ପ୍ରମୁଖ ଖବର
  • ଜୟପୁର: ରାଜସ୍ଥାନ ରୟାଲ୍ସ ଲାଗି ଏକାକୀ ଲଢ଼ିଲେ ରିୟାନ୍ ପରାଗ, ଦିଲ୍ଲୀ କ୍ୟାପିଟାଲ୍ସ ଆଗରେ ୧୮୬ ରନ୍ ଟାର୍ଗେଟ୍
  • ||
  • ନୂଆଦିଲ୍ଲୀ: ଦିଲ୍ଲୀରେ ବିଜେପିର ମହା ମିଶ୍ରଣ ପର୍ବ, ପଦ୍ମ ଧରିଲେ ଭର୍ତ୍ତୃହରି, ସିଦ୍ଧାନ୍ତ ଓ ଦମୟନ୍ତୀ
  • ||
  • ଭୁବନେଶ୍ୱର: ରାଜ୍ୟର ବିଭିନ୍ନ ସ୍ଥାନରେ ପାରଦ ଉପରମୁହାଁ, ୫ସହରରେ ୩୯ ଡିଗ୍ରୀ ଟପିଲା ତାତି, ୩୯.୮ ଡିଗ୍ରୀ ସହ ପାରଳାଖେମୁଣ୍ଡି ସବୁଠୁ ଉତ୍ତପ୍ତ
  • ||
  • ନୂଆଦିଲ୍ଲୀ: ଅରବିନ୍ଦ କେଜ୍ରିୱାଲଙ୍କୁ ଝଟକା, ଏପ୍ରିଲ୍ ୧ ପର୍ଯ୍ୟନ୍ତ ବଢ଼ିଲା ରିମାଣ୍ଡ ଅବଧି
  • ||
  • କଂଗ୍ରେସ ପ୍ରାର୍ଥୀ ଘୋଷଣା କେବେ ? ଚିନ୍ତାରେ ଆଶାୟୀ ଓ କର୍ମୀ..
  • ||

ସମସ୍ତଙ୍କୁ ଦିଆଯିବ ନାହିଁ ଆଣ୍ଟି କରୋନା ଔଷଧ ୨-ଡିଜି, ଗାଇଡଲାଇନ୍ ଜାରି କଲା ଡିଆରଡିଓ

ନୂଆଦିଲ୍ଲୀ, ୦୨/୦୬ : କରୋନା ରୋଗୀଙ୍କ ଉପରେ ୨-ଡିଜି ଔଷଧ ବ୍ୟବହାର କରିବାକୁ ନିର୍ଦ୍ଦେଶ ଜାରି କଲା ଡିଆରଡିଓ। ତେବେ ଅନିୟନ୍ତ୍ରିତ ଡାଇବେଟିସ୍ ଏବଂ ଗମ୍ଭୀର ହୃଦରୋଗ ପୀଡିତ, ରେସ୍ପିରେଟରି ଡିଷ୍ଟ୍ରେସ୍ ସିଣ୍ଡ୍ରୋମ ପୀଡିତଙ୍କୁ ଏହି ଔଷଧ ଦେବା ପୂର୍ବରୁ ସତର୍କତା ରକ୍ଷା କରିବାକୁ କୁହାଯାଇଛି।

ମେ ମାସ ଆରମ୍ଭରେ କରୋନାର ମାଇଲ୍ଡ ଏବଂ ସିରିୟସ୍ ରୋଗୀଙ୍କ ଉପରେ ଜରୁରୀକାଳିନ ସ୍ଥିତିରେ ୨-ଡିଅକ୍ସି-ଡି-ଗ୍ଲୁକୋଜ ପ୍ରୟୋଗ କରିବାକୁ ଭାରତର ଡ୍ରଗ୍ କଣ୍ଟ୍ରୋଲର ମଞ୍ଜୁରି ଦେଇଥିଲା। ଡିଆରଡିଓ ଦ୍ଵାରା ବିକଶିତ ହୋଇଥିବା ଏହି ଔଷଧକୁ ମେ ୧୭ରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଏବଂ ସ୍ଵାସ୍ଥ୍ୟ ମନ୍ତ୍ରୀ ହର୍ଷବର୍ଦ୍ଧନ ଜାରି କରିଥିଲେ।

ଡିଆରଡିଓ ୨ଡିଜି ଔଷଧକୁ ଗର୍ଭବତୀ, ସ୍ତନୟପାନ କରାଉଥିବା ମହିଳା, ୧୮ ବର୍ଷରୁ କମ୍ ବୟସର ଲୋକମାନଙ୍କୁ ଦେବାକୁ ମନା କରିଛି। ଏହି ଔଷଧକୁ ଡିଆରଡିଓ ଡିଆରଏଲର ସହଯୋଗରେ ବିକଶିତ କରିଛି। ପ୍ରତିରକ୍ଷା ମନ୍ତ୍ରାଳୟ ମେ ୮ରେ କହିଥିଲା ଯେ, ହସ୍ପିଟାଲରେ ଭର୍ତ୍ତି ହୋଇଥିବା ରୋଗିଙ୍କୁ ଖୁବ୍ ଶୀଘ୍ର ଠିକ୍ କରିବା ପାଇଁ ଏବଂ ଅକ୍ସିଜେନ ସପୋର୍ଟ ସିଷ୍ଟମରୁ ବାହାର କରିବା ପାଇଁ ୨ ଡିଜି ଔଷଧ ଦିଆଯିବ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.