WHOର କାର୍ଯ୍ୟକାରୀ ବୋର୍ଡ ଅଧ୍ୟକ୍ଷ ଭାବେ ଦାୟିତ୍ୱ ଗ୍ରହଣ କଲେ ଡ. ହର୍ଷବର୍ଦ୍ଧନ

ନୂଆଦିଲ୍ଲୀ ୨୩/୫: କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଡ. ହର୍ଷବର୍ଦ୍ଧନ ଶୁକ୍ରବାର ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ବା ଡବ୍ଲ୍ୟୁଏଚଓର କାର୍ଯ୍ୟକାରୀ ବୋର୍ଡର ଅଧ୍ୟକ୍ଷ ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି । ସେ ଜାପାନର ଡ.ହିରୋକି ନକଟାନିଙ୍କ ସ୍ଥାନ ନେଇଛନ୍ତି । ୩ ବର୍ଷ ପାଇଁ ଡ. ହର୍ଷବର୍ଦ୍ଧନ ଏହି ପଦବୀରେ ରହିବେ । ଡବ୍ଲ୍ୟୁଏଚଓ କାର୍ଯ୍ୟକାରୀ ବୋର୍ଡରେ ୩୪ ସଦସ୍ୟ ଥିବାବଳେ ସେମାନେ ୱାର୍ଲଡ ହେଲ୍‌ଥ ଆସେମ୍ବ୍ଲିରେ ନିଜ ନିଜ ଦେଶର ପ୍ରତିନିଧିତ୍ୱ କରୁଛନ୍ତି ।

ଦାୟିତ୍ୱ ନେବା ପରେ ହର୍ଷବର୍ଦ୍ଧନ କହିଛନ୍ତି ଯେ କରୋନା ମହାମାରୀ ସଙ୍କଟ ସମୟରେ ମୁଁ ଏହି ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ନେଉଛି । ଆଗାମୀ ଦୁଇ ଦଶନ୍ଧି ମଧ୍ୟରେ ବିଶ୍ୱରେ ଅନେକଗୁଡ଼ିଏ ସ୍ୱାସ୍ଥ୍ୟ ସମସ୍ୟା ଆସିବ । ଏହି ସବୁ ଚାଲେଞ୍ଜର ମୁକାବିଲା ପାଇଁ ମିଳିତ ଉଦ୍ୟମ ଆବଶ୍ୟକ । ଭାରତ ଦୃଢ଼ତାର ସହ କରୋନାର ମୁକାବିଲା କରୁଛି । ଦେଶରେ ଏବେ କରୋନା ମୃତ୍ୟୁହାର ମାତ୍ର ୩ ପ୍ରତିଶତ ରହିଛି । ୧୩୫ କୋଟି ଜନସଂଖ୍ୟା ବିଶିଷ୍ଟ ଦେଶରେ ମାତ୍ର ୦.୧ ନିୟୁତ କରୋନା ମାମଲା ସାମ୍ନାକୁ ଆସିଛି । ଆରୋଗ୍ୟ ହାର ୪୦ ପ୍ରତିଶତରୁ ଅଧିକ ରହିଥିବାବେଳେ ୧୩ ଦିନରେ ସଂକ୍ରମିତଙ୍କ ସଂଖ୍ୟା ଦୁଇଗୁଣ ହେଉଛି ବୋଲି ସେ ପ୍ରକାଶ କରିଛନ୍ତି । ସୂଚନାଥାଉକି, ଭାରତକୁ ଡବ୍ଲ୍ୟୁଏଚଓ କାର୍ଯ୍ୟକାରୀ ବୋର୍ଡରେ ସାମିଲ କରିବା ପ୍ରସ୍ତାବ ଉପରେ ଗତ ମଙ୍ଗଳବାର ମୋହର ଲାଗିଥିଲା । ୧୯୪ଟି ଦେଶ ଏହି ପ୍ରସ୍ତାବ ଉପରେ ସ୍ୱାକ୍ଷର କରିଥିଲେ ।

   ସମ୍ବନ୍ଧିତ ଖବର


ହାତୀ ପରେ ଏବେ ଗାଈ: ଗର୍ଭବତୀ ଗାଈକୁ ଦେଲେ ବିସ୍ଫୋରକ ଭର୍ତ୍ତି ଖାଦ୍ୟ, ଅଭିଯୁକ୍ତ ଗିରଫ

ମାଟି ତଳୁ ମିଳିଲା ଶହ ଶହ ଆଧାର କାର୍ଡ: ଲୋକଙ୍କୁ ନଦେଇ ଘର ପଛପଟେ ପୋତି ଦେଇଥିବା ଅଭିଯୋଗ

୧୫ ଅଗଷ୍ଟ ପରେ ଖୋଲିବ ସ୍କୁଲ-କଲେଜ୍, କେନ୍ଦ୍ର ମାନବ ସମ୍ବଳ ବିକାଶ ମନ୍ତ୍ରୀଙ୍କ ଘୋଷଣା

ଭଲ ଖବର: ୧୮ଟି ଜିଲ୍ଲାରୁ ସୁସ୍ଥ ହେଲେ ଆଉ ୧୭୮ ଜଣ କରୋନା ଆକ୍ରାନ୍ତ, ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ

କାମ କଲାନି ଚୀନ୍‌ର ଷଡ଼ଯନ୍ତ୍ର : ଶେଷରେ ବୁଝିଗଲା ନେପାଳ.. ଏବେ ଭାରତ ସହ କଥାବାର୍ତ୍ତା ପାଇଁ ପ୍ରସ୍ତୁତ

ଅବଢ଼ା ଟିକେ ପାଇବାକୁ ମନ… କେବେ ବାହାରିବ ଅନନ୍ତବାସୁଦେବଙ୍କ ପ୍ରସାଦ