PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଜୟପୁର: ଜୟପୁର ସବ୍ ଜେଲରେ ରେଡ୍, ଏସ୍‌ପି ଓ ଉପ ଜିଲ୍ଲାପାଳ ସାମିଲ
  • ||
  • ଆଇପିଏଲ-୧୪: ଆଜି ଖେଳାଯିବ ଦୁଇଟି ମ୍ୟାଚ୍, କୋହଲି-ମୋର୍ଗାନ ଓ ରାହୁଲ-ପନ୍ଥ ମଧ୍ୟରେ ଲଢେ଼ଇ
  • ||
  • ଭୁବନେଶ୍ୱର : ବଦଳିଲା ମୋ ବସ୍‌ ଚଳାଚଳ ସମୟ। ଏଣିକି ସକାଳ ୭ଟାରୁ ସନ୍ଧ୍ୟା ୭ଟା ପର୍ଯ୍ୟନ୍ତ ଚଳାଚଳ କରିବ ମୋ ବସ୍
  • ||
  • ଭୁବନେଶ୍ୱର: ରମାଦେବୀ ଛାତ୍ରୀନିବାସରୁ ୪ ଛାତ୍ରୀ କରୋନା ପଜିଟିଭ୍, ୧୯ ତାରଖ ପୂର୍ବରୁ ହଷ୍ଟେଲ ଛାଡ଼ିବାକୁ ନିର୍ଦ୍ଦେଶ ‌
  • ||
  • ରାଜ୍ୟକୁ ପୁଣି ଫେରିବ ତାତି, ସପ୍ତାହେ ପର୍ଯ୍ୟନ୍ତ ଛଟପଟ କରିବ ଗ୍ରୀଷ୍ମ ପ୍ରକୋପ
  • ||

ଯୌତୁକ ନିର୍ଯାତନା ମୃତ୍ୟୁ ଅଭିଯୋଗରେ ୫ ଜଣଙ୍କୁ ଆଜୀବନ କାରାଦଣ୍ଡ

https://zeenews.india.com/

ବାଲେଶ୍ୱର ୨୫/୨: ଯୌତୁକ ନିର୍ଯାତନା ମୃତ୍ୟୁ ଅଭିଯୋଗରେ ବାଲେଶ୍ୱର ଏଡିଜେମ କୋର୍ଟ ଗୁରୁବାର ୫ଜଣଙ୍କୁ ଆଜୀବନ କାରାଦଣ୍ଡ ଶୁଣାଇଛନ୍ତି । ଅଭିଯୁକ୍ତଙ୍କ ନାମ ଦେବେନ୍ଦ୍ର ଜେନା, ଚିତ୍ତରଞ୍ଜନ ଜେନା, ସୁବାସ ଜେନା, ଅମୀୟ ଜେନା, ସଂଧାରାଣୀ ଜେନା। ସେମାନେ ମୃତ ମନ୍ଦାକିନି ଜେନାଙ୍କ ସ୍ୱାମୀ, ଶ୍ୱଶୁର, ଶାଶୂ, ଦିଅର।

୨୦୧୪ ମସିହା ଏପ୍ରିଲ ୧୯ ତାରିଖରେ ମନ୍ଦାକିନିଙ୍କ ବିବାହ ହୋଇଥିଲା। ବିବାହ ପରେ ଏକ ହିରୋ ଗ୍ଲାମର ମୋଟର ସାଇକେଲ ପାଇଁ ଶାଶୂ ଘର ଲୋକେ ମନ୍ଦାକିନିଙ୍କୁ ଉଭୟ ମାନସିକ, ଶାରୀରିକ ନିର୍ଯାତନା ଦେଇଆସୁଥିଲେ। ତେବେ ସେହି ବର୍ଷ ଜୁନ ୨୨ ତାରିଖରେ ସେମାନେ ମନ୍ଦାକିନିଙ୍କୁ ହତ୍ୟା କରିଥିଲେ। ଏନେଇ ଶିଙ୍ଗଲା ଥାନାରେ 169।14 ଆନୁଯାୟୀ ମମଳାବୃଜୁ ହୋଇଥିଲା। ୨୪ରୁ ୨୨ ସାକ୍ଷୀ, ୯ ଦସ୍ତାବିଜକୁ ଆଧାର କରି ବିଚାରପତି ସୁବାସ କୁମାର ବିହାରୀ ଏହି ରାୟ ଶୁଣାଇଛନ୍ତି।