ସୀମାରେ ଶତ୍ରୁପକ୍ଷଙ୍କ ସ୍ଥିତି ହେବ ଖରାପ, ମହାକାଶରୁ ନଜର ରଖିବ ଇସ୍ରୋର ଏହି ସାଟେଲାଇଟ୍

ନୂଆଦିଲ୍ଳୀ,୨୫।୩: ଏବେ ଆତଙ୍କୀ ଗତିବିଧି ଉପରେ ନଜର ରଖିବ ମହାକାଶରେ ମୁତୟନ ଆମର ଇଲୋଟ୍ରୋନିକ ଗୁଇନ୍ଦା ନଜର। ପାକିସ୍ତାନ ସୀମାରେ କୌଣସି ପ୍ରକାର ଇଲୋଟ୍ରୋନିକ ଇକ୍ବିପମେଣ୍ଟ କିମ୍ବା ଅନୁପ୍ରବେଶକୁ ରୋକିବା ପାଇଁ ଭାରତୀୟ ମହାକାଶ ଗବେଷଣା ସଂସ୍ଥା(ଇସ୍ରୋ) ଏବଂ ପ୍ରତିରକ୍ଷା ଗବେଷଣା ବିକାଶ ସଂସ୍ଥା  (ଡିଆରଡିଓ) ମିଳିତ ଭାବରେ ଏମିସାଟ୍ ଉପଗ୍ରହ ତିଆରି କରିଛନ୍ତି। ଇସ୍ରୋ ଏହି ଉପଗ୍ରହକୁ ୧ ଅପ୍ରେଲରେ ମହାକାଶରେ ଛାଡିବ। ମହାକାଶରେ ଏହାର ମୁତୟନ ପରେ ଭାରତୀୟ ପ୍ରତିରକ୍ଷା ଏବଂ ଗୁଇନ୍ଦା ସେବାକୁ ବହୁତ କିଛି ବିକାଶିତ କରି ହେବ।

ଡିଆରଡିଓର ପୂର୍ବତନ ବୈଜ୍ଞାନିକଙ୍କ ମତରେ ଏମିସାଟ୍ ଏକ ସାମରିକ ଉପଗ୍ରହ। ଏହା ଜରିଆରେ ସୀମାରେ ମୁତୟନ ଥିବା ଶତ୍ରୁପକ୍ଷରୁ ରାଡାର ଓ ସେନସର ଉପରେ ନଜର ରଖିହେବ। ଶତ୍ରୁପକ୍ଷର ଅଞ୍ଚଳ ଇଲୋଟ୍ରୋନିକ୍ସ ନକସା ତିଆରି କରିବା ସହ ସେଠାରେ ଥିବା ମୋବାଇଳ ସହିତ ଅନ୍ୟ ସଞ୍ଚାର ଉପକରଣକୁ ସଠିକ୍ ସୂଚନା ଦେବ।ଇସ୍ରୋ ୧ ଅପ୍ରେଲ ସକାଳେ ୯ଟା ୩୦ମିନିଟରେ ପିଏସ୍ଏଲଭି-ସି ୪୫ ରକେଟରୁ ଏମିସାଟ୍ ସହିତ ୨୮ଟି ଅନ୍ୟ ବିଦେଶୀ ଉପଗ୍ରହକୁ ଲଞ୍ଚ କରିବ। ଏହା ପ୍ରଥମ ଥର ଯେବେ ସମସ୍ତ ଉପଗ୍ରହଗକୁ ୩ଟି ବିଭିନ୍ନ କକ୍ଷପଥରେ ଛାଡିବ। ଏମିସାଟ୍ ୭୪୯ କିଲୋମିଟର ଉଚ୍ଚତାରେ ଥିବା ପୃଥିବୀର ଚାରିପଟେ ପରିକ୍ରମା କରିବ। ୨୮ ସ୍ବଦେଶୀ ଉପଗ୍ରହ ୫୦୪ କିମି ଉଚ୍ଚତାରେ ରହିବ ଓ ପିଏସ୍ଏଲଭି ରକେଟର ୪ର୍ଥ ଷ୍ଟେଜ ପିଏସ୍-୪ ପ୍ରାୟ ୪୮୫ କିଲୋମିଟର ଉଚ୍ଚତା ଥିବା କକ୍ଷପଥରେ ପରିକ୍ରମା କରିବ।  

