PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ୱର: ବାତ୍ୟା ପ୍ରଭାବିତ ୧୧ ଜିଲ୍ଲାରେ ସ୍କୁଲ ଛୁଟି ଘୋଷଣା
  • ||
  • ଭୁବନେଶ୍ଵର : ବାତ୍ୟା ପ୍ରଭାବିତ ୧୧ ଜିଲ୍ଲାରେ ସ୍କୁଲ ଛୁଟି ଘୋଷଣା
  • ||
  • ଭୁବନେଶ୍ଵର : ମଧ୍ୟରାତ୍ରୀ ସୁଦ୍ଧା ଲ୍ୟାଣ୍ଡଫଲ୍ କରିବ ବାତ୍ୟା ଗୁଲାବ, ଗଞ୍ଜାମ ଓ ଗଜପତିରେ ପଡିବ ବେଶି ପ୍ରଭାବ
  • ||
  • ମାଲକାନଗିରି : ବାତ୍ୟା ମୁକାବିଲା ପାଇଁ ସଜାଗ ମାଲକାନଗିରି ଜିଲ୍ଲା ପ୍ରଶାସନ, ୬ଟି ଓଡ୍ରାଫ୍ ଓ ଗୋଟିଏ ଏନଡିଆରଏଫ୍ ଟିମ୍ ନିୟୋଜିତ
  • ||
  • କଟକ : ମହାନଦୀ ପୋଲ ଉପରୁ ପାଣିକୁ ଡେଇଁଲେ ବିଜେବି କଲେଜ କେମେଷ୍ଟ୍ରି ଲାବୋରେଟୋରୀ ଆସିଷ୍ଟାଣ୍ଟ
  • ||
  • ସୋରୋ : ବ୍ୟବସାୟୀଙ୍କୁ ମରଣାନ୍ତକ ଆକ୍ରମଣ, ୨୦ ହଜାର ଟଙ୍କା ଓ ସୁନା ଚେନ୍ ଲୁଟିନେଲେ ଦୁର୍ବୃତ୍ତ
  • ||
  • କଟକ: କଟକ ଯୋବ୍ରା ନିକଟରୁ ଠାବ ହେଲା ନିଖୋଜ ହାତୀର ମୃତଦେହ, ଶୁକ୍ରବାର ରାତିରେ ମହନଦୀରେ ଭାସଯାଇଥିଲା
  • ||
  • ଭୁବନେଶ୍ୱର: ରାଜ୍ୟରେ ଖସୁଛି ସଂକ୍ରମଣ, ୨୪ ଘଣ୍ଟା ମଧ୍ୟରେ ଚିହ୍ନଟ ହେଲେ ୫୮୫ ଜଣ ପଜିଟିଭ୍
  • ||
  • ଭୁବନେଶ୍ୱର: ରାଜ୍ୟରେ ଆଉ ୫ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୧୭୫କୁ ବୃଦ୍ଧି
  • ||
  • ଅନୁଗୁଳ: କୋଡିଏମାଇଲ ଛକରେ ଥିବା ୨ଟି ଦୋକାନରୁ ଚୋରି କରୁଥିବା ବେଳେ ଧରାପଡିଗଲେ ୩ ଯୁବକ, ଖୁଣ୍ଟରେ ବାନ୍ଧି ଉତ୍ତମ ମଧ୍ୟମ ଦେଲେ ସ୍ଥାନୀୟଲୋକ
  • ||
  • ଭୁବନେଶ୍ୱର: ମାଡ଼ି ଆସୁଛି ବାତ୍ୟା ଗୁଲାବ୍, ମଧ୍ୟ ରାତ୍ରରେ ହେବ ଲ୍ୟାଣ୍ଡଫଲ୍
  • ||
  • ଆଇପିଏଲ୍- ୨୦୨୧: ଆଜି ରୋହିତ ଓ ବିରାଟଙ୍କ ମଧ୍ୟରେ କଡ଼ା ମୁକାବିଲା, ବିଜୟ ଲକ୍ଷ୍ୟରେ ଉଭୟ ଦଳ
  • ||
  • ଭୁବନେଶ୍ୱର: ‘ରମାଦେବୀ’ରେ ପିଏଚ୍‌ଡି ନାମଲେଖା ପାଇଁ ପ୍ରକାଶ ପାଇଲା ମେରିଟ ଲିଷ୍ଟ୍, ୧୧ଟି ବିଭାଗରେ ମୋଟ୍ ୬୦ ଛାତ୍ରୀଙ୍କୁ ଚୟନ..
  • ||
  • ପଞ୍ଜାବ: ଆଜି ପଞ୍ଜାବ କ୍ୟାବିନେଟ ସମ୍ପ୍ରସାରଣ ,ଶପଥ ନେବେ ମନ୍ତ୍ରୀ, ଚନ୍ନୀଙ୍କ ଟିମ୍‌ରେ ସାମିଲ ହେବେ ୭ ନୂଆ ଚେହେରା
  • ||

