ଡ୍ରିମ୍‌ସ କ୍ୟାମ୍ପସ୍‌ ଚୟନରେ ସଫଳ ଛାତ୍ରଛାତ୍ରୀଙ୍କୁ ସମ୍ବର୍ଦ୍ଧନା

ଭୁବନେଶ୍ୱର,୨୮ା୩(ବ୍ୟୁରୋ): ଡ୍ରିମ୍‌ସ ସ୍ୱୟଂଶାସିତ ବୈଷୟିକ ମହାବିଦ୍ୟାଳୟରେ ଅନୁଷ୍ଠିତ କ୍ୟାମ୍ପସ୍‌ ଚୟନରେ ୧୫୦ରୁ ଅଧିକ ଛାତ୍ରଛାତ୍ରୀ ଦେଶ ତଥା ବିଦେଶର ପ୍ରତିଷ୍ଠିତ କମ୍ପାନିରେ ନିଯୁକ୍ତି ପାଇଁ ମନୋନୀତ ହୋଇଛନ୍ତି । ବି.ଟେକ୍‌ ୨୦୧୯ ବ୍ୟାଚ୍‌ ବିଭିନ୍ନ ବିଭାଗର ଏହି କୃତୀ ଛାତଛ୍ରାତ୍ରୀଙ୍କୁ ମୁଖ୍ୟ ଏକାଡେମିକ୍ ଭବନରେ ବୁଧବାର ଆୟୋଜିତ ବିଶେଷ କାର୍ଯ୍ୟକ୍ରମରେ ସମ୍ବର୍ଦ୍ଧିତ କରାଯାଇଥିଲା । ଡ୍ରିମ୍ସ ଶକ୍ଷିାନୁଷ୍ଠାନ ସମୂହର ପ୍ରତିଷ୍ଠାତା ଅଧ୍ୟକ୍ଷ ପ୍ରମୋଦ ଚନ୍ଦ୍ର ରଥ ଏହି ଛାତ୍ରଛାତ୍ରୀଙ୍କୁ ଶିକ୍ଷାନୁଷ୍ଠାନର “ବ୍ରାଣ୍ଡଆମ୍ବାସଡର’ ଭାବରେ ଅବିହିତ
କରିବା ସହିତ ସେମାନଙ୍କ ଉଜଳ୍ୱ ଭବିଷ୍ୟତ କାମନା କରିଥିଲେ । ପ୍ରଶାସନିକ ନିର୍ଦ୍ଦେଶକ ବଳରାମ କର, ନିର୍ଦ୍ଦେଶକ ଲୋକନାଥ ବେହେରା, ଅଧ୍ୟକ୍ଷ ଡ. ରାଜେନ୍ଦ୍ର କୁମାର ଦାସ ଓ ବିଭିନ୍ନ ବିଭାଗୀୟ ମୁଖ୍ୟ ଉପସ୍ଥିତ ଥିଲେ । ଟ୍ରେନିଂ ଆଣ୍ଡ ପ୍ଲେସ୍‌ମେଣ୍ଟର ସହକାରୀ ନିର୍ଦ୍ଦେଶକ ରମାକାନ୍ତ କାସ୍ତା, କ୍ୟାରିୟର ଡେଭଲପ୍‌ମେଣ୍ଟ ସେଲ୍‌ (ସିଡିସି)ର ସହକାରୀ ନିର୍ଦ୍ଦେଶକ ପ୍ରାଧ୍ୟାପକ ଜିତେନ୍ଦୁ ଶତପଥୀ, ରବିନାରାୟଣ ରାଉତ, ଅକ୍ଷୟ କୁମାର ରାଉତ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।

   ସମ୍ବନ୍ଧିତ ଖବର


୨୦ ହଜାର ଟଙ୍କା ଲାଞ୍ଚ ନେଇ ଭିଜିଲାନ୍ସ ହାତରେ ଧରାପଡିଲେ ବିଏମସି ଅଧିକାରୀ

ଆଜିଠୁ ୨୭ ତାରିଖ ଯାଏଁ ମିଳିବ ମାଟ୍ରିକ୍ ‌ ସପ୍ଲିମେଣ୍ଟାରୀ ସାର୍ଟିଫିକେଟ୍‌

ରାଜ୍ୟରେ କରୋନା ନେଲା ୧୪ ମୁଣ୍ଡ, ମୃତକଙ୍କ ସଂଖ୍ୟା ୧୬୭୧କୁ ବୃଦ୍ଧି

ଓଡ଼ିଶାରେ ‌୬ ହଜାରକୁ ଖସିଲା ଆକ୍ଟିଭ୍‌ କେସ୍: ୨୪ଘଣ୍ଟା ଆଉ ୬୪୨ ପଜିଟିଭ ଚିହ୍ନଟ୍, ଆକ୍ରାନ୍ତଙ୍କ ସଂଖ୍ୟା ୩ ଲକ୍ଷ ୧୫ ହଜାର ଟପିଲା

ଆଦିବାସୀ ନାବାଳିକା ଦୁଷ୍କର୍ମ ମାମଲା: ୩ ସପ୍ତାହ ପରେ ଜେଲ୍‌ ଗଲେ ଓଏଏସ୍‌ଙ୍କ ଶ୍ୱଶୁର

ଓଡ଼ିଶା ଆସିବେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି ନଡ୍ଡା