ପିଏସ୍-୪ରେ  ୩ଟି ପୋଲୋଡ୍ ରହିବ। ଅଟୋମେଟିକ୍ ଆଇଡେଣ୍ଟିଫିକେସନ୍ ସିଷ୍ଟମ, ଅଟୋମେଟିକ୍ ପ୍ୟାକେଟ୍ ରିପୋଟିଂ ସିଷ୍ଟମ ଓ ଏରିସ। ଏହି ୩ଟି ପୋଲୋଡସ୍ ମହାକାଶରେ ବିଭିନ୍ନ ପ୍ରକାର ପ୍ରୟୋଗ କରିବ। ଏମିସାଟ୍ ସମ୍ପର୍କରେ ପ୍ରତିରକ୍ଷା ମନ୍ତ୍ରଣାଳୟ ପକ୍ଷରୁ ବାର୍ଷିକ ରିପୋର୍ଟ ୨୦୧୩-୨୦୧୪ରେ ଏନେଇ ପ୍ରଥମ ଥର ସୂଚନା ଦିଆଯାଇଥିଲା।  ଡିଫେନ୍ସ ଇଲୋଟ୍ରୋନିକ୍ସ ରିସର୍ଚ୍ଚ ଲାବୋରେଟରୀ ହାଇଦ୍ରାବାଦ ଏହାକୁ କୌଟିଲ୍ୟ ପ୍ରୋଜେକ୍ଟ ଜରିଆରେ ତିଆରି କରିବାକୁ ୮ ବର୍ଷ ସମୟ ନେଇଥିଲା। ବାଲକୋଟରେ ହୋଇଥିବା ଏୟାର ଷ୍ଟ୍ରାଇକ୍ ପରେ ଏନଟିଆରଓ ପକ୍ଷରୁ କୁହାଯାଇଥିଲା ସେ ସମୟରେ ୩୦୦ ଟି ମୋବାଇଲ ସକ୍ରିୟ ଥିଲା। କିନ୍ତୁ ଏହାକୁ ନେଇ ଲଗାତାର ପ୍ରଶ୍ନ ଉଠୁଛି। ୨୪ ଜାନୁଆରୀରେ ମଧ୍ୟ ଇସ୍ରୋ ଡିଆରଡିଓର ଉପଗ୍ରହ ମାଇକ୍ରୋସାଟ୍-ଆରକୁ ଲଞ୍ଚ କରିଥିଲା। ଏହି ସାଟେଲାଇଟ୍ ରାତିରେ ମଧ୍ୟ ଫଟୋ ଉଠାଇବାରେ ସକ୍ଷମ।

   ସମ୍ବନ୍ଧିତ ଖବର


ନାସା ହାତରେ ଚନ୍ଦ୍ରର ରୋମାଞ୍ଚକର ତଥ୍ୟ – ଆଜି ଏହା ଉପରୁ ଉଠିବ ରହସ୍ୟ

ମିଛ ବା ସେଲ୍ କଂମ୍ପାନୀ ଜରିଆରେ କୋଟି କୋଟି ଟଙ୍କାର ବେଆଇନ୍‌ କାରବାର, ବାହାମାସ୍ ପେପର ସ୍କାମ୍‌ରେ ଜୟ ପଣ୍ଡା ଓ ପତ୍ନୀ ଜଗୀ ମଙ୍ଗତ ପଣ୍ଡାଙ୍କ କମ୍ପାନୀର ସମ୍ପୃକ୍ତି ଅଭିଯୋଗ

ସବ୍-ଇନ୍ସପେକ୍ଟରଙ୍କ କଳାକାରନାମା: ଝିଅଙ୍କୁ ଅଶ୍ଲୀଳ କମେଣ୍ଟ ସହ କରୁଥିଲେ ଅସଦାଚରଣ, ଶେଷରେ ଗିରଫ ହେଲେ ଏପରି

ପୋଲାଣ୍ଡର ଏହି ଚୌକ୍ ଅମିତାଭ ବଚ୍ଚନଙ୍କ ପିତାଙ୍କ ନାଁରେ ନାମିତ ହେବ, ଇଷ୍ଟାଗ୍ରାମରେ ସୂଚନା ଦେଲେ ଅଭିନେତା

ପାତାଳର ପ୍ରବେଶ ଦ୍ୱାର ପାତାଲକୋଟ୍‌, ଜାଣନ୍ତୁ କେଉଁଠି ରହିଛି ଏହି ରହସ୍ୟମୟ ସ୍ଥାନ

ମେହବୁବା ମୁଫତିଙ୍କ ମନ୍ତବ୍ୟକୁ ନେଇ ବିଜେପି କର୍ମୀଙ୍କ ହଙ୍ଗାମା, ଜମ୍ମୁରେ ପିଡିପି କାର୍ଯ୍ୟାଳୟରେ ଉଡାଇଲେ ତିରଙ୍ଗା