ଯୌତୁକ ଜୁଇରେ ଜଳିଗଲା ନବବଧୂର ସ୍ୱପ୍ନ – ତଣ୍ଟି ଚିପି ହତ୍ୟା କରାଯାଇଥିବା ଅଭିଯୋଗ

ପାଟନା – ଯୌତୁକ ଜୁଇରେ ଜଳିଗଲା ନବବଧୂର ସ୍ୱପ୍ନ । ସରିଗଲା ତାର ସଂସାର ଖେଳ । ଦିନ କେଇଟାରେ ତାର ସୁଖର ନୀଡ଼କୁ ଜାଳିଦେଲା ଯୌତୁକ ନିଆଁ। ତଣ୍ଟି ଚିପି ତାର ଜୀବନ ନେଇଗଲା ଟଙ୍କା ଲୋଭୀ ସ୍ୱାମୀ । ଏମିତି ଏକ ଘଟଣା ପାଟନା ସହରରୁ ସାମନାକୁ ଆସିଛି । ଅନୁମଣ୍ଡଳ ଫତୁହା ଥାନା ଅଞ୍ଚଳର ଡୁମରୀ ଗାଁରୁ ଜଣେ ନବବଧୂର ସଦିଗ୍ଧ ଅବସ୍ଥାରେ ମୃତ୍ୟୁ ହୋଇଛି ।  ଏହାପରେ ସଂପୃକ୍ତ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳିଯାଇଛି । ନବ ବିବାହିତାଙ୍କର ମୃତ୍ୟୁର ସୂଚନା  ମିଳିବା କ୍ଷଣି ପୁଲିସ୍‌ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଦେଇଛି ।

ସେପଟେ , ଘଟଣାକୁ ନେଇ ମୃତକାଙ୍କ ପରିବାର ଲୋକେ ଶ୍ୱଶୂର ଘର ଲୋକଙ୍କ ନାଁରେ ଥାନାରେ ଅଭିଯୋଗ କରିଛନ୍ତି । ପରିବାର ଲୋକେ କହିଥିଲେ କି ତାଙ୍କୁ ନିଜର ଝିଅର ମୃତ୍ୟୁ ଖବର ପଡ଼ୋଶୀଙ୍କ ଠାରୁ ସେମାନେ ଜାଣିଥିଲେ । ଏହାପରେ ସେ ଝିଅର ଶ୍ୱଶୂର ଘରେ ପହଞ୍ଚିଥିଲେ । ଯୌତୁକ ପାଇଁ ଝିଅର ତଣ୍ଟି ଚିପି ହତ୍ୟା କରାଯାଇ ଥିବାର ସେମାନେ ଅଭିଯୋଗ କରିଛନ୍ତି । ମୃତକାଙ୍କ ପରିବାର ଲୋକେ ପୁଲିସ୍‌କୁ କହିଛନ୍ତି କି ବର୍ଷେ ପୂର୍ବେ  ଡୁମରୀ ଗାଁରେ ରହୁଥିବା ଟୁନ୍ନୁ ଯାଦବଙ୍କ ସହ ଆଶାଙ୍କର ବିବାହ ହୋଇଥିଲା । ବିବାହର କିଛି ଦିନ ପରେ  ଯୌତୁକ ଲୋଭୀ ପତି ୨ ଲକ୍ଷ ଟଙ୍କା ଦାବି କରିଥିଲେ । ଯୌତୁକ ଟଙ୍କା ନଦେବାରୁ ତାର ହତ୍ୟା କରିଛନ୍ତି ।  

ସୂଚନା ଆଧାରରେ ମୃତକା ଆଶା ଦେବୀଙ୍କର ମୃତ୍ୟୁ ପରେ  ପତି ସମେତ ଶ୍ୱଶୂର ଘରର ସବୁ ସଦସ୍ୟ ଫେରାର ହୋଇ ଯାଇଛନ୍ତି । ଏପଟେ ପୁଲିସ୍‌ ଯୌତୁକ ନର୍ଯାତନା ମାମଲା ରୁଜୁ କରି ମୃତକାଙ୍କ ଶାଶୂଙ୍କୁ ଗିରଫ କରିଛି ଏବଂ ତାଙ୍କୁ ଜେରା ଆରମ୍ଭ କରିଦେଇଛି । ପୁଲିସ୍‌ ଶବକୁ ଜବତ କରିବା ସହ ପୋଷ୍ଟମର୍ଟମ ପାଇଁ ନାଳନ୍ଦା ମେଡିକାଲ କଲେଜ୍‌ ପଠାଇ ଦେଇଛି ।