ଝାରପଡ଼ା ଜେଲ୍‌ ଆସିଲା ଟିଟୋ

କେନ୍ଦ୍ରାପଡ଼ା,୧୯ା୪(ଆପ୍ର): ଚତୁର୍ଥ ପର୍ଯ୍ୟାୟରେ ହେବାକୁଥିବା କେନ୍ଦ୍ରାପଡ଼ାର ନିର୍ବାଚନ ଆଉ ମାତ୍ର କେଇଦିନ ଥିବାବେଳେ ଟିଟୋକୁ ଆଜି ଅଚାନକ ଭୁବନେଶ୍ୱରର ଝାରପଡ଼ା ଜେଲ୍‌କୁ ସ୍ଥାନାନ୍ତର କରାଯାଇଛି ।
କେନ୍ଦ୍ରାପଡ଼ା ସହର ଉପକଣ୍ଠ ବାରିମୂଳ ସବ୍‌ଜେଲ୍‍ ଏବେ ଆଉ ଗ୍ୟାଙ୍ଗ୍‌ଷ୍ଟର୍‌ ସୟଦ୍‌ ଉସ୍‌ମାନ୍‌ ଅଲ୍ଲୀ ଓରଫ୍‌ ଟିଟୋ ଲାଗି ସୁରକ୍ଷିତ ନଥିଲା । ଟିଟୋ ବିରୋଧରେ ବିଚାରାଧୀନ ଥିବା ଏକାଧିକ ମାମଲାର ତଦନ୍ତ ବାଧାପ୍ରାପ୍ତ ହେବା ସହ ବିଭିନ୍ନ ସମୟରେ ଜେଲ୍‌ରେ ଗ୍ୟାଙ୍ଗ୍‌ଷ୍ଟରଙ୍କ ପ୍ରାଦୁର୍ଭାବ ବଢ଼ିବାର ଆଶଙ୍କା କରୁଥିଲା ଏସ୍‌ଟିଏଫ୍‌ । ଏଠାରୁ କାଳେ ତା’ ଅପରାଧିକ ନେଟ୍‍ୱାର୍କ ବିସ୍ତାର ଲାଭ କରୁଥିବା ସନ୍ଦେହ କରୁଥିଲା ସ୍ପେସାଲ୍‌ ଟାସ୍କ ଫୋର୍ସ (ଏସ୍‌ଟିଏଫ୍‌) । ଏମିତି ହେଲେ ତଦନ୍ତ ଦିଗହରା ହେବ, ଯେଉଁ ଉଦ୍ଦେଶ୍ୟ ରଖି ଏସ୍‌ଟିଏଫ୍‌ ଆଗକୁ ବଢ଼ିଛି, ତା’ ସଫଳ ହେବନି । ଫଳରେ ଦୀର୍ଘଦିନର ପରିଶ୍ରମ ବୃଥାଯିବ,ଏମିତି କିଛି ଭୟ ବସା ବାନ୍ଧିଛି ଏସଟିଏଫ୍‌ ମନରେ । ତେଣୁ ଆଉ କୌଣସି ରିସ୍କ ନେବାକୁ ଚାହୁଁନଥିଲା । କେମିତି ଟିଟୋକୁ ଏଠାରୁ ନେଇ ରାଜ୍ୟର ଅନ୍ୟତ୍ର ଜେଲ୍‌ରେ ସ୍ଥାନାନ୍ତର କରିବାକୁ ଚାହୁଁଥିଲା ।

