ସିଂହଦ୍ୱାର ସାମ୍ନାରେ ନଳାପାଣିର ସୁଅ, ମାରା ହୋଇ ମହାପ୍ରଭୁଙ୍କୁ ଦର୍ଶନ

ପୁରୀ,୯ା୨(ବ୍ୟୁରୋ): ପ୍ରତିଦିନ ଦେଶବିଦେଶରୁ ଭକ୍ତମାନେ ଶ୍ରୀକ୍ଷେତ୍ରକୁ ଛୁଟି ଆସୁଛନ୍ତି । ମନରେ ଅସୁମାରୀ ଆଶା ରତ୍ନସିଂହାସନରେ ଚତୁର୍ଦ୍ଧାମୂର୍ତ୍ତିଙ୍କ ଆଶୀର୍ବାଦ ପାଇଁ ଜନ୍ମଜନ୍ମାନ୍ତର ସ୍ୱପ୍ନ ସାର୍ଥକ ହେବ, ପୂଣ୍ୟଫଳ ମିଳିବ । କିନ୍ତୁ ଏତକ ବି ଭଲରେ କରାଇ ଦେଉନାହିଁ ପୁରୀ ଜିଲ୍ଲା ପ୍ରଶାସନ । ପୁରୀରେ ଡ୍ରେନେଜ୍‌ ବ୍ୟବସ୍ଥାର କୁପରିଚାଳନା ଯୋଗୁ ସିଂହଦ୍ୱାର ସାମ୍ନାରେ ନଳାପାଣି ଲହଡ଼ି ଭାଙ୍ଗୁଛି । ନଳାପାଣି ଘେରରେ ରହିଛି ବଡ଼ଦେଉଳ । ଭକ୍ତମାନେ ନଳାପାଣି, ଗୁହ ମୂତ ମାଡ଼ି ମାରା ହୋଇ ଶ୍ରୀମନ୍ଦିରକୁ ଯାଉଛନ୍ତି । ଯେଉଁ ପବିତ୍ର ମନ ନେଇ ମହାପ୍ରଭୁଙ୍କୁ ଦର୍ଶନ ପାଇଁ ଆସୁଛନ୍ତି ତାହା ନଳାପାଣି ମାଡ଼ିବା ପରେ ବିରକ୍ତିରେ ମନ ବିଷ ହୋଇଯାଉଛି ।
ଶ୍ରୀମନ୍ଦିରର କେବଳ ସିଂହଦ୍ୱାର ଦେଇ ଭକ୍ତମାନେ ପ୍ରବେଶ କରିବେ । ଏଭଳି କଟକଣା ଜାରି କରିଛି ପ୍ରଶାସନ । ସିଂହଦ୍ୱାରକୁ କିନ୍ତୁ ପ୍ରଦୂଷଣମୁକ୍ତ ରଖିନାହିଁ । ଶନିବାର ଅପରାହ୍ନ ୪ଟା ପରଠାରୁ ସିଂହଦ୍ୱାର ସାମ୍‌ନା ନଳାରୁ ଉଛୁଳି ଥିଲା ବର୍ଜ୍ୟପାଣି । ସାଢ଼େ ୬ଟା ପର୍ଯ୍ୟନ୍ତ ଏହି ଅବସ୍ଥା ଲାଗି ରହିଥିଲା । ପାଣିକୁ ବନ୍ଦ କରିବାକୁ କେହି ଆସିନଥିଲେ । ସନ୍ଧ୍ୟା ପର୍ଯ୍ୟନ୍ତ ନଳାପାଣିରେ ଭକ୍ତମାନେ ନାକ ଟେକି ସିଂହଦ୍ୱାର ଦେଇ ଶ୍ରୀମନ୍ଦିରକୁ ପ୍ରବେଶ କରୁଥିଲେ । ନଳାପାଣିର ସୁଅ ବଡ଼ଦାଣ୍ଡରେ ଗଡ଼ି ଯାଇଥିଲା ମରିଚକୋଟ ଛକ ପର୍ଯ୍ୟନ୍ତ । ରବିବାର ରଥଖଳାରେ ରଥ ଅନୁକୂଳ ହେବ । ଆଗକୁ ରଥ ନିର୍ମାଣ ଜୋର୍‌ସୋର୍‌ରେ ଚାଲିବ । ରଥଖଳାରେ ନଳା ପାଣି ପଶି ରଥକାଠ ବି ମାରା ହେବ । ଏଥିପ୍ରତି ପୌରସଂସ୍ଥା ଦୃଷ୍ଟି ଦେବାକୁ ସହରବାସୀ ଦାବି କରିଛନ୍ତି ।

   ସମ୍ବନ୍ଧିତ ଖବର


ବେଧଡ଼କ ଚାଲିଛି ଶାଳ ଗଛ କଟା, ଚୁପ୍ ବସିଛି ବନ ବିଭାଗ

ମନ୍ଦିର ପ୍ରାଙ୍ଗଣରେ ବ୍ୟକ୍ତିଙ୍କୁ ପଥରରେ ଛେଚି ହତ୍ୟା, ପୋଲିସର ତଦନ୍ତ ଜାରି

କୋଭିଡ ଗାଇଡ଼ଲାଇନ୍‌ ଉଲ୍ଲଂଘନ: ୧୦ଟି ଦୋକାନକୁ ସିଲ୍‌ କଲା ଜିଲ୍ଲା ପ୍ରଶାସନ

ବଲାଙ୍ଗିରରେ ଆସନ୍ତା ୨୫ରୁ ଅକ୍ଟୋବର ୧ ଯାଏଁ ଦୋକାନ ବଜାର ବନ୍ଦ

ବିପୁଳ ପରିମାଣର ବିଦେଶୀ ମଦ ବୋତଲ ଜବତ, ୨ ଅଭିଯୁକ୍ତ ଗିରଫ

ପୁରୀ :୪୫୦ ସଂକ୍ରମିତ ସେବକ ଚିହ୍ନଟ – କରୋନା ନେଲାଣି ୮ ମୁଣ୍ଡ ,ସାମାଜିକ ସମାଗମରୁ ସଂକ୍ରମଣ