆପଣଙ୍କୁ ଯେଉଁ ମୋବାଇଲ୍ ନମ୍ବର ରେଜିଷ୍ଟର୍ଡ ଅଛି ସେଥିରେ ଓଟିପି ଆସିବ । ସେହି ଓଟିପିକୁ ଏଣ୍ଟର କରିବା ପରେ ଆଧାର ପ୍ରମାଣିତ କରିବାର ପ୍ରକ୍ରିୟା ଆରମ୍ଭ ହୋଇଯିବ  ।

ଏହା ପରେ ଆପଣଙ୍କ ଡିଜିଲକର୍ ଆକାଉଣ୍ଟ ପ୍ରସ୍ତୁତ ହୋଇଯିବ । ଏବେ ସେଥିରେ ନିଜ ଆଧାର ନମ୍ବରକୁ ପ୍ରମାଣିତ କରନ୍ତୁ । ଏବେ ଡିଜିଲକରରୁ ଆପଣଙ୍କ ଆରସି, ଲାଇସେନ୍ସ ଓ ଇନ୍ସ୍ୟୁରାନ୍ସର କପି ଡାଉନଲୋଡ୍ କରିପାରିବେ ଏବଂ ପୋଲିସକୁ ଦେଖାଇ ପାରିବେ । ଏମପରିବହନ ଆପରେ ଗାଡିର ମାଲିକଙ୍କ ନାମ, ରେଜିଷ୍ଟ୍ରେସନର ତାରିଖ, ମଡେଲ୍ ନମ୍ବର, ଇନ୍ଯୁସରାନ୍ସର ବୈଧତା ଆଦି ସୂଚନା ରହିଥାଏ । ତେଣୁ ଆପଣଙ୍କୁ କୌଣସି ବି କାଗଜପତ୍ର ସାଙ୍ଗରେ ନେଇ ଯିବାକୁ ପଡିବନି ।

   ସମ୍ବନ୍ଧିତ ଖବର


କେନ୍ଦ୍ରମନ୍ତ୍ରୀ ସ୍ମୃତି ଇରାନୀ କରୋନା ପଜିଟିଭ୍

ବିହାରର ସେହି ଦିନକୁ ମନେପକାଅ, ଯେତେବେଳେ ଡ଼ରୁଥିଲେ ମାଆମାନେ : ସ୍ମୃତି ଇରାନୀ

କରୋନା ସଂକ୍ରମଣର ଆତଙ୍କ ଭିତରେ ଆସିଲା ଭଲ ଖବର —ଅଧ୍ୟୟନରୁ ସ୍ପଷ୍ଟ ହେଲା ଏହି ତଥ୍ୟ

କରୋନା ଭାକ୍‌ସିନ୍‌ କେବେ ଉପଲବ୍ଧ ହେବ ? ସିରମ ଇନଷ୍ଟିଚ୍ୟୁଟ୍‌ର ସିଇଓ କହିଲେ ….

ଜାଣନ୍ତୁ ଆମ ଦେଶର କେଉଁ ରାଜ୍ୟର ମହିଳା ମଦ୍ୟପାନ ଏବଂ କେଉଁ ରାଜ୍ୟରେ ତମାଖୁ ସେବନରେ ଆଗୁଆ

ସାଂସଦଙ୍କୁ ହତ୍ୟା ପାଇଁ ୨ କୋଟିର ସୁପାରି! ଏହି ଗ୍ୟାଙ୍ଗର ନାଁ ଆସିଲା