ଚୌଦ୍ୱାର ନହେଲେ ପଶ୍ଚିମ ଓଡ଼ିଶାର କୌଣସି ଜେଲ୍‌କୁ ସ୍ଥାନାନ୍ତର କରିବାକୁ ଚାହୁଁଥିଲା । ଏ ନେଇ ଏସ୍‌ଡିଜେଏମ୍‍ କୋର୍ଟରେ ଆବେଦନ ବି କରିଥିଲା । ଏସ୍‌ଟିଏଫ୍‌ କଥା ତ’ ରହିଲାନି । ତା’ ପ୍ରସ୍ତାବ ଅନୁସାରେ ଚୌଦ୍ୱାର କିମ୍ୱା ପଶ୍ଚିମ ଓଡ଼ିଶାର କୌଣସି ଜେଲ୍‌କୁ ସ୍ଥାନାନ୍ତର କରାନଯାଇ ବରଂ ଟିଟୋକୁ ସ୍ଥାନାନ୍ତର କରାଯାଇଛି ଭୁବନେଶ୍ୱରର ଝାରପଡ଼ା ଜେଲ୍‌କୁ । କେଉଁଠି ନା କେଉଁଠି ନିର୍ବାଚନ ସହ ରହିଛି ସ୍ଥାନାନ୍ତରର ସମ୍ପର୍କ, ଯେଉଁଥିଲାଗି ଜେଲ୍‌ ପ୍ରଶାସନକୁ ଏ ନିଷ୍ପତି ନେବାକୁ ପଡ଼ିଲା ବୋଲି କୁହାଯାଉଛି । ପୁଣି କିଛି ଦିନ ହେବ କେନ୍ଦ୍ରାପଡ଼ା ଜେଲ୍‍ କର୍ତ୍ତୃପକ୍ଷ ଜେଲ୍‌ରେ ଗଣ୍ଡଗୋଳକୁ ନେଇ ଥିଲେ ଟେନ୍‌ସନ୍‌ରେ । ଖୋଜୁଥିଲେ ଏଥିରୁ ମୁକୁଳିବାର ବାଟ । କାରଣ ଯାହା ବି ନା ଥାଉ ସେ ଗ୍ୟାଙ୍ଗଷ୍ଟର୍‌ ହେଉ ଅବା ନିର୍ବାଚନ ସଂକ୍ରାନ୍ତ ଟିଟୋକୁ କେନ୍ଦ୍ରାପଡ଼ା ଜେଲ୍‌ରୁ ସ୍ଥାନାନ୍ତର ଆଜି ଚର୍ଚ୍ଚାର ବିଷୟ ହୋଇଛି

   ସମ୍ବନ୍ଧିତ ଖବର


ଅପମିଶ୍ରିତ ନକଲି ଘିଅ କାରଖାନା ଉପରେ ପୁଲିସର ଚଢ଼ାଉ, ମାଲିକ ଛୁ

ଶୋଇଥିବା ନିରୀହ ପୁଅର ତଣ୍ଟି ଚିପି ଦେଲା ନିଷ୍ଠୁର ପିତା –ପତ୍ନୀଙ୍କୁ କହିଲା ,ଏବେ ସେ ସବୁଦିନ ପାଇଁ ନିରାପଦ !

ଧର୍ମ ପରିବର୍ତ୍ତନ କରିବାକୁ ସ୍ତ୍ରୀଙ୍କୁ ସ୍ୱାମୀଙ୍କ ନିର୍ଯାତନା – ଥାନାରେ ଏତଲା ଦେଲେ ମହିଳା

ଆଜି ବଡ଼ଓଷା: ଧବଳେଶ୍ୱର ପୀଠରେ ଲାଗି ହେବ ଧଳା ଗଜ ମଣ୍ଡା, ଅଟକାଳି ଭୋଗ

ନିର୍ଦ୍ଦୟ ପ୍ରେମିକ ! ପ୍ରେମିକାକୁ ଗର୍ଭବତୀ କରିବା ପରେ ମଧ୍ୟ ବିବାହ ପ୍ରତିଶ୍ରୁତି ଦେଇ ବାରମ୍ବାର କରୁଥିଲା ଯୌନଶୋଷଣ …

ସମ୍ପତ୍ତି ପାଇଁ ପୁଅ ସାଜିଲା ରାକ୍ଷାସ, ସ୍ତ୍ରୀ ସହ ମିଶି ବାପାକୁ ଗଛରେ ବାନ୍ଧିବା ପରେ ଗଳାକାଟି ହତ୍ୟା କଲା