କଲାମ୍‌ ଦ୍ୱୀପରୁ ଅଗ୍ନି-୨ର ରାତ୍ରିକାଳୀନ ପରୀକ୍ଷା ସଫଳ

ବାଲେଶ୍ୱର ୧୭/୧୧: ଭାରତ ଶନିବାର ଭୂ-ପୃଷ୍ଠରୁ ଭୂ-ପୃଷ୍ଠକୁ ନିକ୍ଷେପ କରାଯାଇ ପାରୁଥିବା ମଧ୍ୟମ ଦୂରଗାମୀ ବାଲିଷ୍ଟିକ ମିସାଇଲ ଅଗ୍ନି-୨ର ପ୍ରଥମ ରାତ୍ରିକାଳୀନ ପରୀକ୍ଷା କରିଛି । ବାଲେଶ୍ୱର ଉପକୂଳ ଅବଦୁଲ କଲାମ ଦ୍ୱୀପର ୪ ନମ୍ବର ଲଞ୍ଚିଂ ପ୍ୟାଡରୁ ରାତି ୭ଟା ୩୨ରେ ଏହାର ପରୀକ୍ଷା କରାଯାଇଥିଲା । ଏହି ପରୀକ୍ଷା ସଫଳ ହୋଇଛି ବୋଲି ଷ୍ଟ୍ରାଟେଜିକ ଫୋର୍ସେସ କମାଣ୍ଡ ପକ୍ଷରୁ କୁହାଯାଇଛି । ଏହି ମିସାଇଲର ଲକ୍ଷ୍ୟଭେଦ କ୍ଷମତା ୨ ହଜାର କି.ମି. ରହିଥିଲା ବେଳେ ଏହାକୁ ୩ ହଜାର କି.ମି. ପର୍ଯ୍ୟନ୍ତ ବୃଦ୍ଧି କରାଯାଇ ପାରିବ ।

ଏହା ଉଭୟ ଆଣବିକ ଓ ପାରମ୍ପରିକ ଯୁଦ୍ଧାସ୍ତ୍ର ବହନ କରପାରିବ । ବିନା ପ୍ରତିରକ୍ଷା ବୈଜ୍ଞାନିକଙ୍କ ସହାୟତାରେ ସେନା ସଫଳତାର ସହ ଏହାର ବ୍ୟବହାର କରିପାରିବ ବୋଲି ଏହି ପରୀକ୍ଷାରୁ ପ୍ରମାଣିତ ହୋଇଛି । ଏହି ପରୀକ୍ଷା ସେନାର ମନୋବଳ ଓ ଦକ୍ଷତାକୁ ବୃଦ୍ଧି କରିଛି । ସୂଚନାଯୋଗ୍ୟ ଯେ ଅଗ୍ନି-୨ ମିସାଇଲକୁ ୨୦୦୪ରେ ଭାରତୀୟ ସେନାରେ ସାମିଲ କରାଯାଇଥିଲା । ସେନାର ୫୫୫ ମିସାଇଲ ଗ୍ରୁପ ଏହାର ଦାୟିତ୍ୱରେ ରହିଥିବା ଜଣାପଡିଛି ।

   ସମ୍ବନ୍ଧିତ ଖବର


ଯୁବ ୟୁଟ୍ୟୁବର ଧକ୍କା କରିଦେଲେ ପିତାଙ୍କର ୨୫କୋଟିର କାର୍ – ଆଘାତ ପାଇ ଏମିତି ବାର୍ତ୍ତା ଦେଲେ

ମାର୍ଶଲ ଆର୍ଟ ବୟଙ୍କ କମାଲ୍: ୧ ମିନିଟ୍‌ରେ ମୁଣ୍ଡରେ ଖୋଲିଲେ ୬୮ଟି ବୋତଲର ଠିପି, କଲେ ୱାର୍ଲଡ ରେକର୍ଡ

୭ ବର୍ଷର ଝିଅକୁ ଧରି ପ୍ରେମିକ ସହ ଚମ୍ପଟ ମାରିଲେ ମହିଳା, ବିଚରା ସ୍ୱାମୀ ଥାନାରେ କରୁଛି ଗୁହାରୀ

ସ୍ଥଳ ସେନାର ବ୍ରହ୍ମୋସ୍‌ ମିସାଇଲ୍‌ର ସଫଳ ପରୀକ୍ଷଣ

କଟକ IIFL‌ ଡକାୟତି ଘଟଣାର ପର୍ଦ୍ଦାଫାଶ : ୨୦ କୋଟିର ଲୁଟେରାଙ୍କୁ ବାନ୍ଧିଲା ପୋଲିସ, କମ୍ପାନୀ କର୍ମଚାରୀ ମାଷ୍ଟରମାଇଣ୍ଡ

ନାଗାର୍ଜୁନ ବେଶ ଆଉ ୩ ଦିନ: ବେଶ ଲାଗିରେ ରହିବେ ୨୨ ପୁଷ୍ପାଳକ ସେବକ