ଅଧିକ ପାଣି ପିଉଛନ୍ତି କି? କରନ୍ତୁ ନାହିଁ ଏଭଳି ଭୁଲ୍। ହୋଇପାରେ ଏଭଳି ଅସୁବିଧା….

କୁହାଯାଏ ସୁସ୍ଥ ଶରୀର ପାଇଁ ଗୋଟିଏ ଦିନରେ ୭-୮ ଗିଲାସ ପାଣି ପିଇବା ଜରୁରୀ। କାରଣ ପାରି ଦେହରେ ଥିବା ହାନିକାରକ ଟକ୍ସିନ୍କୁ ବାହାର କରିବାରେ ସାହାଯ୍ୟ କରିଥାଏ। ଆଉ ଯଦି କମ ପାଣି ପିଇବା ଦ୍ବାରା ସ୍ବାସ୍ଥ୍ୟ ସହ ଜଡ଼ିତ ନାନା ଅସୁବିଧା ଦେଖାଦେଇଥାଏ।

ଆାମ ଶରୀରରେ ପ୍ରାୟ ୬୦ପ୍ରତିଶତ ପାଣି ଥାଏ। ଯାହା ପାଚନ, ଅବଶୋଷଣ, ପୋଷକ ତତ୍ତ୍ବକୁ ପହଞ୍ଚାଇବାରେ ସାହାଯ୍ୟ କରିଥାଏ। ଏହା ବ୍ୟତୀତ ଶରୀରର ତାପମାତ୍ରାକୁ ସନ୍ତୁଳିତ କରିବାରେ ସାହାଯ୍ୟ କରିଥାଏ। ପାଣି ପିଇବା ଦ୍ବାରା କର କର ଲାଭ ହୁଏ ତାହା ତ ଶୁଣିଥିବେ କିନ୍ତୁ କଣ ଏହା ଜାଣିଛନ୍ତି କି ଦରକାର ଠାରୁ ଅଧିକ ପାଣି ପିଇଲେ କଣ ଅସୁବିଧା ହୁଏ ଜାଣିଛନ୍ତି କି?

ମେଡିକାଳ ରିପୋର୍ଟ ଅନୁସାରେ କୁହାଯାଇଛି କି, ରକ୍ତରେ ସୋଡିୟମ୍ ମାତ୍ରା କମ ଅର୍ଥାତ୍ ହାଇପୋନାଟ୍ରିମିଆରୁ ବଂଚିବା ପାଇଁ ପାଣି ସେତେବେଳେ ପିଆ ଯାଏ ଯେତେବେ​‌ଳେ ଶୋ​‌ଷ ଲାଗୁଥିବ। ତେବେ ଅଧିକ ମାତ୍ରା​‌ରେ ପାରି ପିଇଲେ କଣ ଅସୁବିଧା ହୁଏ ଆସନ୍ତୁ ଜାଣିବା…

୧. ଦରକାର ଠାରୁ ଅଧିକ ମାତ୍ରାରେ ଯଦି ପାଣି ପିଇବେ ତେବେ ଅତିରିକ୍ତ ପାଣିକୁ ହଜମ କରାଇବା ପାଇଁ କିଡନୀର କ୍ଷମତା ଦୁର୍ବଳ ହୋଇଯିବ।

୨. ସନ୍ତୁଳିତ ମାତ୍ରାରୁ ଅଧିକ ପାଣି ପିଇବା ଦ୍ବାରା ଶରୀରର କୋଶିକାଗୁଡ଼ିକ ଫୁଲି ଯିବାକୁ ଲାଗେ। ଯାହା ଦ୍ବାରା ଶରୀର ଅସୁସ୍ଥ ହୋଇପଡ଼େ।

୩. ଦରକାରୀ ଠାରୁ ଅଧିକ ମାତ୍ରାରେ ତରଳ ପଦାର୍ଥ ଯଦି ସେବନ କରୁଛନ୍ତି ତେବେ ଏହାଦ୍ବାରା ଶରୀରରେ ହାଇପୋନାଟ୍ରିମିଆର ବିକାଶ ହୋଇଥାଏ। ଏହାଦ୍ବାରା ଚାଲିବା ବେଳେ ମୁଣ୍ଡ ବୁଳାଇଦେବା, ବାନ୍ତି ହେବା ଏବଂ ଶରୀର ଫୁଲିଯିବା ଭଳି ସମସ୍ୟା ଦେଖାଦିଏ।

୪. ଅତ୍ୟଧିକ ପାଣି ପିଇବା ଦ୍ବାରା ହାଇପୋନାଟ୍ରିମିଆର ବିକାଶ ହେବାବେଳେ ବାନ୍ତି, ମୁଣ୍ଡ ବୁଲାଇବା, ମାନସିକ ସ୍ଥିତିରେ ପରିବର୍ତ୍ତନ, କୋମା ଭଳି ଲକ୍ଷଣ ଦେଖାଯାଇପାରେ।

   ସମ୍ବନ୍ଧିତ ଖବର


ଡିସେମ୍ବର ମାସରେ ପ୍ରାୟ ଅଧା ଦିନ ବନ୍ଦ ରହିବ ବ୍ୟାଙ୍କ, ଦେଖନ୍ତୁ ତାଲିକା

୧ ଡିସେମ୍ବରରୁ ହେଉଛି ଏହି ୫ ବଡ ପରିବର୍ତ୍ତନ, ଜାଣନ୍ତୁ ଲାଭରେ ରହିବେ ନା ସହିବେ କ୍ଷତି

କାର୍ତ୍ତିକ ପୂର୍ଣ୍ଣିମାରେ କରନ୍ତୁ ଏହିସବୁ କାମ : ମିଳିବ ସଫଳତା, ଉନ୍ନତି ଏବଂ ସମୃଦ୍ଧି

ଆଜି ବର୍ଷର ଶେଷ ଚନ୍ଦ୍ର ଗ୍ରହଣ: ଲାଗିବନି ସୂତକ,ଏହି ରାଶିର ବ୍ୟକ୍ତି ଓ ଗର୍ଭବତୀ ରୁହନ୍ତୁ ସତର୍କ

ଆଜି ଚଳିତ ବର୍ଷର ଶେଷ ଚନ୍ଦ୍ର ଗ୍ରହଣ : ଭୁଲ୍‌ରେ ବି କରନ୍ତୁ ନାହିଁ ଏହିସବୁ କାମ

ଥଣ୍ଡା ଦିନରେ ଚର୍ମ କୁଣ୍ଡାଇ ହେବା ସମସ୍ୟା ଦେଖା ଦିଏ –ଜାଣନ୍ତୁ କେମିତି ଏଥିରୁ ମୁକ୍ତି ପାଇବେ